ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା, ଯାହା ଫଳରେ ଏହି ପ୍ରାଣଘାତୀ ଭୂତାଣୁ କବଳରୁ ରକ୍ଷା ପାଇବା ଲାଗି ସଫଳ ଔଷଧ ପ୍ରସ୍ତୁତିରେ ବିଶ୍ୱବାସୀଙ୍କ ପ୍ରୟାସ ବିଳମ୍ବ ହେଲା ବୋଲି ଏକ ଗୋଇନ୍ଦା ଦଲିଲ୍‌ରେ ଦାବି କରାଯାଇଛି। ଚାଇନାର ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ପ୍ରୟାସ ଯୋଗୁ ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ଏଥିରେ ଦର୍ଶାଯାଇଛି। ୧୫ ପୃଷ୍ଠା ସମ୍ବଳିତ ଏହି ଡୋଜିୟର ଚାଇନାକୁ କାଠଗଡ଼ାରେ ଠିଆ କରାଇବ ବୋଲି କୁହାଯାଉଛି।
ଆମେରିକା, କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପକ୍ଷରୁ ଫାଇଭ୍‌ ଆଇ ଇଣ୍ଟେଲିଜେନ୍ସ ଏଜେନ୍ସିର ଏହି ଦଲିଲ୍‌ ଚାଇନାର ଗୁପ୍ତ ରହସ୍ୟର ପର୍ଦ୍ଦାଫାଶ୍‌ କରିଛି। ପ୍ରାରମ୍ଭରେ କରୋନା ଭୂତାଣୁ ମଣିଷରୁ ମଣିଷକୁ ବ୍ୟାପିବାର ଆଶଙ୍କା ନାହିଁ ବୋଲି ଚାଇନା କହିଥିବା ଏଥିରେ ଦର୍ଶାଯାଇଛି। ଉହାନ୍‌ରେ ଭୂତାଣୁ ବ୍ୟାପିବା ପରେ ଚାଇନାର ଏଭଳି ଦାବିକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାନୁୟାରି ୧୪ରେ ସତର୍କ କରାଯାଇଥିଲା। ଚାଇନାର ପ୍ରାଥମିକ ତଦନ୍ତରେ କୌଣସି ସତ୍ୟତା ନ ଥିବା ଦର୍ଶାଯାଇଥିଲା। ଭୂତାଣୁ ବ୍ୟାପିବାର ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଇନା ନୀରବ ରହିଥିଲା। ଏନେଇ ଡାକ୍ତର ଓ ବିଶେଷଜ୍ଞମାନେ ତନାଘନା କରିବାରୁ ଚାଇନା ପକ୍ଷରୁ ଏସବୁକୁ ବନ୍ଦ କରାଯାଇ ତଥ୍ୟଗୁଡ଼ିକୁ ବିଜ୍ଞାନାଗାରରୁ ଧ୍ୱଂସ କରାଯାଇଥିଲା। ଏମିତିକି ସର୍ଚ୍ଚ ଇଞ୍ଜିନରୁ ମଧ୍ୟ କେତେକ ତଥ୍ୟ ଜାଣିଶୁଣି ଡିଲିଟ୍‌ କରାଯାଇଥିଲା। ନିଜ ଦେଶରେ ଚାଇନା ନିଜ ଲୋକଙ୍କ ଗସ୍ତ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ ଦେଶଗୁଡ଼ିକୁ ଏହି କଟକଣା ଲଗାଇବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲା। ଉହାନ୍‌ରେ ଭୂତାଣୁ ଉଗ୍ରରୂପ ନେବା ପରେ ଲକ୍ଷ ଲକ୍ଷ ଲୋକ ସେଠାରୁ ଭୟରେ ପଳାଇ ଆସିଥିଲେ। ଜାନୁୟାରୀ ୨୩ରେ ବେଜିଂରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ମଧ୍ୟ ଚାଇନା ସବୁକିଛି ଲୁଚାଇ ରଖିଥିଲା। ଏପରିକି ଫେବୃୟାରୀ ପର୍ଯ୍ୟନ୍ତ ଆମେରିକା, ଭାରତ, ଅଷ୍ଟ୍ରେଲିଆ, ଇଟାଲୀ ଭଳି ଅନ୍ୟ ଦେଶଗୁଡ଼ିକ ଭୂତାଣୁର ଭୟାବହତା ଓ କଟକଣା ନେଇ ସୁରାକ ପାଇ ନ ଥିଲେ ବୋଲି ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ଆମେରିକାର ରାଷ୍ଟ୍ରପତି, ଭବିଷ୍ୟକାର କହିଲେ ଏମିତି…

ଓ୍ବାଶିଂଟନ,୨ା୫: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଲାନ ଲିକ୍ଟମ୍ୟାନ ପୁଣି ଥରେ ପୂର୍ବାନୁମାନ କରିଛନ୍ତି। ଆଲାନଙ୍କୁ ଆମେରିକାର ନୋଷ୍ଟ୍ରାଡାମସ ମଧ୍ୟ କୁହାଯାଏ। ଯିଏ ଗତ ଅନେକ...

ଭାରତ ବିରୋଧରେ ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି, ଯେଉଁ କାରଣରୁ ସେ ବର୍ତ୍ତମାନ ଟାର୍ଗେଟର ଶିକାର...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

ଇସ୍ରାଏଲ୍‌କୁ ଝଟ୍‌କା ଦେଲା ଭାରତ: ପାଲେଷ୍ଟାଇନ୍‌କୁ ଖୋଲାଖୋଲି ସମର୍ଥନ

ନ୍ୟୁୟର୍କ,୨।୫: ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ଇସ୍ରାଏଲ ପାଇଁ ଏକ ଝଟକା ବୋଲି ଦେଖାଯାଉଛି। ମିଳିତ ଜାତିସଂଘରେ ଇସ୍ରାଏଲ...

ବଞ୍ଚିଛନ୍ତି ଗୋଲଡି ବ୍ରାର, ଆମେରିକା ପୋଲିସ କହିଛି ମିଡିଆରେ ଦିଆଯାଇଥିବା ଖବର ମିଥ୍ୟା

ଚଣ୍ଡିଗଡ଼/ଓ୍ବାଶିଂଟନ, ୨।୫: ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବନ୍ତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି। ପରବର୍ତ୍ତୀ ସମୟରେ, କାଲିଫର୍ନିଆର ଫ୍ରେସ୍ନୋ ପୋଲିସ ବିଭାଗ...

ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ

ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା...

ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ

ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ...

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri