ଗୃହୀତ ପ୍ରସ୍ତାବ ପୂରଣ କରିନାହାନ୍ତି ସରକାର

ବ୍ରହ୍ମପୁର ଅଫିସ,୧୭ା୬-ବୃହତ୍ତମ ଜିଲା ଗଞ୍ଜାମରେ ଅନେକ ସମସ୍ୟା ରହିଛି। ସମାଧାନ ହେଉ ନ ଥିବାରୁ ଏହା ବଢ଼ି ଚାଲିଛି। ବିଭିନ୍ନ ସମୟରେ ବିରୋଧୀ ଦଳ ଦାବିକୁ ସରକାର ପୂରଣ କରି ନ ଥିବା ନଜିର ରହିଛି। ତେବେ ଶାସକ ଦଳର ନାଯ୍ୟ ଦାବିଗୁଡ଼ିକ ମଧ୍ୟ ପୂରଣ କରାଯାଇ ନ ଥିବା ଅଧିକ ଉଦ୍‌ବେଗର କାରଣ ହୋଇଛି।
୨୦୧୮ ଜୁନ ୨୨ରେ ଜିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଥିଲା। ଆଗତ ରାଜନୈତିକ ଚିଠା ପ୍ରସ୍ତାବରେ ଗଞ୍ଜାମର ସମୂହ ସ୍ବାର୍ଥ ସମ୍ବଳିତ ଲମ୍ବା ଦାବି ଉପସ୍ଥାପିତ କରାଯାଇଥିଲା। ଅନୁମୋଦନ ସହ କାର୍ଯ୍ୟକାରୀ କରିବାକୁ ତାହା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠା ଯାଇଥିଲା।
ଆସନ୍ତା ୨୨ରେ ବୈଠକକୁ ବର୍ଷେ ପୂରିବାକୁ ଯାଉଛି। ତେବେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇ ନ ଥିବାରୁ ଶାସକ ଦଳର ଦାବି ପ୍ରତି ସରକାର ଉପେକ୍ଷା କରୁଥିବା ସ୍ପଷ୍ଟ ହୋଇଛି।
ଦାବି ଗୁଡ଼ିକ ମଧ୍ୟରେ ଏମ୍‌କେସିଜି ମେଡିକାଲ କଲେଜକୁ ସ୍ବୟଂଶାସିତ ବା ଡିମଡି ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ଖାଲି ପଡ଼ିଥିବା ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ପଦବୀ ପୂରଣ ଏବଂ ଗଞ୍ଜାମ ଜିଲାରେ ସରକାର ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ଥିଲା। ଜିଲାରେ କ୍ରୀଡ଼ା କମ୍ପ୍ଲେକ୍ସ ପ୍ରତିଷ୍ଠା, ପ୍ରତ୍ୟେକ ବ୍ଲକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସହ ଅଧିକ ନିଯୁକ୍ତି ସୃଷ୍ଟି କରିବା, କୃଷିଜାତ ପଦାର୍ଥର ସଂରକ୍ଷଣ ପାଇଁ ଜିଲାରେ ଅଧିକ ସଂଖ୍ୟକ ଶୀତଳ ଭଣ୍ଡାର ନିର୍ମାଣ, ପଶ୍ଚିମ ଓଡ଼ିଶା ଢ଼ାଞ୍ଚାରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ, ରଙ୍ଗେଇଲୁଣ୍ଡାରେ ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ନ ଚେତ ବିମାନ ବନ୍ଦର କରାଯିବା ଆଦି ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା।
କେନ୍ଦ୍ର ଅବହେଳାକୁ ମଧ୍ୟ ପ୍ରସଙ୍ଗ କରାଯାଇଥିଲା। ଏହି ଦାବିଗୁଡ଼ିକ ମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ।
କୃଷି ବହୁଳ ଏହି ଜିଲାରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲାର ଜୀବନରେଖା ଋଷିକୁଲ୍ୟା ନଦୀର ବହୁବିଧ ଉନ୍ନତି ଲାଗି ସ୍ବତନ୍ତ୍ର ପରିଷଦ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ସହ ବ୍ରିଟିଶ ଅମଳର ରସୁଲକୋଣ୍ଡା ଘାଇ ଓ ବର୍ତ୍ତମାନର ଭଞ୍ଜନଗର ଜଳ ଭଣ୍ଡାର ଉନ୍ନତୀକରଣ, ପ୍ରସ୍ତାବିତ ଘଟକେଶ୍ୱର ସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ କରଣ ଓ ସୋରଡ଼ା ନିକଟରେ ପ୍ରସ୍ତାବିତ ପିପଳପଙ୍କା ଜଳ ଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଶାଳିଆ ଓ ଧନେଇ ପ୍ରକଳ୍ପର ଉନ୍ନତୀକରଣ, କଂସାରିଗଣ୍ଡରେ ବ୍ରିଜ୍‌ ନିର୍ମାଣ, ଭଞ୍ଜନଗର ନିକଟ ଦହ ସେଚ ପ୍ରକଳ୍ପର ସମ୍ପ୍ରସାରଣ, ବାଘଲଟି ଜଳ ସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଦାବି ପ୍ରସ୍ତାବରେ ଦର୍ଶାଯାଇଥିଲା।
ଏଥିପ୍ରତି ମଧ୍ୟ ସରକାର ଅଣଦେଖା କରିଛନ୍ତି।
ବର୍ଷେ ବିତିବାକୁ ଯାଉଥିବା ବେଳେ ନାଯ୍ୟ ଦାବିଗୁଡ଼ିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇନାହାନ୍ତି। ଜିଲା ବିଜେଡି ସଭାପତିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ସାଧାରଣ ସମ୍ପାଦକ ତଥା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ଦାବି ପୂରଣ ପାଇଁ ସରକାରଙ୍କ ଆନ୍ତରିକତା ରହିଛି। ଗତ ନିର୍ବାଚନରେ ସମସ୍ତେ ବ୍ୟସ୍ତ ରହିବାରୁ ବିଳମ୍ବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଦଳର ବିଧାୟକମାନେ ଭେଟି ସମସ୍ୟା ସମାଧାନ ପାଇଁ ଅନୁରୋଧ କରାଯିବ। କେତେକ ପ୍ରସଙ୍ଗ ନେଇ ବିଧାନସଭାରେ ଉପସ୍ଥାପିତ କରାଯିବାର ସେ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri