ବିସ୍ମୟ ବାଳକ: ରାୟଗଡ଼ାର ବିଭୁନନ୍ଦନଙ୍କ ମୁହଁରେ ମହାକାଶ

ରାୟଗଡ଼ା ଅଫିସ,୨୮ା୬: ବୟସ ମାତ୍ର ୭ ବର୍ଷ। ହେଲେ ମହାକାଶ, ସୌରମଣ୍ଡଳ ବିଷୟରେ ରହିଛି ଗଭୀର ଜ୍ଞାନ। ମହାକାଶର ସୃଷ୍ଟି, ଏହାର ସ୍ଥିତି ଏବଂ ପୃଥିବୀ ଧ୍ୱଂସ ଆଦି ବିଷୟରେ ଏହି ବାଳକଙ୍କ ଜ୍ଞାନ ଅବିଶ୍ୱସନୀୟ। ଉକ୍ତ ବିସ୍ମୟ ବାଳକ ହେଲେ ରାୟଗଡ଼ା ସହର କଲେକ୍ଟରେଟ୍‌ ରୋଡ୍‌ ନିବାସୀ ଗୌରହରି ନାଥଙ୍କ ସୁପୁତ୍ର ବିଭୁନନ୍ଦନ ନାଥ।

ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବିଭୁଙ୍କ ବିଜ୍ଞାନ କ୍ଷେତ୍ରରେ ଏତେ ଆଗ୍ରହ ରହିଛି ବୋଲି ପ୍ରଥମେ ପରିବାର ଲୋକେ ମଧ୍ୟ ଆଭାସ ପାଇ ନ ଥିଲେ। ହେଲେ ବଡ଼ଭଉଣୀଙ୍କୁ ଘରେ ଟ୍ୟୁଶନ ପଢ଼ାଉଥିବା ଶିକ୍ଷକ ଅରବିନ୍ଦ ଟାକ୍ରି ବାଳକଙ୍କ ଜ୍ଞାନକୁ ଜାଣିପାରିଥିଲେ। ଭଉଣୀ ନିକଟରେ ବସି ସେ ଶିକ୍ଷକଙ୍କଠାରୁ ଅନେକ ଜ୍ଞାନ ଆହରଣ କରୁଥିଲେ। ଏପରିକି ସେ ଶିକ୍ଷକଙ୍କୁ ବିଜ୍ଞାନ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ପଚାରୁଥିଲେ, ଯାହାର ଉତ୍ତର ସାର୍‌ଙ୍କ ନିକଟରେ ମଧ୍ୟ ନ ଥିଲା। ପରେ ଶିକ୍ଷକ ବିଭିନ୍ନ ସମୟରେ ବିଭୁଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ବାଳକ ସମସ୍ତ ପ୍ରଶ୍ନର ଅତି ଚମତ୍କାର ଉତ୍ତର ରଖୁଥିଲେ। ପୃଥିବୀ ଧ୍ୱଂସ ହେଲେ କ’ଣ ହୁଏ, ୨ଟି ତାରା ମିଶିଲେ କିଭଳି ଆଲୋକ ଜାତ ହୁଏ ଭଳି ଅନେକ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ରହିଛି। ଏହା ଜାଣିବା ପରେ ଅରବିନ୍ଦ ଏ ବିଷୟରେ ବିଭୁଙ୍କ ମା’, ବାପାଙ୍କୁ ଜଣାଇଥିଲେ। ଏହାକୁ ନେଇ ସେମାନେ ବେଶ୍‌ ଖୁସି ବ୍ୟକ୍ତ କରିବା ସହ ପୁଅକୁ ଏ କ୍ଷେତ୍ରରେ ଅଧିକ ଉତ୍ସାହିତ କରୁଥିବା କୁହନ୍ତି। ଏତେ କମ୍‌ ବୟସରେ ଅନେକ ଜ୍ଞାନ ହାସଲ କରିଥିବା ବିଭୁ ଭବିଷ୍ୟତରେ ‘ନାସା’ରେ ଯୋଗଦେଇ ଗବେଷଣା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ପୁଅର ଉତ୍ସାହ ଦେଖି ପରିବାର ଲୋକେ ମଧ୍ୟ ବେଶ୍‌ ଆଶାବାଦୀ। ବାପା ଗୌରହରି କହିଛନ୍ତି, ପୁଅ ଦୀର୍ଘ ୨ ବର୍ଷ ହେଲା ମୋବାଇଲ ମାଧ୍ୟମରେ ୟୁଟ୍ୟୁବ୍‌ ଏବଂ ଗୁଗଲରୁ ବିଭିନ୍ନ ଭିଡିଓ ଦେଖୁଥଲା। ହେଲେ ଛୋଟ ପିଲା କ’ଣ ଦେଖୁଛି ବୋଲି ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri