ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରଘୁନାଥପୁର,୧୬।୬(ଡି.ଏନ.ଏ.): ରଜ ସଂକ୍ରାନ୍ତିରେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ତେଣୁ ଶୁକ୍ରବାର ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥଙ୍କ ପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଭୋରରୁ ପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପୀଠ ମଧ୍ୟକୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଧୀରେ ଧୀରେ ଆଶାତୀତ ଭାବେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ତେବେ ଭିଡ଼ର ସୁଯୋଗ ନେଇ ପକେଟ ମାର ଓ ଲୁଟେରାମାନେ ସକ୍ରିୟ ହୋଇପଡିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ତିର୍ତ୍ତୋଲ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇ ନ ଥିବାରୁ ଅନେକ ଲୋକ ଲୁଟ୍‌ର ଶିକାର ହୋଇଥିବା କୁହାଯାଉଛି। ତେବେ ଟ୍ରଷ୍ଟବୋର୍ଡ ସଭ୍ୟ ଆଇନଜୀବୀ ଜୀବନ ବଲ୍ଲଭ ମହାନ୍ତି, ବାଦଲ ଯୋଗାଣିଆ, ସୂର୍ଯ୍ୟନାରାୟଣ ମିଶ୍ର ଓ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସ୍ବାଇଁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଇବା ସହ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ। ମାର୍ଶାଘାଇ ଅଞ୍ଚଳର ଅଶୋକ କୁମାର ଦାସଙ୍କ ମନିପର୍ସରେ ଥିବା ୪ ହଜାର ଟଙ୍କା, ଏକ ସୁନା ଲକେଟ ଓ କୁଳସମିତୁଙ୍ଗାର ବିପିନ ବିହାରୀ ଦାସଙ୍କ ୬ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ସେହିପରି ନରାଜ ଅଞ୍ଚଳର ସୁବାସ ପାଇଟାଳଙ୍କ ଏକ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ମହିଳାଙ୍କ ବେକରୁ ସୁନାଚେନ ମଧ୍ୟ ଚୋରି ହୋଇଥିବା ସମ୍ପର୍କରେ ଅଭିଯୋଗ ଆସିଥିବା ସଭ୍ୟ ମହାନ୍ତି ପ୍ରକାଶ କରିଛନ୍ତି। ଗୋରଖନାଥଙ୍କ ପୀଠରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଯାତ୍ରୀମାନେ ଅଭିଯୋଗ କରିଥିବାବେଳେ ମଧ୍ୟାହ୍ନ ୧୨ଟାରେ ଆଇଆଇସିଙ୍କ ସହ କେତେଜଣ ଫୋର୍ସ ପୀଠରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ମ୍ୟାନେଜିଂ ଟ୍ରଷ୍ଟିଙ୍କ ପକ୍ଷରୁ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ ମହାପାତ୍ରଙ୍କୁ ପଚାରିବାରେ ସେ କହିଲେ ଯେ, ଚୋରି ସମ୍ପର୍କରେ ଅବଗତ ଅଛନ୍ତି ଓ ଅଧିକ ଫୋର୍ସ ବ୍ୟବସ୍ଥା କରିବାକୁ ଏସ୍‌ଡିପିଓଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ନ ଗଲେ ପୀଠକୁ ଯାତ୍ରୀଙ୍କ ଆଗମନ ଆଗାମୀ ଦିନରେ ହ୍ରାସ ପାଇବା ସହ ଅଞ୍ଚଳର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଜଗତସିଂହପୁର,୧।୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି। କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣା ହୋଇଛି। ବୃଦ୍ଧ ଜଣଙ୍କ ରାସ୍ତା...

ବାଂଲାଦେଶୀ ଲିଙ୍କ: ସିକନ୍ଦର ଆଲାମଙ୍କ ସହ ଭାଇ ଅବ୍‌ଦୁଲ ଗିରଫ, ପୁଅ ଅଟକ

ଜଗତସିଂହପୁର,୨୨।୧୧: ବାଂଲାଦେଶୀ ଲିଙ୍କରେ ସିକନ୍ଦର ଆଲାମ ଗିରଫ। ତାଙ୍କୁ ଯାଜପୁରରରୁ ଜଗତସିଂହପୁର ପୋଲିସ ଗିରଫ କରିଛି। ସିକନ୍ଦର ଠାରୁ ପାସ୍ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ...

ମାଟିରେ ମିଶିଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର

ଜଗତ୍‌ସିଂହପୁର,୧୮ା୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଧନିପୁର ନିକଟ ବେହେରାମପୁରସ୍ଥିତ ଏକ ନିରୋଳା ସ୍ଥାନରେ ସନ୍ଦେହଜନକ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଥିବା ନେଇ ରବିବାର...

ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର: ଉଠାଇନେଲା…

ଜଗତସିଂହପୁର,୧୭।୧୧: ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଧନିପୁର ନିକଟ ସାତପୁରା ବସ୍ତିରେ। ବସ୍ତିରେ ବୁଲ୍‌ଡୋଜର ବୁଲଛି।...

ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ଜଗତସିଂହପୁର,୧୭।୧୧: ଭାରତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପସ୍ଥିତିକୁ ନେଇ ସାରା ଦେଶରେ ଚିନ୍ତାପ୍ରକଟ କରାଯାଉଛି। ଏଭଳିସ୍ଥିତିରେ ଜଗତସିଂହପୁର ଜିଲା ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ...

ବାହୁଦାରେ ନୂଆ ବନ୍ଦର, ମହାନଦୀ ମୁହାଣରେ ଜାହାଜ ନିର୍ମାଣ କେନ୍ଦ୍ର

ପାରାଦୀପ, ୬ା୧୧(ଶରତ ରାଉତ): ଗଞ୍ଜାମ ଜିଲାର ବାହୁଦାରେ ନୂଆ ବନ୍ଦର ଏବଂ ପାରାଦୀପ ନିକଟ ମହାନଦୀ ମୁହାଣରେ ଜାହାଜ ନିର୍ମାଣ ଓ ମରାମତି କେନ୍ଦ୍ର ନିର୍ମାଣ...

ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…

ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ...

ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍‌ଦାର ଡାଏଲଗ୍‌, ୪୨ ବର୍ଷ ଧରି…

ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri