ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେମାନେ ‘ମି ବୁଡି’ ନାମକ ଏକ ଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏହି ଆପ୍‌ର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ମାଲିରେଡ୍ଡୀ ରାଜଶେଖର। ଏହା ପୂର୍ବରୁ ଏହି ଆପ୍‌ ମାଧ୍ୟମରେ ସେ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ କୃଷି ଉପକରଣ,ବୈଦ୍ୟୁତିକ ଯନ୍ତ୍ରପାତି , ହସ୍ତକଳା ସାମଗ୍ରୀ ପହଞ୍ଚାଉଥିଲେ। କିନ୍ତୁ ଏବେ ଲକ୍‌ଡାଉନରେ ଲୋକଙ୍କ ସମସ୍ୟା ଦୂର କରିବା ଲାଗି ସେ ଆଗକୁ ଆସି ଲୋକଙ୍କ ଅଭାବ ପୂରଣ କରିପାରୁଛନ୍ତି। ସେ ଏହି ଆପ୍‌କୁ ଫେବୃୟାରୀ ୨୦୧୯ରେ ଆରମ୍ଭ କରିଥିଲେ। ସେବେଠାରୁ ଏହା ୨୦୦ ଗାଁରେ ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରେ ଲାଗିଛି। ସରକାରଙ୍କ ସହ ଏହା ସ୍ମାର୍ଟ ଭିଲେଜ ଅଭିଯାନରେ ମଧ୍ୟ ସାମିଲ ହୋଇଛି। ଏବେ ଏହି ଆପ ମାଧ୍ୟମରେ ଲୋହିତ ଜିଲାର ତେଜୁ ସହରର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି ରାଜଶେଖର। ଏବେ ସୁଦ୍ଧା ଏହି ଆପ୍‌ରେ ୧୪୮୦ ଜଣଙ୍କୁ ପଞ୍ଜୀକୃତ କରି ୨୦୦ରୁ ଊର୍ଦ୍ଧ୍ୱଙ୍କୁ ସାମଗ୍ରୀ ଯୋଗାଇ ସାରିଲେଣିି। ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ଲାଗି ଏଥିତ୍ରେ ୫ ଜଣ ସଦସ୍ୟ ରହିଛନ୍ତି। ଲକ୍‌ଡାଉନ ସମୟରେ ସାମାଜିକ ଦୂରତ୍ୱ ପାଳନ କରିବା ସହ ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥା ମଧ୍ୟ କରିଛନ୍ତି ରାଜଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri