୨୦ ବର୍ଷ ପରେ ପୁଣି ମହାବାତ୍ୟା ଭୟ: ଏରସମା ବ୍ଲକ ଅଞ୍ଚଳରେ ସର୍ବାଧିକ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା

ଜଗତ୍‌ସିଂହପୁର ଅଫିସ୍‌/ଏରସମା,୧୯ା୫(ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ପରେ ଆସନ୍ତା ୨୦ ତାରିଖରେ ପୁଣି ଏକ ମହାବାତ୍ୟାର ଆଶଙ୍କା ରହିଛି। ଏହି ଖବର ବିଶେଷକରି ୧୯୯୯ ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଏରସମା ବ୍ଲକର ଲୋକଙ୍କୁ ଆତଙ୍କିତ କରିଦେଇଛି। ତେବେ ସମ୍ଭାବ୍ୟ ପରିସ୍ଥିତି ନେଇ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଚାଲିଛି। ଏଥିମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଗୋଟିଏ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ସମେତ ଏକାଧିକ ଅଗ୍ନିଶମ ବାହିନୀ ସଜାଗ ରହିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
୧୯୯୯ ମହାବାତ୍ୟାରେ କେବଳ ଏରସମା ବ୍ଲକ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକଙ୍କ ଜୀବନହାନି ଘଟିଥିଲା। ସମୁଦ୍ର ପାଖାପାଖି ୨୦ କିଲୋମିଟର ଏପରି କି ଏରସମା ଅତିକ୍ରମ କରି କୋଠି ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। ଯେହେତୁ ଅକ୍ଟୋବର ୨୯ ରାତିରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ମହାବାତ୍ୟା ପ୍ରଳୟଙ୍କରୀ ରୂପ ନେଇଥିଲା, ତେଣୁ କେହି କୁଆଡେ ଯିବା ତ ଦୂରର କଥା ଜୀବନ ବଞ୍ଚାଇବା କଷ୍ଟକର ଥିଲା। ସମୁଦ୍ର ଲହଡିରେ ଶହ ଶହ ମଣିଷ, ଗୋରୁ ଓ ଜୀବଜନ୍ତୁ ଭାସି ଯାଇଥିଲେ। ମାଟିଝାଟି ଓ ଚାଳ ଛପର ଘରଗୁଡିକର ଚିହ୍ନବର୍ଣ୍ଣ ନ ଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଗଛକୁ ଧରି ବଞ୍ଚତ୍ ଯାଇଥିଲେ। ଏହି ମହାବାତ୍ୟାରେ ଜପା ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ପଞ୍ଚାୟତର ଝାଟିପାରି ଗ୍ରାମର ସର୍ବାଧିକ ୭୦୦, ଦହିବର ୫୮୭ ଓ ଖୋଳପ ଗ୍ରାମର ୩୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆମ୍ବିକି, ପଦ୍ମପୁର, ଗୋଡ଼ା, ଗଡ଼ବିଶୁନପୁର, ଗଡ଼ହରିଶପୁର, ଜପା, ବାଲିତୁଠ, ଗଡ଼କୁଜଙ୍ଗ ଓ ନୂଆଗାଁ ଆଦି ସମୁଦ୍ର ସଂଲଗ୍ନ ପଞ୍ଚାୟତଗୁଡିକ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗ୍ରାମର ଜ୍ୟୋତ୍ସ୍ନାରାଣୀ ଦେଈ (୭୦) ପୁଣି ଏକ ମହାବାତ୍ୟା କଥା ଶୁଣି ଭୟଭୀତ ହୋଇ ପଡିଛନ୍ତି। ସେ କହିଛନ୍ତି ୧୯୯୯ ମହାବାତ୍ୟାରେ ତାଙ୍କ ପରିବାରର ୩୧ ଜଣଙ୍କ ଜୀବନହାନି ଘଟିଥିଲା। ସୌଭାଗ୍ୟକୁ ସେ ଗଛକୁ ଧରି ଜୀବନ ବଞ୍ଚାଇଥିଲେ। ତା’ପରେ ଗାଁ ଛାଡି ସିହା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଛନ୍ତି। ଜପା ପଞ୍ଚାୟତ ସରପଞ୍ଚ ତପନ ଗୋଛାୟତ କହିଛନ୍ତି, ଏତେସତ୍ତ୍ବେ ପଞ୍ଚାୟତ ଅନ୍ତର୍ଗତ ଝାଟିପାରି ଗ୍ରାମରେ ଏକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରିଲା ନାହିଁ। ଏ ସମ୍ପର୍କରେ ଅନ୍ୟ କେତେଜଣ ଲୋକଙ୍କ କହିବା କଥା ହେଲା, ୧୯୯୯ ମହାବାତ୍ୟା ବେଳେ ବାତ୍ୟା ଆଶ୍ରୟସ୍ଥଳ ନ ଥିଲେ ସୁଦ୍ଧା ପରେ ୧୫ଟି ବହୁମୁଖୀ ସମେତ ଏକାଧିକ ବାତ୍ୟା ଆଶ୍ରୟସ୍ଥଳ ହେଲା। ଦୁଃଖର କଥା ହେଲା ସେଥିରୁ ଅଧିକାଂଶ ଅସୁରକ୍ଷିତ। ନିକଟରେ ୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ମରାମତି ପାଇଁ ଟେଣ୍ଡର ହୋଇଛି। ଏ ପରିସ୍ଥିତିରେ ମହାବାତ୍ୟା ଭୟ ବଢାଇ ଦେଇଛି। ଅନୁରୂପ ଭାବେ ବାଲିକୁଦା, ପାରାଦୀପ ଓ କୁଜଙ୍ଗ ସମେତ ଜିଲାବ୍ୟାପୀ ଭୟ ସୃଷ୍ଟି ହୋଇଛି।
ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୋମବାର ପୂର୍ବାହ୍ନରେ ଏରସମା ବ୍ଲକ ଗସ୍ତକରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି। ସେ ଜିରାଇଲୋ, ପଦ୍ମପୁର, ଆମ୍ବିକି ଓ କାଙ୍କଣସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚତ୍ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ସହ ବିଡିଓ କୈଳାସ ଚନ୍ଦ୍ର ବେହେରା ଓ ଅତିରିକ୍ତ ବିଡିଓ ବିଜୟ କେତନ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ। ଜିଲାପାଳ ମହାପାତ୍ର କହିଛନ୍ତ, ଏରସମା ବ୍ଲକରେ କରାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଛାଡି ଅନ୍ୟ ସ୍ଥାନରେ ବାତ୍ୟା ବିପନ୍ନଙ୍କ ପାଇଁ ଆଶ୍ରୟସ୍ଥଳ ଓ ଖାଦ୍ୟର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri