Posted inଜାତୀୟ

ସତ ଓଗାଳିଲା ଡବ୍ଲ୍ୟୁଏଚ୍‌ଓ: ‘ଭୂତାଣୁ ସମ୍ପର୍କରେ ପ୍ରଥମେ ଚାଇନା ସତର୍କ କରି ନ ଥିଲା’

ଜେନିଭା,୪।୭: ମହାମାରୀ କରୋନା ପ୍ରକୋପ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଶେଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସତ ମାନିଛି। ଭୂତାଣୁ ନେଇ ଚାଇନା ଆମକୁ କୌଣସି ସତର୍କ କରି ନ ଥିଲା ବରଂ ଚାଇନାରେ ଥିବା ନିଜ କାର୍ଯ୍ୟାଳୟ ଉହାନ୍‌ରେ ଦେଖାଦେଇଥିବା ପ୍ରଥମ ନିମୋନିଆ ସମ୍ପର୍କରେ ଅବଗତ କରାଇଥିଲା ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସ୍ବାସ୍ଥ୍ୟ ବିଭାଗକୁ ଦାୟୀକରି କରୋନା ସମ୍ପର୍କରେ ଆଗୁଆ ସତର୍କ କରାଗଲା ନାହିଁ କାହିଁକି ବୋଲି ଅଭିଯୋଗ କରିିଥିଲେ। ଆଗରୁ ଅବଗତ କରାଇଥିଲେ ମହାମାରୀ ରୋକିବା ସହଜ ହୋଇଥାନ୍ତା ବୋଲି ସେ ପ୍ରକାଶ କରିଥିଲେ। ତଥ୍ୟ ଲୁଚାଇ ଥିବାରୁ ଟ୍ରମ୍ପ ବେଜିଂକୁ ଦୋଷଦେଇ ବର୍ଷିଥିଲେ।
ପ୍ରଥମେ ହୁବେଇର ଉହାନ୍‌ ମ୍ୟୁନିସିପାଲ କମିଶନ ଡିସେମ୍ବର ୩୧ରେ ନିମୋନିଆ ବୋଲି ରିପୋର୍ଟ ଦେଇଥିଲେ। ଜାତିସଂଘ ସ୍ବାସ୍ଥ୍ୟ ବିଭାଗ କାହାଠାରୁ ଏଭଳି ସୂଚନା ମିଳିଥିଲା ସ୍ପଷ୍ଟ କରି ନ ଥିଲା। ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସେସ୍‌ ଏପ୍ରିଲ ୨୦ରେ ଖବରଦାତା ସମ୍ମିଳନୀ କରି ଚାଇନାରୁ ପ୍ରଥମେ ଏନେଇ ରିପୋର୍ଟ ଆସିଥିବା କହିଥିଲେ। ତେବେ ଚାଇନା ଅଧିକାରୀ ରିପୋର୍ଟ ଦେଇଛନ୍ତି ନା ଅନ୍ୟ କେଉଁଠାରୁ ଏହି ରିପୋର୍ଟ ଆସିଛି, ତାହା ସେ ସ୍ପଷ୍ଟ କରି ନ ଥିଲେ। ଚଳିତ ସପ୍ତାହରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଏଥିରେ ସଙ୍ଗଠନ ପକ୍ଷରୁ ଚାଇନା ନୁହେଁ ବରଂ ସେଠାରେ ଥିବା ଡବ୍ଲ୍ୟୁଏଚ୍‌ଓ ଅଫିସ ଡିସେମ୍ବର ୩୧ରେ ପ୍ରଥମେ ଭୂତାଣୁ ସମ୍ପର୍କରେ ସତର୍କ କରାଇଥିଲା ବୋଲି ଦର୍ଶାଯାଇଛି। ଏହା ପରେ ଜାନୁୟାର ୧ ଓ ୨ରେ ଚାଇନା ଅଧିକାରୀଙ୍କୁ ପଚରାଯିବାରୁ ଜାନୁୟାରୀ ୩ରେ ତଥ୍ୟ ପ୍ରଦାନ କରାଯାଇଥିଲା। ମାଇକେଲ ରିଆନ୍‌ ଏସମ୍ପର୍କରେ ସୂଚନା ଦେଇଥିଲେ। ପରେ ଚାଇନା ଡବ୍ଲ୍ୟୁଏଚ୍‌ଓ ସହ ଯୋଗାଯୋଗ କରିଥିଲା। ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟକଳାପକୁ ନେଇ ଟ୍ରମ୍ପ ବିରକ୍ତି ପ୍ରକାଶ କରିବା ସହ ସମ୍ପର୍କ ଛିନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri