Posted inଖେଳ

ଇର୍ଫାନଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ: ଦୁଃଖ ପ୍ରକାଶ କଲେ ସଚିନ, ସେହ୍ବାଗ, କୋହଲି, ଯୁବି

ନୂଆଦିଲ୍ଳୀ,୨୯।୪: ବଲିଉଡ ଅଭିନେତା ଇର୍ଫାନ ଖାନ୍‌ଙ୍କ ପରଲୋକରେ ସାରା କ୍ରୀଡ଼ାଜଗତ ଶୋକ ପ୍ରକାଶ କରିଛି। ୫୪ ବର୍ଷରେ ଇର୍ଫାନ କ୍ୟାନ୍‌ସର କାରଣରୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ବୁଧବାର ମୃତ୍ୟୁବରଣ କରିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, ଭାରତୀୟ ହକି ଅଧିନାୟକ ମନ୍‌ପ୍ରୀତ ସିଂ, ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ, ଓପନର ଶିଖର ଧାଓ୍ବନ, ମହମ୍ମଦ କୈଫ, ଅମିତ ମିଶ୍ରା, ହିମା ଦାସ, ବକ୍ସର ବିଜେନ୍ଦର ସିଂଙ୍କ ଭଳି କ୍ରୀଡ଼ାବିତ୍‌ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।
ଇର୍ଫାନ ମୋର ଫେଭରାଇଟ୍‌ ଅଭିନେତା ଥିଲେ। ତାଙ୍କର ସବୁ ସିନେମା ଦେଖିଛି। ଶେଷ ସିନେମା ଅଙ୍ଗ୍ରେଜି ମିଡିମ ମଧ୍ୟ ଦେଖିଛି। ତାଙ୍କର ଆତ୍ମାର ସଦ୍‌ଗତି ହେଉ ବୋଲି ସଚିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ କହିଛନ୍ତି। ସେହିପରି ସେ ଜଣେ ମହାନ୍‌ ଅଭିନେତା ତଥା ମଣିଷ ଥିଲେ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ସେହ୍ବାଗ ଟୁଇଟ୍‌ କରି ଜଣାଇଛନ୍ତି। ଇର୍ଫାନ ଜଣେ ପ୍ରତିଭାସମ୍ପନ୍ନ ଅଭିନେତା ଥିଲେ ଓ ଅଭିନୟର ଯାଦୁରେ ସେ ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ। ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି କୋହଲି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଆମେ ଜଣେ ମହାନ୍‌ ଅଭିନେତାଙ୍କୁ ହରାଇଲୁ ବୋଲି ହିମା ଟୁଇଟ କରି ଉଲ୍ଲେଖ କରିଛନ୍ତି। ଇର୍ଫାନ ମୋର ଅନ୍ୟତମ ପ୍ରିୟ ଅଭିନେତା ଥିଲେ ଓ ତାଙ୍କ ଅଭିନୟ କାରଣରୁ ସେ ସବୁଦିନ ଜୀବିତ ରହିବେ ବୋଲି କୈଫ୍‌ କହିଛନ୍ତି। ସେହିପରି ଆମେ ସବୁଦିନ ପାଇଁ ତାଙ୍କୁ ହରାଇଲୁ ବୋଲି ଅମିତ୍‌ କହିଛନ୍ତି। ସେହିପରି ଇର୍ଫାନଙ୍କ ସମସ୍ୟା, ସଂଘର୍ଷ, ଯନ୍ତ୍ରଣା ସହିତ ମୁଁ ଭଲ ଭାବେ ପରିଚିତ ବୋଲି ଯୁବରାଜ କହିଛନ୍ତି। ଇର୍ଫାନଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ଯୁବରାଜ ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, କର୍କଟ ରୋଗରେ ପୀଡିତ ହେବା କାରଣରୁ ଇର୍ଫାନ ଲଣ୍ଡନରେ ତାଙ୍କର ଚିକିତ୍ସା କରାଇଥିଲେ। ତେବେ ଗତ କିଛିଦିନ ମଧ୍ୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri