ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା

ରସୁଲପୁର,୨୬।୬ (ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍‌ଜିଏନ୍‌ଆର୍‌ଇଜିଏ) ଜରିଆରେ ଜବକାର୍ଡଧାରୀଙ୍କ ପରିବାରକୁ ବର୍ଷକୁ ଅନ୍ୟୂନ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବା ପାଇଁ ସରକାରୀ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀ, ଠିକାଦାରଙ୍କ ସଲାସୁତରା ଯୋଗୁ ପ୍ରକୃତ ଶ୍ରମିକ କାମ ନ ପାଇ ହାତ ବାନ୍ଧି ଘରେ ବସିଥିବା ବେଳେ ସ୍ବଳ୍ପ ମଜୁରି ଦେଇ ବାହାର ଶ୍ରମିକଙ୍କୁ କାମରେ ଲଗାଯାଉଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତରେ ଏଭଳି ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା କରାଯାଉଥିବା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅବଗତ ଥାଇ ବି ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଉକ୍ତ ପଞ୍ଚାୟତ ଅଧୀନ ଘେରିବନ୍ଧ ରାସ୍ତା ଉନ୍ନତୀକରଣ ପାଇଁ ୨ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ମାତ୍ର ସୂଚନା ଫଳକରେ ବ୍ୟୟବରାଦ ୫ଲକ୍ଷ ଉଲ୍ଲେଖ କରାଯାଇଥିବା ବେଳେ ଘେରି ବନ୍ଧଠାରୁ ନଦୀ ଆଡକୁ ରାସ୍ତା ତିଆରି ହୋଇଥିବା ବେଳେ ପ୍ରକଳ୍ପର ନାମ ଘେରିବନ୍ଧଠାରୁ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟପଟେ ରାସ୍ତା ନିର୍ମାଣରେ ମାଟି ବ୍ୟବହାର କରାଯାଇଥିବା ଆଧାରରେ ବିଲ୍‌ କରାଯାଇଥିବା ବେଳେ ପ୍ରକୃତରେ ବାଲି ପକାଯାଇ କାମ କରାଯାଇଥିବା ଦେଖାଯାଇଛି। ରାସ୍ତା ପାର୍ଶ୍ୱରେ ମାଟି ଉପଲବ୍ଧ ନ ହେବାରୁ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ପରିବହନ କରାଯାଇଥିଲା। ମାତ୍ର ଟ୍ରାକ୍ଟର ଲୋଡ୍‌ କରିବାକୁ ବାହାର ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜବକାର୍ଡଧାରୀଙ୍କୁ ଏଥିରେ ସାମିଲ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ୨୦୨୦ ଫେବୃୟାରୀ ୧୩ରୁ ଆରମ୍ଭ ହୋଇ୨୦୨୦ଜୁନ୍‌ ୫ରେ ଶେଷ ହୋଇଛି। ବାଲି ପରିବହନରେ ଟ୍ରାକ୍ଟର ବ୍ୟବହାର ହୋଇଛି, ହେଲେ ବିଲ୍‌ରେ ସେ ସମ୍ପର୍କରେ ଦର୍ଶାଯାଇନାହିଁ। ଏ ଦିଗରେ ତଦନ୍ତ କରାଯାଇ ଅନିୟମିତାରେ ସମ୍ପୃକ୍ତ ଅଧିକାରୀ, ଜବକାର୍ଡଧାରୀ, ଜନପ୍ରତିନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅନିଲ କୁମାର ବିଶ୍ୱାଳଙ୍କୁ ପଚାରିବାରେ ରାସ୍ତା କାମ ପାଇଁ ୨ଲକ୍ଷ ବ୍ୟୟବରାଦ ହୋଇଥିଲା। ସୂଚନାଫଳକରେ ଭୁଲବଶତଃ ୫ଲକ୍ଷ ଉଲ୍ଲେଖ କରାଯାଇଛି ବୋଲି କହିଛନ୍ତି। ତେବେ କାର୍ଯ୍ୟରେ ଅନିୟମିତତା କରାଯାଇଥିବା ସତ୍ତ୍ୱେ ବିଲ୍‌ ପୈଠ ବେଳେ ସେ ସମ୍ପର୍କରେ ଉଲ୍ଲେଖ ନ ଥିବା ନେଇ ପଚାରିବାରେ ଯନ୍ତ୍ରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିଲା।
ସୂଚନାଥାଉ କି, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ଅନିୟମିତତା କରାଯାଇ ଜବକାର୍ଡଧାରୀଙ୍କ ନାଁରେ ଅନ୍ୟମାନେ କାର୍ଯ୍ୟ କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri