ସାଇବର ଠକେଇ ଜାଲରେ ପୂର୍ବତନ ପୋଲିସ ଡିଜି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟରେ ଏବେ ପୁଣି ସକ୍ରିୟ ହେଲେଣି ସାଇବର ଅପରାଧୀ। ସେମାନେ ଲୋକଙ୍କ ମେଲ୍‌ ଆଇଡି ପାସ୍‌ଓ୍ବାଡ୍‌ ଏବଂ ଅନ୍ୟ ସାଇଟ୍‌କୁ ହ୍ୟାକ୍‌ କରି ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଏପରିକି ଟଙ୍କା ନ ଦେଲେ ପର୍ସନାଲ ଡାଟାକୁ ଭାଇରାଲ କରିଦେବାକୁ ଧମକ୍‌ ମଧ୍ୟ ଦେଉଛନ୍ତି। ଯାହାଫଳରେ ଅନେକ ଲୋକେ ଭୟରେ ଟଙ୍କା ଦେଇଦେଉଥିବା ଜଣାପଡ଼ିଛି। ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ରାଜ୍ୟର ଜଣେ ପୂର୍ବତନ ପୋଲିସ ଡିଜି। ସାଇବର ଅପରାଧିମାନେ ତାଙ୍କର ମେଲ୍‌ ଆଇଡିକୁ ହ୍ୟାକ୍‌ କରି ନେଇ ୧.୪୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କର ପର୍ସନାଲ ଡାଟାକୁ ସୋସିଆଲ ମିଡିଆରେ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ପୂର୍ବତନ ପୋଲିସ ଡିଜି ନିଜ ମେଲ୍‌ର ପାସ୍‌ଓ୍ବାର୍ଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଦଫା ୩୮୫, ଆଇଟି ଆକ୍ଟ ୬୬(ସି) ଦଫାରେ ଏକ ମାମଲା(ନଂ-୧୯୧/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ କରୁଥିବା ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଏନେଇ ସାଇବର ବିଶେଷଜ୍ଞଙ୍କ ସହଯୋଗ ନେଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଏକ ବର୍ଷରୁ ଅଧିକ ଦିନ ହେବ ସମ୍ପୃକ୍ତ ପୂର୍ବତନ ପୋଲିସ ଡିଜି ନିଜ ମେଲ୍‌ ଆଇଡିର ପାସ୍‌ଓ୍ବାର୍ଡ ବଦଳାଇ ନଥିଲେ। ଯାହାଫଳରେ ହ୍ୟାକରମାନେ ତାଙ୍କ ମେଲ୍‌କୁ ଏକ ଲିଙ୍କ୍‌ ପଠାଇଥିଲେ। ପୂର୍ବତନ ଡିଜି ଏହି ଲିଙ୍କ୍‌କୁ କ୍ଲିକ୍‌ କରିବା ପରେ ତାଙ୍କର ମେଲ୍‌ ଆଇଡିର ପାସ୍‌ଓ୍ବାର୍ଡ ହ୍ୟାକ୍‌ ହୋଇଯାଇଥିଲା। ହ୍ୟାକର ଜଣଙ୍କ ତାଙ୍କର ବ୍ୟକ୍ତିଗତ ଡାଟା ଚୋରି କରିଥିବା ଦାବି କରିଥିଲେ। ତେଣୁ ଏଥିପାଇଁ ୧.୪୦ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କା ନଦେଲେ ତାଙ୍କର ବ୍ୟକ୍ତିଗତ ଡାଟାକୁ ଭାଇରାଲ କରି ଦେବାକୁ ଧମକ୍‌ ଦେଇଥିଲେ। ଏହି ଟଙ୍କାକୁ ବିଟ୍‌ କଏନ୍‌ ମାଧ୍ୟମରେ ଦେବାକୁ ହ୍ୟାକ୍‌ର କହିଥିଲେ। ଶେଷରେ ପୂର୍ବତନ ଡିଜି ନିଜର ଇମେଲ୍‌ର ପାସ୍‌ଓ୍ବାଡ ବଦଳାଇବା ସହ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକାରୀ ଜଣେ ପୂର୍ବତନ ଡିଜି ହୋଇଥିବାରୁ ପୋଲିସ ତୁରନ୍ତ ଏହି ଅଭିଯୋଗକୁ ଆଧାରକରି ଏକ ମାମଲା ରୁଜୁ କରିଥିଲା।

ଏନେଇ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି ଯେ, ହ୍ୟାକରମାନେ ବାଙ୍ଗାଲୋରର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ତଦନ୍ତକୁ ଅଧିକ ଅଗ୍ରସର କରିବା ପାଇଁ ସାଇବର ବିଶେଷଜ୍ଞଙ୍କ ସହଯୋଗ ଲୋଡ଼ାଯାଇଛି। ସେମାନେ ଆମକୁ ବିଶେଷ ଉପଦେଶ ଦେବା ପରେ ତଦନ୍ତ ଆଗେଇବ ବୋଲି ସ୍ବାଇଁ କହିଛନ୍ତି। ଏନେଇ ଆଇଆଇଆଇଟିର ପ୍ରଫେସର ଦେବାଶିଷ ଜେନା କହିଛନ୍ତି ଯେ, ଲୋକମାନେ ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ତଥ୍ୟ ଦେଉଛନ୍ତି। ଯାହା ମାଧ୍ୟମରେ ସାଇବର ଅପରାଧୀ ପାସ୍‌ଓ୍ବାର୍ଡ ପ୍ରସ୍ତୁତ କରି ମେଲ୍‌ ଆଇଡି ହ୍ୟାକ୍‌ କରୁଛନ୍ତି। ତେଣୁ ଲୋକେ ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରନ୍ତୁ ନାହିଁ। ହ୍ୟାକରମାନେ ମେଲ୍‌ ଆଇଡି ପାସ୍‌ଓ୍ବାର୍ଡ ହ୍ୟାକ୍‌ କରିବାପରେ ବିଟ୍‌ କଏନ ମାଧ୍ୟମରେ ଟଙ୍କା ଦେବାକୁ ଦାବି କରନ୍ତି। ବିଟ୍‌ କଏନ ମାଧ୍ୟମରେ ଟଙ୍କା ଦେଲେ ହ୍ୟାକର ଟଙ୍କା ପାଇଯାଆନ୍ତି, ହେଲେ ଏହି ଟଙ୍କା କାହା ନିକଟକୁ ଗଲା ତାହା ଜଣାପଡ଼େ ନାହିଁ। ତେଣୁ ସେମାନେ ଏଭଳି ପନ୍ଥା ଆପଣାଇଥାନ୍ତି ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri