ଗତବନ୍ୟାରେ ଘର ଭାଙ୍ଗିଥିଲା, ସହାୟତା ମିଳିନି

ଦେଓଗାଁ,୧୯ା୬(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଆରଆଇ ସର୍କଲ ଅନ୍ତର୍ଗତ ଖଲିଆପାଲିର ମନ୍ଦାର ମଲ୍ଲିକ(୪୬)। ଗତବନ୍ୟାରେ ତାଙ୍କ ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେହିଦିନଠାରୁ ପ୍ରାୟ ୧୦ମାସ ହେଲା ତିନି ପିଲାଙ୍କୁ ଧରି ମନ୍ଦାର ସେହି ଘରେ ରହୁଛନ୍ତି। ୨ବର୍ଷ ତଳେ ତାଙ୍କ ସ୍ବାମୀ ମଙ୍ଗଳୁ ମଲ୍ଲିକଙ୍କ ମୃତ୍ୟୁ ପରେ ୩ ସନ୍ତାନ ରମାକାନ୍ତ(୧୮), କାନ୍ତି(୧୭) ଓ ଜୟକାନ୍ତ(୧୫)ଙ୍କୁ ଦୁଃଖକଷ୍ଟରେ ପ୍ରତିପୋଷଣ କରୁଥିବା ମନ୍ଦାର ଘର ମରାମତି କରିବା ଅବସ୍ଥାରେ ନାହାନ୍ତି। ଏନେଇ ସେ ରାମଚନ୍ଦ୍ରପୁର ଆରଆଇଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜସ୍ବ ବିଭାଗ ତରଫରୁ ଅଧିକାରୀମାନେ ତଦନ୍ତ କରିବାକୁ ଯାଇଥିଲେ ସୁଦ୍ଧା ହେଁ ଅଦ୍ୟାବଧି କୌଣସି ସରକାରୀ ସୁବିଧା ମିଳି ନ ଥିବା କହିଛନ୍ତି ା ଏବେ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ପଡୋଶୀ ଓ ଗଁାର ଯୁବଗୋଷ୍ଠୀ ଭଙ୍ଗାଘର ଉପରେ ଖପର ଦେଇ ଯାଇତାଇ ମରାମତି କରିଦେଇଛନ୍ତି। ହେଲେ ବର୍ଷା ସମୟରେ ତାହା ତିଷ୍ଠି ରହିବ କି ନାହିଁ ସନ୍ଦେହ ରହିଛି। ତେବେ ଘର ପାଇଁ ସହାୟତା ଯୋଗାଇ ଦେବାକୁ ଆବେଦନ କରିବା ପରେ ରାମଚନ୍ଦ୍ରପୁର ସର୍କଲର ଜନୈକ କର୍ମଚାରୀ ଟଙ୍କା ଦେଲେ କରାଇ ଦେବା କହୁଥିବା ଅଭିଯୋଗ କରିଛନ୍ତି ମନ୍ଦାର ା ଏ ସମ୍ପର୍କରେ ତହସିଲଦାର ସୋନାଲି ପାତ୍ରଙ୍କୁ ପଚାରିବାରୁ ଆରଆଇଙ୍କଠାରୁ ବୁଝିଲା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri