ଲୋପ୍‌ ପାଉଛେ ଯଁତାର ବେଭାର:ଦିହିପା ସମସିଆରେ ଛଁଦି ହେଉଛନ୍‌ ମହିଲା

ଲାଠୋର, ୧୨ା୬ (ଡି.ଏନ୍‌.ଏ): ଆଜିର ମୁନୁଷ ନିଜକେ ଆଧୁନିକତା ଭିତରେ ହଜେଇ ଦେଇଛେ। ଯୁଗର ସଂଗେ ତାଲ ଦେଇ ଆଗ୍‌କେ ବଢ଼ୁଛେ। ନିଜର ସୁଖ୍‌ ସୁବିଧାର ଲାଗି ନୂଅଁା ନୂଅଁା ଯନ୍ତ୍ରପାତିର ବେଭାର କରୁଛେ। ଯେନ୍‌ଥିରଲାଗି ପୁରନାକାଲିଆ ଘରୁଆ ଉପକରନ୍‌ ଯଁତା, ରୁବେନ, ଢେଁକି, କୁଟେନ, ପାହାରୁନ, ଶିଲର ବେଭାର ଯେନ୍‌ତା ଆଏଜ୍‌କାଲିର ମହିଲାମାନେ ପାସ୍‌ରି ଦେଲେନ। ଆଧୁନିକ ମହିଲାମାନେ ଇଲୋକ୍ଟ୍ରୋନିକ୍ସ ସାମାନର ବଡ଼ଭାରି ବେଭାର କରୁଛନ୍‌। ଯେନ୍‌ଥିରେ ପରିଶ୍‌ରମ କମ୍‌ ଆର କାମ୍‌ ଜଲ୍‌ଦି ଉସ୍‌ରୁଛେ। ହେଲେ ଇଥ୍‌ରେ ସଭେ ଅଲସୁଆ ହେଇ ନିଜେ ସୁଆସ୍‌ତିଅ ସମସିଆକେ ଡାକିଆନୁଛନ୍‌। ଆଘ ଘରକରି ମହିଲାମାନେ ଚାଉଲ, ଦାଲି, ମସଲା, ହଲଦି, ଲକାକେ କୁଟ୍‌ବା, କଁାଡ଼୍‌ବା, ଦଲବାରର ଲାଗି ଢେଁକି, ଯଁତା, କୁଟେନ ଆଦିର ବେଭାର କରୁଥିଲେ। ଇଥ୍‌ରେ ଅନେକ ଶାରିରୀକ ପରିଶ୍‌ରମ ହେଉଥିଲା। ଶାରିରୀକ ପରିଶ୍‌ରମ ଲାଗି ଦିହିପା ନିରୁଜ୍‌ ରହୁଥିଲା। ହେଲେ ଆଏଜ୍‌କାଲି ଇ ସବୁ ଗୁଟେ ପରଥାରେ ରହିଯାଇଛେ। ବିହାବରପନ୍‌ ବେଲେ ଝି’କେ ବଟାଲେ ଯଉତୁକରେ ଶିଲ, ଯଁତା ଦେଉଛନ୍‌ ସତ୍‌, ହେଲେ ସେଟା ଘରେ ପଡ଼ି ପଡ଼ି ଖତ୍‌ ଖାଉଛେ। ମସଲା ବାଟବାକେ ହେଉ କି ଦାଲି ଦଲ୍‌ବାକେ ହେଉ ଆଧୁନିକ୍‌ ମହିଲାମାନେ ଗ୍ରାଇଣ୍ଡରର ବେଭାର କରୁଛନ୍‌। ଯେନ୍‌ଥିରେ ପରିଶ୍‌ରମ କମ୍‌, କାମ୍‌ ଜଲଦି ହେଉଛେ। ଘରକରି ମହିଲାମାନେ ଏନ୍‌ତା ସବୁ ଯନ୍ତ୍ରପାତିର ବଡ଼ଭାରି ବେଭାର ଲାଗି ବହୁତ୍‌ ଫୁରସତ୍‌ ପାଉଛନ୍‌। ବିନା ପରିଶ୍‌ରମରେ ଘରେ ବେଶି ସମିଆ ବସି ରହିଲାବେଲେ ରୋଗ୍‌ବାଗ ମାଡ଼ି ବସୁଛେ। ଡାକ୍‌ତର ପାସ୍‌କେ ଗଲେ ମାଲମାଲ ଉଷୋ ସଂଗେ ଯୋଗ, ବ୍ୟାୟାମ, ଖାଏବାର ପିଇବାର ଗୁଟେ ବଡ଼ଭାରି ତାଲିକା ଧରେଇ ଦେଉଛନ୍‌। ହେଲେ ଇଥ୍‌ରେ କିଛି ଲାଭ୍‌ ନାଇଁ ହେବାର। କାରନ୍‌ ଝନେ ମୁନୁଷ୍‌ ଯେନ୍‌ ହିସାବେ ଶାରିରୀକ ପରିଶ୍‌ରମ କରବାର କଥା ନାଇଁ କଲେ ରୋଗ୍‌ ନିହାତି ହେବା। ଆଏଜ୍‌ ବି ଗଁାଗଁଲିରେ ଅନେକ୍‌ ପୁରାତନ ବୁରୁଧ୍‌ ଅଛନ୍‌ ଯେନ୍‌ମାନେ ନିରୁଜ୍‌ ଜୀବନ୍‌ ବିତଉଛନ୍‌ ଆର ଶାରିରୀକ ପରିଶ୍‌ରମ କରିପାରୁଛନ୍‌। ହେଲେ ଆଏଜ୍‌କାଲି ୪୦ ବଛର ଡେଗ୍‌ତେ ଡେଗ୍‌ତେ ବଡ଼ଭାଗି ମହିଲାକରନେ ମୁଟା ହେବାର ସଂଗେ ମଧୁମେହ ରୋଗ୍‌ ଦେଖ୍‌ବାକେ ମିଲୁଛେ। ଇତାର ବଡ଼ କାରନ୍‌ ଅଲପ୍‌ ଶାରିରୀକ ପରିଶ୍‌ରମ ସଂଗେ ଖାଏଦ୍‌ ପାଏନ୍‌ରେ ଅସଁତୁଲନ। ଯେନ୍‌ଥିରଲାଗି ଆଏଜ୍‌କାଲିର ଭେଁଡ଼ିଆ ପିଲା ଆର ଧଁାଗ୍‌ରି ଟୁକେଲ ବି ସଖାଲ ପାଏଲେ ମର୍ଣ୍ଣିଂଓ୍ବାକ୍‌ ଇଭିନିଂ ଓ୍ବାକ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଯଦି ମହିଲାମାନେ ଶିଲ, ଯଁତା ଲେଖେଁ ପୁରନା କାଲିଆ ଉପକରନ୍‌ ବେଭାର କରବେ ଅନେକ୍‌ ରୋଗ୍‌ରୁ ମୁକ୍‌ତି ମିଲିଯିବା। ଗୁଟେ ନିରୁଜ୍‌ ସମାଜ ଗଠନ୍‌ ବି ହେଇପାରବା। ଇ ଦିଗେ ସଭେ ସଚେତନ୍‌ ହେବାର ସଂଗେ ସଚେତନତା ସୁରୁଷ୍‌ଟି କରବାର କଥା। ଇଥ୍‌ରେ ଆମର ପୁରନାକାଲିଆ ସଂସ୍କୃତି, ପରମ୍ପରା ବି ବଁଚି ରହିତା।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା, ଛାତ୍ର ଅଟକ

ସମ୍ବଲପୁର,୪ା୧୨: ଭିସୁଟ୍‌ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଜଣେ ଛାତ୍ର ଅଟକ ଅଛନ୍ତି। ଛାତ୍ରୀଙ୍କୁ ଛାତ୍ର ଜଣଙ୍କ ପ୍ରବଳ ମାଡ଼ ମାରିଥିବା ବୁର୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri