କାମାକ୍ଷାନଗର, ୧୪।୫(ଡି.ଏନ.ଏ.) – ପୋଲିସ ପଇଁତରା ସତ୍ତ୍ୱେ ସହରକୁ ପଶୁଛନ୍ତି ବାହାର ଶ୍ରମିକ। ଏହାକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବୁଧବାର ସହରରେ ଇତସ୍ତତଃ ଭାବେ ବୁଲୁଥିବା ୧୮ଜଣ ଶ୍ରମିକଙ୍କୁ ସ୍ଥାନୀୟ ସ୍ବେଚ୍ଛାସେବୀ ଉଦ୍ଧାର କରି ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି। ପୋଲିସର ଢିଲାପଣ କରୋନା ସଂକ୍ରମଣ ଆଶଙ୍କା ବଢ଼ାଉଥିବାବେଳେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହେଉଛି।
ଆନ୍ଧ୍ରପ୍ରଦେଶରେ କାମ କରୁଥିବା କଙ୍କଡ଼ାହାଡ଼ ଅଞ୍ଚଳର ୧୨ ଶ୍ରମିକ ବୁଧବାର କାମାକ୍ଷାନଗରରେ ବୁଲୁଥିବାବେଳେ ସ୍ବେଚ୍ଛାସେବୀଙ୍କ ନଜର ପଡ଼ିଥିଲା। ଶ୍ରମିକମାନେ ବିଜୟଓ୍ବାଡାଠାରୁ ୬୦ କିମି ଦୂର ଲସରପେଟା ଅଞ୍ଚଳରେ ମାର୍ବଲ କାମ କରୁଥିଲେ। ଲକ୍ଡାଉନ ପରେ କାମ ବନ୍ଦ ହୋଇଯିବାରୁ ପଇସା ସରିଯାଇଥିଲା। ଏହାପରେ ସେମାନେ ଘରକୁ ଫେରିବାକୁ ଚିନ୍ତା କରିଥିଲେ। ଏଥିଲାଗି ଜଣକା ୨ହଜାର ଟଙ୍କା ଖର୍ଚ୍ଚ କରି ଏକ ବସ୍ରେ ଓଡ଼ିଶା ସୀମାରେ ପହଞ୍ଚତ୍ଥିଲେ। ସେଠାରୁ ଚାଲି ଚାଲି ସୋମବାର ବ୍ରହ୍ମପୁର ଯାଏ ଆସିଥିଲେ। ଟ୍ରକ୍ରେ ଲିଫ୍ଟ ମାଗି ଏବଂ ଚାଲିଚାଲି ୩ଦିନରେ କାମାକ୍ଷାନଗରରେ ପହଞ୍ଚତ୍ଥିଲେ। ଉଦ୍ଧାର ଶ୍ରମିକଙ୍କୁ ଖାଇବା ପିଇବାକୁ ଦେବା ପରେ କଙ୍କଡ଼ାହାଡ଼ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ବିଡିଓ ଖଗେଶ୍ୱର ପାତ୍ର କୁହନ୍ତି, ସମସ୍ତଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି କଟକରୁ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ୬ଜଣ ଶ୍ରମିକଙ୍କୁ କେତେଜଣ ସାମାଜିକ କର୍ମୀ ଉଦ୍ଧାର କରି ଖାଇବା ପିଇବାକୁ ଦେଇଥିଲେ। ସେମାନଙ୍କୁ ମଧ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।
ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରାଯାଉଥିବାବେଳେ ଶ୍ରମିକମାନେ ସହରକୁ ପଶିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ କୁହନ୍ତି, ଯେଉଁ ଶ୍ରମିକମାନେ ନଜରକୁ ଆସୁଛନ୍ତି ସେମାନଙ୍କୁ ଉଦ୍ଧାର କରି ରଖାଯାଉଛି। ହେଲେ କେତେକ ଶ୍ରମିକ ଗଳାବାଟ ଦେଇ ସହରକୁ ଆସୁଥିବା ନଜରକୁ ଆସିଛି। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


