୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି। କିନ୍ତୁ ଅନ୍ୟ ପ୍ରକାର ଫାଇଦା ଦେଶକୁ ମିଳିଛି। ତାହା ହେଉଛି ସ୍ବଚ୍ଛ ବାୟୁମଣ୍ଡଳ। କାରଣ ଗତ ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଷାକ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଏନର୍ଜି ଆଣ୍ଡ କ୍ଲିନ୍‌ ଏୟାର(ସିଆରଇଏ)ର ଲାଉରି ମିଲିଭର୍ଟା ଏବଂ ସୁନୀଲ ଡାହିଆଙ୍କ ଦ୍ୱାରା କରାଯାଇଥିବା ଅଧୁନାତନ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି।
ବିଶ୍ଳେଷଣ ଅନୁଯାୟୀ, ମାର୍ଚ୍ଚରେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୧୫% ହ୍ରାସ ପାଇଥିଲା ଏବଂ ଏପ୍ରିଲରେ ଏହା ୩୦% ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଲକ୍‌ଡାଉନ୍‌ ସ୍ଥିତି ଆଗକୁ ଜାରି ରହିଲେ, ଏହି ବିଷାକ୍ତ ବାୟୁ ନିର୍ଗମନ ଆହୁରି ଯଥେଷ୍ଟ ହ୍ରାସ ପାଇବ ବୋଲି କୁହାଯାଉଛି। କୋଇଲା, ତୈଳ ଏବଂ ଗ୍ୟାସ୍‌ ବ୍ୟବହାରର ତଥ୍ୟକୁ ଆଧାର କରି ବିଶ୍ଳେଷକମାନେ କହିଛନ୍ତି ଯେ, ପୂର୍ବ ଆର୍ଥିକବର୍ଷ ତୁଳନାରେ ୨୦୧୯-୨୦ ଆର୍ଥିକବର୍ଷରେ ଅଙ୍ଗାରକାମ୍ଳ ନିର୍ଗମନ ୩୦ ନିୟୁତ ଟନ୍‌ ହ୍ରାସ ପାଇଛି। ଶକ୍ତି ଓ ପରିବହନ କ୍ଷେତ୍ର ହେଉଛି ଦେଶରେ ଅଙ୍ଗାରକାମ୍ଳ ବୃଦ୍ଧିର ପ୍ରମୁଖ କାରଣ। କୁହାଯାଉଛି ଯେ, ଥର୍ମାଲ ସେକ୍ଟର ଦ୍ୱାରା ବର୍ଷକୁ ପ୍ରାୟ ୯୨୯ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ବର୍ତ୍ତମାନ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ଯୋଗୁ ଅଙ୍ଗାରକାମ୍ଳ ଉତ୍ପନ୍ନ ହେବା ମଧ୍ୟ କମିଛି ବୋଲି ଡାହିଆ କହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ତଥ୍ୟକୁ ଆଧାରକରି ଏହି ବିଶ୍ଳେଷଣରେ ଦର୍ଶାଯାଇଛି ଯେ, କୋଇଲାଚାଳିତ ପ୍ଲାଣ୍ଟରୁ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ମାର୍ଚ୍ଚରେ ୧୫% ଏବଂ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ୩୧% ହ୍ରାସ ପାଇଛି। ଏହା ତୁଳନାରେ ସ୍ବଚ୍ଛ ଊର୍ଜା ତଥା ଅକ୍ଷୟ ଶକ୍ତି(ଆର୍‌ଇ) ଉତ୍ପାଦନ ମାର୍ଚ୍ଚରେ ୬.୪% ବୃଦ୍ଧିପାଇଛି। କିନ୍ତୁ ଏପ୍ରିଲର ପ୍ରଥମ ତିନି ସପ୍ତାହରେ ଏହି ଉତ୍ପାଦନ ୧.୪% ହ୍ରାସ ଘଟିଛି। କୋଇଲାଚାଳିତ ବିଦ୍ୟୁତ୍‌ ଉତ୍ପାଦନ ଅଧିକ ନ ବଢ଼ିବା ଯୋଗୁ ଅଙ୍ଗାରକାମ୍ଳ ନିର୍ଗମନ ବୃଦ୍ଧିରେ ବିଶେଷ ହ୍ରାସ ଘଟିପାରେ ବୋଲି ଗତବର୍ଷ ହୋଇଥିବା ଏକ ଅଧ୍ୟୟନରେ ମିଲିଭର୍ଟା ଓ ଡାହିଆ ପୂର୍ବାନୁମାନ କରିଥିଲେ। କେବଳ କୋଇଲା ନୁହେଁ, ତୈଳର ବ୍ୟବହାର ମଧ୍ୟ ହ୍ରାସ ପାଇଛି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ ତୈଳ ବ୍ୟବହାର ୧୮% କମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri