ଅତି ଧନୀଙ୍କ ଟିକସ ବୃଦ୍ଧି ପାଇଁ ସୁପାରିସ

ନୂଆଦିଲ୍ଲୀ,୨୭।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଲାଗି ସରକାର ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଟିକସ ବଢାଇପାରନ୍ତି। ସେହିଭଳି ବିଦେଶୀ କମ୍ପାନୀଗୁଡିକ ଉପରେ ଲାଗୁ ହେଉଥିବା ଟିକସ ମଧ୍ୟ ବଢିବା ନେଇ ଆଲୋଚନା ହେଉଛି। ଏହି ବର୍ଗଗୁଡିକରେ ଟିକସ ବୃଦ୍ଧି କରିବାକୁ ବରିଷ୍ଟ ଟିକସ ଅଧିକାରୀମାନେ ସରକାରଙ୍କୁ ସୁପାରିସ କରିଛନ୍ତି। ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ସଂଘ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ପି.ସି.ମୋଦିଙ୍କୁ ଫିସ୍‌କାଲ ଅପ୍ସନ ଆଣ୍ଡ ରେସ୍‌ପନ୍ସ ଟୁ ଦ କୋଭିଡ୍‌-୧୯ ଏପିଡେମିକ (ଫୋର୍ସ) ନାମରେ ଉକ୍ତ ପ୍ରସ୍ତାବ ରଖିଛି। ଯେଉଁ ଟିକସଦାତା ଠିକ୍‌ ସମୟରେ ଟିକସ ପଇଠ କରିବା ସହ ସରକାରଙ୍କ ନିୟମ ଅନୁପାଳନ କରୁଛନ୍ତି ସେମାନଙ୍କୁ କେବଳ ଟିକସ କ୍ଷେତ୍ରରେ ରିହାତି ଦିଆଯିବା ଉପରେ ପେପରରେ ଉଲ୍ଲେଖ ରହିଛି। ସରକାରଙ୍କ ମହଙ୍ଗା ଭତ୍ତା ସମ୍ପର୍କିତ ନିଷ୍ପତ୍ତି ଦ୍ୱାରା ରାଜକୋଷରେ ୩୭ ହଜାର କୋଟି ଟଙ୍କା ବଞ୍ଚିବ।
କିଛି ପ୍ରସ୍ତାବକୁ ସାମୟିକ ଲାଗି କାର୍ଯ୍ୟକାରୀ କରାଇବାକୁ ସଂଘ ପକ୍ଷରୁ କୁହାଯାଇଛି। ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟକାରୀ ବ୍ୟକ୍ତିବିଶେଷଙ୍କ ଉପରେ ଟିକସର ସୀମା ୩୦%ରୁ ୪୦%କୁ ବଢାଇବା ଲାଗି ପ୍ରସ୍ତାବ ରହିଛି। ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ଓ୍ବେଲ୍‌ଥ ଟିକସ ପୁଣି ଲାଗୁ କରିବାକୁ କୁହାଯାଇଛି। ଏହି ପ୍ରସ୍ତାକୁ ସରକାର ୩ରୁ ୬ ମାସ ପର୍ଯ୍ୟନ୍ତ ଲାଗୁ କରିପାରିବେ ବୋଲି ସଂଘ ମତ ରଖିଛି। ବଜେଟ ୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୁପର ରିଚ୍‌ଙ୍କ ଲାଗି ସରଚାର୍ଜ ଲାଗୁ କରିଥିଲେ। ଏହାଦ୍ୱାରା ରାଜକୋଷକୁ ୨,୭୦୦ କୋଟି ଆସିବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସର୍ବୋଚ୍ଚ ଟିକସ ସୀମା ୩୦% ରହିଥିବା ବେଳେ ଏହାକୁ ୪୦% ବଢାଗଲେ ସରଚାର୍ଜରୁ ସରକାରଙ୍କ ଆୟ ମଧ୍ୟ ବଢିଯିବ। ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟକାରୀ ବ୍ୟକ୍ତିବିଶେଷଙ୍କୁ ସୁପର ରିଚ୍‌ ବୋଲି ବିବେଚନା କରାଯାଉଛି।
ସରକାରଙ୍କୁ ପ୍ରଦାନ କରାଯାଇଥିବା ବର୍ତ୍ତମାନର ପେପରକୁ ୫୦ ସଦସ୍ୟ ବିଶିଷ୍ଟ ଆଇଆର୍‌ଏସ୍‌ ଅଧିକାରୀଙ୍କ ଟିମ୍‌ ପ୍ରସ୍ତୁତ କରିଛନ୍ତି। ସୁପର ରିଚ୍‌ଙ୍କ ଉପରେ ୨ ପ୍ରକାର ଟିକସ ଲାଗୁ କରିବା ଲାଗି ପ୍ରସ୍ତାବରେ କୁହାଯାଇଛି। ବାର୍ଷିକ ୧ କୋଟିରୁ ଉର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ସୁପର ରିଚ୍‌ ବର୍ଗରେ ରଖାଯାଇଛି। ଏମାନଙ୍କ ଉପରେ ୩୦% ଟିକସ ଲାଗୁ ହେଉଥିବା ବେଳେ ଏହାକୁ ବଢାଇ ୪୦% କରାଯିବାକୁ ପ୍ରସ୍ତାବ ରହିଛି। ଯେଉଁମାନଙ୍କର ବାର୍ଷିକ ଆୟ ୫ କୋଟି ଟଙ୍କାରୁ ଅଧିକ ସେମାନଙ୍କୁ ଅଲ୍‌ଟ୍ରା ରିଚ୍‌ ଭାବେ ବିବେଚନା କରାଯିବା ସହ ଓ୍ବେଲ୍‌ଥ ଟିକସ ଲାଗୁ କରାଯିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି।
ବିଦେଶୀ କମ୍ପାନୀଙ୍କ ସର୍‌ଚାର୍ଜ
ବିଦେଶୀ କମ୍ପାନୀଙ୍କ ଉପରେ ବିଚାର କଲେ ପ୍ରସ୍ତାବିତ ନିୟମକୁ ୯ ରୁ ୧୨ ମାସ ଲାଗି ଲାଗୁ କରିବାକୁ କୁହାଯାଇଛି। ଅର୍ଥାତ୍‌ ବିଦେଶୀ କମ୍ପାନୀଙ୍କ ଉପରେ ସର୍‌ଚାର୍ଜ ବଢ଼ାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଅଧିକାରୀ ସଂଘ। ବର୍ତ୍ତମାନ ୧ରୁ ୧୦ କୋଟି ଟଙ୍କା ଆୟ ଉପରେ ୨% ସର୍‌ଚାର୍ଜ ଲାଗୁ ହେଉଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ୫% ସରଚାର୍ଜ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri