ରୋଜଗାର ମାଗିଲେ ଯାଯାବର

(ଅଜିତ ଧଳ) ଛେଣ୍ଡିପଦା,୧୨ା୪ – ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ନେବାକୁ ବହୁ ଥିଲାବାଲାଙ୍କ ହାତ ଲମ୍ବି ଆସୁଥିବା ବେଳେ ଖାଦ୍ୟ ସାମଗ୍ରୀ ଧରି ଘରଦୁଆରେ ପହଞ୍ଚିଥିବା ପ୍ରଶାସନକୁ ଫେରାଇ ଦେଇଛନ୍ତି ୧୩ ଯାଯାବର ପରିବାର। ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ସେମାନେ ପୂର୍ବ ପ୍ରସ୍ତୁତି କରିଥିବାରୁ ସରକାର ସେମାନଙ୍କ ପାଇଁ ଅର୍ଥ ଖର୍ଚ୍ଚ ନ କରି ତାହାକୁ କରୋନା ମୁକାବିଲାରେ ବ୍ୟୟ କରିବାକୁ ପରାମର୍ଶ ଦେଇ ମହାନତା ଦେଖାଇଛନ୍ତି ସମ୍ପୃକ୍ତ ଯାଯାବରମାନେ। ତେବେ ଯେତେଶୀଘ୍ର ସମ୍ଭବ ସରକାର ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ସୁଯୋଗ ସୃଷ୍ଟିକରି ରୋଜଗାର ଦେବାକୁ ୧୩ ଯାଯାବର ପରିବାର ଦାବି କରିଛନ୍ତି।
ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଧୋବାମଳିହାଠାରେ ଦୀର୍ଘ ୬ ବର୍ଷ ହେଲା ରହୁଥିବା ଏହି ଯାଯାବରମାନଙ୍କ ପ୍ରକୃତ ଘର ଛତିଶଗଡର ରାୟଗଡ ଜିଲାରେ। ଛେଣ୍ଡିପଦାର ବିଭିନ୍ନ ଜଙ୍ଗଲରୁ ଖଜୁରି ପିଞ୍ଛ ସଂଗ୍ରହ ସହ ସେଥିରେ ଝାଡୁ, ପଟିଆ ଆଦି ତିଆରି କରି ବିକ୍ରି କରିବା ହେଉଛି ସେମାନଙ୍କ କାମ। କିନ୍ତୁ ଲକ୍‌ଡାଉନ ଯୋଗୁ ସେହି ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଘରେ ରହିଥିବା ହାତ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ରୋଜଗାର ମଧ୍ୟ ନାହିଁ। ତେବେ ୧୪ ତାରିଖ ଯାଏ ଘରେ ରାଶନ ସାମଗ୍ରୀ ରଖିଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି ଖବର ସେମାନଙ୍କୁ ଚିନ୍ତାରେ ପକାଇଛି। ଶନିବାର ଛେଣ୍ଡିପଦା ବିଡିଓ ସୁନୀଲ କେରକଟା, ରାଇଝରଣ ସରପଞ୍ଚ ସୁଜୋତ୍ସ୍ନା ଦେହୁରୀ ସେମାନଙ୍କ ନିକଟରେ ପହଞ୍ଚିଥିଲେ। କରୋନା ସମ୍ପର୍କରେ ସଚେତନ କରାଇବା ସହ ସମ୍ପୃକ୍ତ ୧୩ ପରିବାରର ମୋଟ୍‌ ୪୮ ଜଣ ସଦସ୍ୟଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ। ହେଲେ ସମ୍ପୃକ୍ତ ଯାଯାବର ପରିବାରମାନେ ଖାଦ୍ୟ ନେବାକୁ ମନା କରିଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତି ନେଇ ସେମାନେ ଅବଗତ ଓ ପ୍ରସ୍ତୁତ ଅଛନ୍ତି। ତେଣୁ ୧୪ ତାରିଖ ପର୍ଯ୍ୟନ୍ତ ଚଳିବାକୁ ଘରେ ଡାଲି, ଚାଉଳ, ଆଳୁ ମହଜୁଦ ରଖିଛନ୍ତି। ତେଣୁ ସରକାର ସେମାନଙ୍କ ଖାଇବା ଚିନ୍ତା ନ କରି ସେହି ଅର୍ଥ କରୋନା ରୋକିବା ଦିଗରେ ଖର୍ଚ୍ଚ କରିବାକୁ ଯାଯାବରମାନେ ପରାମର୍ଶ ଦେଇଥିଲେ। ଏଥିସହ ସେମାନେ ପ୍ରସ୍ତୁତ କରିଥିବା ଝାଡ଼ୁ, ପଟିଆ ଆଦି କିପରି ବିକ୍ରି କରିପାରିବେ ତାହାର ବ୍ୟବସ୍ଥା ସରକାର କଲେ ଲକ୍‌ଡାଉନ୍‌ର ବାକି ଦିନଗୁଡ଼ିକରେ ଚଳିବାରେ ଅସୁବିଧା ହେବନାହିଁ ବୋଲି ଯାଯାବରମାନେ କହିଥିଲେ। ଏ ସମ୍ପର୍କରେ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଲକ୍‌ଡାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେଣୁ ଯାଯାବର ପରିବାର ତିଆରି କରିଥିବା ସାମଗ୍ରୀ କିଣିବା ସମ୍ଭବ ନୁହେଁ। ବାହାର ରାଜ୍ୟରୁ ଆସିଥିବା ଲୋକମାନଙ୍କୁ ଯେପରି ଖାଦ୍ୟ ଦିଆଯାଉଛି ସେମାନଙ୍କୁ ମଧ୍ୟ ସେହିପରି ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...

ଓଏଏସ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀ କହି ନେଇଗଲେ ୪ ଲକ୍ଷ, ପରେ…

ବଣାଇଁ,୧୨ା୧୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଓଏଏସ ଅଫିସରଙ୍କୁ ଭିଜିଲାନ୍ସର ଧମକ ଦେଇ ଲୁଟ ଚଳାଇଥିବା ୨ଜଣଙ୍କୁ ବଣାଇଁ ପୋଲିସ ଶୁକ୍ରବାର ଗିରଫ କରିଛି।...

କଳିଙ୍ଗା ଘାଟି ତଳେ ଭୟଙ୍କର ଦୁର୍ଘଟଣା: ଏପଟେ  ପସିଲା ଲୁହା ଛଡ଼, ସେପଟେ ଛିଡ଼ିପଡ଼ିଲା ବିଦ୍ୟୁତ୍‌ ତାର   

ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ...

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri