ମହାପ୍ରଭୁଙ୍କ ସେବାରେ ସାନପଦର ବୁଣାକାର: ପହଣ୍ଡି, ଅଣସର ଗାମୁଛା ପ୍ରସ୍ତୁତିରେ ଲାଗିଛନ୍ତି

ଖୋର୍ଦ୍ଧା ଅଫିସ,୨୪ା୫: ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ରଥକାମ ଅନୁକୂଳ ହୋଇଥିଲା। ୧୧ଦିନ ବିଳମ୍ବରେ ହେଲେ ମଧ୍ୟ ରଥକାମ ଆଗେଇ ଚାଲିଛି। ଆଗକୁ ସ୍ନାନ ପୂର୍ଣ୍ଣିମା ଏବଂ ଅଣସର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଚାଲିଛି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଗାମୁଛା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ସାନପଦର ଗ୍ରାମର ବୁଣାକାର। ମା’ ଦୁର୍ଗା ଟେକ୍ସଟାଇଲ୍‌ ଆଣ୍ଡ ଡାଇଙ୍ଗ ଓ୍ବାର୍କସ୍‌ ବୁଣାକାର ସଂସ୍ଥାର ସ୍ବତ୍ୱାଧିକାରୀ ପ୍ରଭାସ ନାୟକଙ୍କ ତତ୍ତ୍ୱାବଧାନରେ ୧୬ଜଣ ବୁଣାକାର ଏହି କାର୍ଯ୍ୟରେ ଲାଗିଛନ୍ତି। ମହାପ୍ରଭୁଙ୍କ ଅଣସର ଏବଂ ପହଣ୍ଡି ଲାଗି ଗାମୁଛା ବୟନିକା ଯୋଗାଇଥାଏ। ଗତ ୨୦୧୮ ମସିହାରୁ ପ୍ରଭାସ ବୟାନିକା ଠାରୁ ଏହି ଅର୍ଡର ପାଇ ମହାପ୍ରଭୁଙ୍କ ଲାଗି ହାତ ତିଆରି ଗାମୁଛା ପ୍ରସ୍ତୁତି କରୁଛନ୍ତି। ସ୍ନାନଯାତ୍ରା ପୂର୍ବରୁ ବୟନିକାକୁ ଏହା ହସ୍ତାନ୍ତର କରିଥାନ୍ତି। ୭୦ପ୍ରତିଶତ କାର୍ଯ୍ୟ ସରିଲାଣି। ମେ’ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ପ୍ରଭାସ କହିଛନ୍ତି।

ସେବାରୁ ମିଳୁଛି ଆନନ୍ଦ
ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି। ଏଭଳି ସେବା କରିବାର ସୁଯୋଗ ମିଳୁଥାଉ ବୋଲି ପ୍ରଭାସ କହିଛନ୍ତି। ଲକ୍‌ଡାଉନ୍‌ ଲାଗି ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଗୋଟିଏ ତନ୍ତ ଠାରୁ ଅନ୍ୟ ଏକ ତନ୍ତ ୨ଫୁଟ ବ୍ୟବଧାନ ରହିଛି। ବୁଣାକାରମାନେ ହାତ ସାନିଟାଇଜ ସହ ସଜାଗ ରହିଛନ୍ତି।
ବୟନିକା ଯୋଗାଏ କଞ୍ଚାମାଲ
ଅକ୍ଷୟ ତୃତୀୟାଠାରୁ କାମ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ବୟନିକା ଠାରୁ ଏପ୍ରିଲ ୧୮ ତାରିଖରେ ଅର୍ଡର ମିଳିଥିଲା। ଅର୍ଡର ପାଇବା ପରେ କାମ ଆରମ୍ଭ ହୋଇଥିଲା। ସୂତାଲୁଗା ପ୍ରସ୍ତୁତି ଲାଗି ବୟନିକା କଞ୍ଚାମାଲ ଯୋଗାଇଥାଏ। ଲକ୍‌ଡାଉନ୍‌ ଲାଗି କଞ୍ଚାମାଲ ଆଣିବାରେ ବିଳମ୍ବ ହୋଇଥିଲା। ସ୍ଥାନୀୟ ପୋଲିସ ଠାରୁ ଯାତାୟତ ଲାଗି ଅନୁମତି ମିଳିବା ପରେ କଞ୍ଚାମାଲ ଆଣି କାମ ଆରମ୍ଭ ହୋଇଛି।

ତ୍ୱରିତ ଗତିରେ ଚାଲିଛି କାମ
ମହାପ୍ରଭୁଙ୍କ ଅଣସର ଲାଗି ୧୮୫ଟି ୬ହାତି ଲମ୍ବର ଗାମୁଛା ଏବଂ ପହଣ୍ଡି ଲାଗିି ୧୮୫ଟି ୫ହାତି ଗାମୁଛା ବୁଣା ଚାଲିଛ। ପ୍ରଭୁଙ୍କ ଏହି ଗାମୁଛାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଅଣସର ଗାମୁଛା ଧଳାରଙ୍ଗର ହୋଇଥିବା ବେଳେ କୁମ୍ଭପକା(ଡିଜାଇନ) ଥାଇ ପାଢିର ରଙ୍ଗ କମଳା ଏବଂ ପହଣ୍ଡି ଗାମୁଛାର ରଙ୍ଗ କମଳା ହୋଇଥିବା ବେଳେ କୁମ୍ଭ ଥାଇ ପାଢିର ରଙ୍ଗର ସବୁଜ ରଖାଯାଇଥାଏ ବୋଲି ପ୍ରଭାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

ଆଶ୍ଚର୍ଯ୍ୟ ହେଲେ ବି ସତ: ୬ ମାସରେ ୪ ଥର କାମୁଡ଼ିଛି ସାପ, ଦେଶୀ ଚିକିତ୍ସା କରି ବଞ୍ଚାଇଛନ୍ତି ଜୀବନ

ଦାରିଙ୍ଗବାଡି, ୧୯।୧୨ (ଅରୁଣ ସାହୁ ):୬ ମାସ ରେ ୪ ଥର ସାପ କାମୁଡ଼ିବା ଓ କାମୁଡ଼ିବା ପରେ ବଞ୍ଚିବା ତାହା ପୁଣି ଦେଶୀ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri