ସିଣ୍ଡିକେଟ୍‌ ବ୍ୟାଙ୍କ ସିଇଓଙ୍କ ବ୍ରହ୍ମପୁର ଗସ୍ତ: ‘୧୨ଶହ କୋଟିକୁ ଛୁଇଁବ କାରବାର’

ବ୍ରହ୍ମପୁର ଅଫିସ୍‌,୧୦ା୬-ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡ଼ି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସହ ବିଭିନ୍ନ ଶାଖା ପରିଦର୍ଶନ କରିଥିଲେ। ବ୍ୟାଙ୍କ ଅଧିକାରୀମାନଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଏହା ପରେ ଆୟୋଜିତ ଖବରଦାତା ସମ୍ମିଳନୀ ଯୋଗଦେଇ ସିଇଓ ମହାପାତ୍ର କହିଥିଲେ, ପୂର୍ବରୁ ଓଡ଼ିଶାରେ କେବଳ ଏକ ମାତ୍ର ଆଞ୍ଚଳିକ କାର୍ଯ୍ୟାଳୟ(ଆର୍‌ଓ) ଭୁବନେଶ୍ୱର ଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ଆଉ ଗୋଟିଏ ଏବଂ ବ୍ରହ୍ମପୁରରେ ଗୋଟିଏ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇଛି ।
ବିଶେଷକରି ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟକୁ ଚଳିତ ଆର୍ଥତ୍କ ବର୍ଷରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ପଛର ମୁଖ୍ୟ କାରଣ ହେଲା, ଏଠାରେ ବ୍ୟାଙ୍କ କାରବାର ବଢ଼ିବାରେ ଲାଗିଛି ।
ପୂର୍ବ ଆର୍ଥିକ ବର୍ଷରେ ବ୍ରହ୍ମପୁର ଆର୍‌ଓରେ ୯ଶହ କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ୨୦୧୯-୨୦ ଆର୍ଥତ୍କ ବର୍ଷରେ ୧୨ଶହ କୋଟି ଟଙ୍କାରେ ପହଞ୍ଚିବ ବୋଲି ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ଆର୍‌ଓ ଅଧୀନରେ ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବରଗଡ଼, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲାର ୨୭ ଶାଖା ରହିଛି। ବହୁତ ଶୀଘ୍ର ନୂଆ ଶାଖା ଖୋଲାଯାଇ ଏହି ସଂଖ୍ୟାକୁ ୩୫ରେ ପହଞ୍ଚାଯିବ। ପୂର୍ବରୁ ଏସବୁ ଶାଖାଗୁଡ଼ିକ ଭୁବନେଶ୍ୱର ଆର୍‌ଓ ଅଧୀନରେ କାର୍ଯ୍ୟ କରୁଥିଲା। ହେଲେ ଅନେକ ଶାଖା ଆର୍‌ଓଠାରୁ ବହୁ ଦୂରରେ ରହୁଥିବା ଯୋଗୁ ନାନା ଅସୁବିଧା ହେଉଥିଲା।
ଗ୍ରାହକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ବିଶେଷଭାବେ ବ୍ୟବସାୟ ବୃଦ୍ଧି ଉଦ୍ଦେଶ୍ୟରେ ବ୍ରହ୍ମପୁର ଆର୍‌ଓକୁ ଗତ ଏପ୍ରିଲ୍‌ ୨୯ତାରିଖରେ ଆରମ୍ଭ କରାଯାଇଛି। ରାଜ୍ୟର ଅନ୍ୟତମ ବ୍ୟବସାୟିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ଅନାଦାୟ ଋଣ ଏହି ଅଞ୍ଚଳରେ ସବୁଠାରୁ କମ୍‌। ବ୍ୟାଙ୍କରୁ ଋଣ ନେବା ପରେ ଗ୍ରାହକମାନେ ଯଥା ସମୟରେ ଶୁଝିବାକୁ ଏହି ଅଞ୍ଚଳର ବ୍ୟବସାୟୀମାନେ ଗୁରୁତ୍ୱ ଦେଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ତରଫରୁ ଖୁବ୍‌ କମ୍‌ ସମୟରେ ଋଣ ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।
ମାତ୍ର ୨୦ମିନିଟ୍‌ ମଧ୍ୟରେ ଋଣ ମଞ୍ଜୁର ହୋଇଯାଉଛି। ବ୍ୟବସାୟୀଙ୍କ ଜିଏସ୍‌ଟି, ଆୟକର, ବ୍ୟାଙ୍କ କାରବାର ଏବଂ ଅନ୍ୟାନ୍ୟ ତଥ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ବ୍ୟାଙ୍କକୁ ଶୀଘ୍ର ମିଳିଯାଉଛି ।
ଏଣୁ ୨୦ମିନିଟ୍‌ରେ ମଧ୍ୟରେ ଋଣ ମଞ୍ଜୁର କରିବାରେ କୌଣସି ଅସୁବିଧା ନାହିଁ । ତେବେ ଥରେ ମଞ୍ଜୁର ହେବା ପରେ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ସମୟ ଲାଗିପାରେ। ବ୍ୟବସାୟୀମାନେ ମନରେ କୌଣସି ଦ୍ୱନ୍ଦ୍ୱ ନ ରଖି ଋଣ ପାଇଁ ଆବେଦନ କରନ୍ତୁ ବୋଲି ସିଇଓ ମହାପାତ୍ର ଆହ୍ବାନ ଦେଇଛନ୍ତି ।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ଜୋନାଲ୍‌ ମ୍ୟାନେଜର୍‌ କବିରାଜ ପାଣିଗ୍ରାହୀ, ଡେପୁଟି ଜୋନାଲ୍‌ ମ୍ୟାନେଜର୍‌ ମୁରଲୀଧର ବେହେରା ଏବଂ ବ୍ରହ୍ମପୁର ଆଞ୍ଚଳିକ ମ୍ୟାନେଜର କାହ୍ନୁ ଚରଣ ଟୁଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri