ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ ଆଉ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲାର ସର୍ବାଧିକ ୨୮ ଅଛନ୍ତି। ସେହିଭଳି ଯାଜପୁରର ୫, ବାଲେଶ୍ୱରର ୧୭, କଟକ ୪, କେନ୍ଦୁଝର ୩, ଖୋର୍ଦ୍ଧାର ୨, ବଲାଙ୍ଗୀରର ୨, ପୁରୀର ୭ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୧୨ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ଅପରାହ୍ନରେ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସକାଳେ ୭୬ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।


