Posted inଖେଳ

କୋଭିଡ-୧୯ ବିପଦ ସହ କ୍ରିକେଟରଙ୍କୁ ବଞ୍ଚିବାକୁ ହେବ: ଗମ୍ଭୀର

ନୂଆଦିଲ୍ଲୀ,୧୦।୫(ପି.ଟି.): କୋଭିଡ- ୧୯ ମହାମାରୀ ଜନିତ ବିପଦ ସହ କ୍ରିକେଟରମାନଙ୍କୁ ଆଗାମୀ ଦିନରେ ବଞ୍ଚିବାକୁ ହେବ। କୋଭିଡ-୧୯ ମହାମାରୀ ଦୃଶ୍ୟପଟ ପରେ ଖେଳାଯିବାକୁ ଥିବା କ୍ରିକେଟରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। କେବଳ ବଲ୍‌ରେ ଲାଳ ନ ଲାଗାଇବାକୁ କୁହାଯାଇପାରେ। ଲାଳ ବଦଳରେ ଅନ୍ୟ କୌଣସି କୁତ୍ରିମ ପଦାର୍ଥ ବ୍ୟବହାର କରିବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଚିନ୍ତା କରୁଛି। କରୋନା ମହାମାରୀ ପରେ କ୍ରିକେଟରେ ନିୟମ ଓ କାନୁନ୍‌ରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ତେବେ ଲାଳର ବିକଳ୍ପ ବ୍ୟବହାର କରାଯାଇ ପରେ। ଏହା ଛଡ଼ା ଅଧିକ କିଛି ହେବ ନାହିଁ ବୋଲି ଷ୍ଟାର ସ୍ପୋଟର୍‌ସକୁ ଗମ୍ଭୀର ସକ୍ଷାତକାର ଦେଇ କହିଛନ୍ତି।
ଖେଳାଳିଙ୍କ ସମେତ ସମସ୍ତଙ୍କୁ ଏବେ ଏହି ଭାଇରସ ସହ ବଞ୍ଚିବାକୁ ହେବ। ଶେଷରେ କୋଭିଡ-୧୯ ବିପଦ ସହ ବଞ୍ଚିବା ଅଭ୍ୟାସରେ ପରିଣତ ହେବ। ଏହି ଭାଇରସ ଜୀବନର ଏକ ଅଂଶବିଶେଷ ହୋଇଯିବ। କ୍ରିକେଟରେ ଯଦିଓ ସାମାଜିକ ଦୂରତା ରକ୍ଷା କରାଯାଇପାରିବ କିନ୍ତୁ ଅନ୍ୟ କ୍ରୀଡ଼ାରେ ଏହା ସମ୍ଭବ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଯେକୌଣସି କ୍ରୀଡ଼ାରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଆଦୌ ସହଜ ହେବ ନାହିଁ। ତେବେ କ୍ରିକେଟତ୍‌ରେ ଏହା ଅବଶ୍ୟ ସମ୍ଭବ। ତେବେ ଫୁଟବଲ, ହକି ଓ ଅନ୍ୟ କ୍ରୀଡ଼ାରେ ସାମାଜିକ ଦୂରତାକୁ ବଜାୟ ରଖିବା କଷ୍ଟକର ହେବ। ତେଣୁ ଏହା ସହ ଆମକୁ ବଞ୍ଚିବାକୁ ହେବ। ଏହାକୁ ଯେତେଶୀଘ୍ର ଗ୍ରହଣ କରିବା ସେତେ ଭଲ ହେବ ବୋଲି ଗମ୍ଭୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri