Posted inଫୁରସତ

୧୦ ଘଣ୍ଟା ଧରି ଉଠାଇଲେ ଆବର୍ଜନା, ଉପହାରରେ ମିଳିଲା କାର

ଆମେରିକାର ମିନେପୋଲିସ୍‌ ସହରରେ ପୋଲିସ ହେପାଜତରେ ଥିବା ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କ ମୃତ୍ୟୁ ହେବା ପରେ ସାରା ଦେଶରେ ପ୍ରତିବାଦ ନିଆଁ ଜଳିଛି। ଲୋକେ ପ୍ଲାକାର୍ଡ, କାଗଜ ଏବଂ ବୋଡ ଧରି ଏହାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏସବୁ ଭିତରେ ଜଣେ ବ୍ୟକ୍ତି ନିଆରା କାର୍ଯ୍ୟକରି ପ୍ରଶଂସିତ ହୋଇଛନ୍ତି। ପ୍ରତିବାଦ କରି ଲୋକେ ଘରକୁ ଯିବା ପରେ ଆଣ୍ଟୋନିଓ ଜିୟନ୍‌ ନାମକ ଜଣେ ବ୍ୟକ୍ତି ସହରରେ ପଡିଥିବା ଅଳିଆ ଆବର୍ଜନାକୁ ଉଠାଇ ରାସ୍ତା ସଫା କରିଥିଲେ। ୧୮ ବର୍ଷୀୟ ଆଣ୍ଟୋନିଓ ନ୍ୟୁୟର୍କରେ ରାତି ୨ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅଳିଆ ଉଠାଇଥିଲେ। ମ୍ୟାଟ୍‌ ବ୍ଲକ୍‌ ନାମକ ଜଣେ ବ୍ୟକ୍ତି ଆଣ୍ଟୋନିୟଙ୍କ କାର୍ଯ୍ୟରେ ଖୁସି ବ୍ୟକ୍ତ କରି ତାଙ୍କୁ ଏକ କାର ଉପହାର ଦେଇଥିଲେ। ଏପରି ଉପହାର ପାଇବା ପରେ ମୋ ପାଖରେ କହିବାକୁ କୌଣସି ଶବ୍ଦ ନାହିଁ ବୋଲି ଆଣ୍ଟୋନିଓ କହିଛନ୍ତି। ସେ ଏବେ କଲେଜରେ ପଢୁଥିବା ଜଣାପଡିଛି। ସୂଚନାଯୋଗ୍ୟ, ମିନେପୋଲିସ୍‌ ସହରରେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବାର ଭିଡିଓ ଭାଇରାଲ ହେବା ପରେ ହିଂସା କ୍ରମଶଃ ଉଗ୍ର ରୂପ ଧାରଣ କରିଛି। ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୋଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri