କପ୍ତିପଦା,୮।୬(ଡି.ଏନ.ଏ)- କପ୍ତିପଦା ଥାନା ଅଧୀନ ଜଡିଦା ପଞ୍ଚାୟତ ଜଡିଦା ଗ୍ରାମରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଜଣେ ଦୁର୍ବୃତ୍ତ ଏସିଡ ମାଡ କରିଥିବା ସୂଚନା ମିଳିଛି। ଫଳରେ ତାଙ୍କର ପେଟ, ଛାତି, ଜଙ୍ଘ ଓ ପିଠି ୫୦ ପ୍ରତିଶତ ପୋଡି ହୋଇଯାଇଛି। ଯୁବକ ଜଣକ ହେଲେ ସେହି ଗ୍ରାମର ଶିବ ପ୍ରସାଦ। ଗତ ଶନିବାର ରାତି ଶିବ ପ୍ରସାଦ ଖାଇ ସାରି ଘରଠାରୁ ଅଳ୍ପ ଦୂରରେ ଥିବା ଏକ ହୋମପାଇପ ଉପରେ ଶୋଇଥିଲେ। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲୋ ଯନ୍ତ୍ରଣା ହେବାରୁ ସେ ଘରକୁ ଦୌଡି ଆସି ମାଆକୁ ଡାକିଥିଲେ। ତାଙ୍କ ମାଆ କବାଟ ଖୋଲିବା ପରେ ତାଙ୍କ ଦେହରେ ବହୁତ କଷ୍ଟ ହେଉଥିବାର ସେ କହିଥିଲେ। ଏହାପରେ ଶିବ ପ୍ରସାଦଙ୍କ ମାଆ ତାଙ୍କ ଦେହରୁ ଶର୍ଟ ଖୋଲିବା ପରେ ତାଙ୍କ ଦେହ ୫୦ ପ୍ରତିଶତ ପୋଡି ହୋଇ ଯାଇଥିବାର ଦେଖିବାକୁ ପାଇଥିଲେ। ତାଙ୍କ ଶରୀରରୁ ଏସିଡ ବାସ୍ନା ବାହାରୁ ଥିବାରୁ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ ମାଡ କରିଥିବାର ଜଣାପଡିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ଆଣି ପ୍ରାଥମିକ ଚିକିସତ୍ା ପରେ ଘରକୁ ନେଇ ଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସୋମବାର ପୁଣି ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହା ଏସିଡ ମାଡ ବୋଲି ପ୍ରକାଶ କରିଛନ୍ତି। ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଉପରଙ୍କୁ ଏସିଡ ମାଡ ଘଟଣାକୁ ନେଇ ସର୍ବସାଧାରଣରେ ନିନ୍ଦା କରାଯାଇଛି ା ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ା
Posted inHome, Home Left, ଆମ ଜିଲା ଖବର, ମୟୂରଭଞ୍ଜ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
Archives


