Posted inଖେଳ

ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ

ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି। ଏଥିରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ନଭଜୋତ ସିଂ ସିଦ୍ଧୁଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିଛନ୍ତି।
ତେବେ ସେ ଏହି ଦଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରିନାହାନ୍ତି। ଏହାର ସେ କାରଣ ମଧ୍ୟ ଦର୍ଶାଇଛନ୍ତି। ଯେଉଁ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଖେଳିଛି, କେବଳ ସେହି ଖେଳାଳିଙ୍କ ମଧ୍ୟରୁ ଚୟନ କରି ଏହି ଦଳ ଘୋଷଣା କରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ ଜଣେ ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଓ ସେହିପରି ସବୁ ଫର୍ମାଟରେ ବିରାଟ କୋହଲି ଶ୍ରେଷ୍ଠ ବୋଲି ଓ୍ବର୍ନ ତାଙ୍କ ଇନ୍‌ଷ୍ଟ୍ରାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମଧ୍ୟ ସେ ଏହି ଦଳରେ ସ୍ଥାନ ଦେଇନାହାନ୍ତି। ଉଇକେଟକିପର ଭାବେ ସେ ନୟନ ମୋଙ୍ଗିଆକୁ ଚୟନ କରିଛନ୍ତି। ୧୯୮୩ ବିଶ୍ୱକପ୍‌ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ମଧ୍ୟ ସେ ଚୟନ କରିଛନ୍ତି। ସେ ସ୍ପିନ୍‌ ଯୋଡି ହରଭଜନ ସିଂ, ଅନିଲ କୁମ୍ବଲେଙ୍କ ସମେତ ଦ୍ରୁତ ବୋଲର ଭାବେ ଜାଭାଗାଲ ଶ୍ରୀନାଥଙ୍କୁ ମଧ୍ୟ ଚୟନ କରିଛନ୍ତି। ବୀରେନ୍ଦ୍ର ସେହ୍ବାଗ ଓ ନଭ୍‌ଜୋତ ସିଂ ସିଦ୍ଧୁଙ୍କୁ ସେ ଓପନର ଭାବେ ବାଛିଛନ୍ତି। ସେହିପରି ବ୍ୟାଟିଂ ଲାଇନ୍‌ରେ ରାହୁଲ ଡ୍ରାଭିଡ, ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନଙ୍କୁ ଦଳରେ ସାମିଲ କରିଛନ୍ତି। ଆମ ସମୟରେ ସିଦ୍ଧୁ ସ୍ପିନ୍‌କୁ ଅତି ଭଲ ଭାବେ ଖେଳନ୍ତି। ତେଣୁ ତାଙ୍କୁ ଦଳରେ ସ୍ଥାନ ଦେଇଛି ବୋଲି ଓ୍ବର୍ନ କହିଛନ୍ତି।
ଓ୍ବର୍ନଙ୍କ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶ:
ସୌରଭ ଗାଙ୍ଗୁଲି (ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ନଭଜୋତ୍‌ ସିଂ ସିଦ୍ଧୁ, ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, କପିଳ ଦେବ, ନୟନ ମୋଙ୍ଗିଆ (ଉଇକେଟକିପର), ହରଭଜନ ସିଂ, ଜାଭାଗଲ ଶ୍ରୀନାଥ ଓ ଅନିଲ କୁମ୍ବଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri