ସ୍କୁଲ୍‌ରେ ଅଡ୍‌-ଇଭିନ ବ୍ୟବସ୍ଥା ପାଇଁ ଯୋଜନା

ଭୁବନେଶ୍ୱର, ୯।୫(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ଦିନକୁ ଦିନ ସ୍ଥିତି ଜଟିଳ ହୋଇଚାଲିଥିବାବେଳେ ଇତିମଧ୍ୟରେ ଲକ୍‌ଡାଉନ୍‌ ଅବଧିକୁ ୩ଥର ବଢ଼ାଯାଇଛି। ଏପରି ସ୍ଥଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ନୂଆ ଶିକ୍ଷାବର୍ଷ କେବେ ଆରମ୍ଭ ହେବ ଓ ଆଗକୁ ସ୍କୁଲ ଖୋଲିଲେ ଏତେ ମାତ୍ରାରେ ପିଲା କିପରି ସ୍କୁଲ ଯିବେ ତାହାକୁ ନେଇ ବିକଳ୍ପ ବ୍ୟବସ୍ଥା କରାଯାଉଛି। ନ୍ୟାଶନାଲ୍‌ କାଉନସିଲ୍‌ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ(ଏନସିଇଆର୍‌ଟି) ସ୍କୁଲରେ ଅଡ୍‌-ଇଭିନ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରୁଛି। ଗୋଟିଏ ସପ୍ତାହରେ ଯୁଗ୍ମ ରୋଲ୍‌ ନମ୍ବର ଥିବା ଛାତ୍ରୀଛାତ୍ର ସ୍କୁଲ ଆସିବେ ଓ ପର ସପ୍ତାହରେ ଅଯୁଗ୍ମ ରୋଲ୍‌ ନମ୍ବର ଥିବା ଛାତ୍ରୀଛାତ୍ର ସ୍କୁଲ ଆସିବେ। ଏନେଇ ଖୁବ୍‌ ଶୀଘ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇ ମାନବ ସମ୍ବଳ ମନ୍ତ୍ରଣାଳୟକୁ ପଠାଯିବ। ସେଠାରୁ ଅନୁମତି ମିଳିବା ପରେ ସବୁ ରାଜ୍ୟକୁ ପଠାଯିବ। ଯଦି ରାଜ୍ୟ ସରକାର ଚାହିଁବେ ତେବେ ଏହାକୁ ସଂଶୋଧନ କରି ଲାଗୁ କରିପାରିବେ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ହୃଷୀକେଶ ସେନାପତି କହିଛନ୍ତି। ସାମାଜିକ ଦୂରତ୍ୱ ଏହି ବ୍ୟବସ୍ଥାର ମୂଳ ଆଧାର ରହିବ। ଯେବେବି ସ୍କୁଲ ଖୋଲିବ ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ରଖାଯାଇଛି।
ଏହାଛଡ଼ା ଟିଭି ଚ୍ୟାନେଲଗୁଡ଼ିରେ ପ୍ରସାରଣ ପାଇଁ ସରକାର ‘ଇଚ୍‌ କ୍ଲାସ୍‌, ୱାନ୍‌ ଚାନେଲ୍‌’ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଏନ୍‌ସିଇଆର୍‌ଟି ‘ବିଷୟବସ୍ତୁ ଓ ଲାଇଭ୍‌ ଇଣ୍ଟରଆକ୍ସନ’ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରୁଛି। ଚୂଡ଼ାନ୍ତ ମାର୍ଗଦର୍ଶିକା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅନୁମୋଦନ କରିବ ବୋଲି ନିର୍ଦ୍ଦେଶକ ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛାତ୍ରୀଛାତ୍ରଙ୍କ ଶିକ୍ଷା ଗ୍ରହଣରେ କୌଣସି ମତେ ସାଲିସ ନ କରାଯିବା ପାଇଁ ଏହିସବୁ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି। ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା ସହ ସପ୍ତାହ ଅଦଳ ବଦଳ ବ୍ୟବସ୍ଥା ଉପରେ ମଧ୍ୟ ବିଚାର କରାଯାଉଛି। ଘରେ ରହୁଥିବା ଦିନ ଛାତ୍ରୀଛାତ୍ରମାନେ କ’ଣ କରିବେ ତାହା ମଧ୍ୟ ଏହି ମାର୍ଗଦର୍ଶିକାରୁ ଜଣାପଡ଼ିବ ବୋଲି ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri