ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ ବିଭିନ୍ନ ଡାନ୍ସ ଭିଡିଓ ଏଥିରେ ଶେୟାର କରିବାରେ ବ୍ୟସ୍ତ। ନୋରା ଟିକ୍‌ଟକ୍‌ରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନୋରାଙ୍କ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଦୁଃଖ ବିଷୟରେ କହିଛନ୍ତି। ଟିକ୍‌ଟକ୍‌ ଭିଡିଓରେ କେତେକ ଯୁବତୀ ବୟଫ୍ରେଣ୍ଡ୍‌ଙ୍କ ସହ ମଜା କରିବା ଓ ଆଇ ଲାଇକ୍‌ ହିମ୍‌ ବୋଲି କହିବା ତାଙ୍କୁ ପସନ୍ଦ ଆସିନି। କାରଣ ଯୁବତୀମାନେ ଏଭଳି କହି ପଡ଼ିଶା ଘର ପୁଅଙ୍କୁ ଶେଷରେ ବାହାହେବା ସେ ଦେଖିଛନ୍ତି। ବୟଫ୍ରେଣ୍ଡ କରିବାର ସାହାସ ନାହିଁ ତ ଏଭଳି କାହିଁକି ହଉଛ ବୋଲି ସେ ସମାଲୋଚନା କରି କହିଛନ୍ତି। ଏଭଳି କହିବା ପରେ ନୋରା ମୁଁ ବି ତୁମଭଳି ଜଣେ ବୋଲି କହିବାକୁ ଭୁଲିନାହାନ୍ତି। ତୁମଭଳି ମୁଁ ମଧ୍ୟ ଏଭଳି ଭିଡିଓ କରିବାରେ ବ୍ୟସ୍ତ ରହୁଛି। ଯେତେ ଫିଲ୍ମ କଲେ ବି ଏଥିରୁ ବାଦ୍‌ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ନୋରାଙ୍କ ଏହି ଭିଡିଓ ୧୫ ଲକ୍ଷରୁ ଅଧିକ ଲାଇକ୍‌ ପାଇସାରିଲାଣି। ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ଏହାକୁ ପସନ୍ଦ କରି ରିଟୁଇଟ୍‌ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ନିଜ ଫ୍ୟାନ୍‌ମାନଙ୍କ ସହ ମିଶିବାର ଅନ୍ୟ ଉପାୟ ନ ଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସୁଯୋଗକୁ ହାତଛଡ଼ା ନ କରି କାମରେ ଲଗାଇବା ଦରକାର ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri