ମାସ୍କ ଅଭାବ ଦୂରେଇବେ ମହିଳା ଉତ୍ପାଦକ ଗୋଷ୍ଠୀ

ବାଲେଶ୍ୱର ଅଫିସ,୧୯।୩- ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ବାପକ ସତର୍କତା ଅବଲମ୍ବନ କରାଯାଉଛି। କେନ୍ଦ୍ର ଓ ରାଜ୍ୟସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଚେତନତା ସୃଷ୍ଟି କରୁଛନ୍ତି। ସାନିଟାଇଜର ଏବଂ ମାସ୍କ ବ୍ୟବହାର ଲାଗି ପରାମର୍ଶ ଦିଆଯାଉଛି। ଏପରିି ସ୍ଥଳେ ବଜାରରେ ସାନିଟାଇଜର ଏବଂ ମାସ୍କର ଅଭାବ ସମସ୍ତଙ୍କ ଚିନ୍ତା ବଢାଇଛି। ବିଭିନ୍ନ ସ୍ଥାନରେ ଏବେ ଏସବୁ ଉତ୍ପାଦର କଳାବଜାର ଆରମ୍ଭ ହୋଇଯାଇଛି। ମାସ୍କ ଅଭାବ ସମସ୍ୟା ଦୂରେଇବା ଲାଗି ବାଲେଶ୍ୱର ଜିଲାର ୮ଟି ମହିଳା ଉତ୍ପାଦକ ଗୋଷ୍ଠୀର ୨୦୮ ଜଣ ମହିଳା ଏବେ ମାସ୍କ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଶୀଘ୍ର ବଜାରରେ ଉପଲବ୍ଧ ହେବ ଏବଂ ସୁଲଭ ମୂଲ୍ୟରେ ଗ୍ରାହକମାନେ ଏହା ପାଇ ପାରିବେ ବୋଲି ଜଣାପଡିଛି।
ବାଲେଶ୍ୱର ଜିଲା ପ୍ରଶାସନ ମାସ୍କର ଅଭାବ ଦୂର କରିବା ଲାଗି ଓଡ଼ିଶା ଗ୍ରାମାଞ୍ଚଳ ବିକାଶ ଓ ବିକ୍ରୟ ସମିତି (ଓରମାକ୍ସ) ମାଧ୍ୟମରେ ଉପତ୍ାଦକ ଗୋଷ୍ଠୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦେବା ସହ ସହାୟତା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ଜିଲାରେ ମାସ୍କର ଅଭାବକୁ ପୂରଣ କରିବା ସକାଶେ ଲକ୍ଷ୍ୟ ରଖାଯାଇଛି। ବୁଧବାର ସହଦେବଖୁଣ୍ଟା ସ୍ଥିତ ଗୁଡ଼ିପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ମାସ୍କ ପ୍ରସ୍ତୁତି କୌଶଳ ପ୍ରଶିକ୍ଷଣ ଦେବା ଲାଗି ଏକଦିବସୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମର ସ୍ବୟଂସିଦ୍ଧା ମହିଳା ଉତ୍ପାଦକ ଗୋଷ୍ଠୀ, ଜଳେଶ୍ୱର ବ୍ଲକ ବର୍ଦ୍ଧନପୁର ଗ୍ରାମର ବିଶ୍ୱକର୍ମା ଟେଲରିଂ ଉତ୍ପାଦକ ଗୋଷ୍ଠୀ, ସଦର ବ୍ଲକ କସିପଦା ଗ୍ରାମର କ୍ରୀଷ୍ଣା ରେଶମ ଉତ୍ପାଦକ ଗୋଷ୍ଠୀ, ଶ୍ରୀକୋଣା ଗ୍ରାମର ନବବିକାଶ ଉତ୍ପାଦକ ଗୋଷ୍ଠୀ, ରେମୁଣା ବ୍ଲକ ନୂଆଗାଁ ଗ୍ରାମର ମା’ ବନଦୁର୍ଗା ଉତ୍ପାଦକ ଗୋଷ୍ଠୀ, ସୋର ବ୍ଲକ ମାଣିପୁର ଗ୍ରାମର ଜଗାବଳିଆ ଉତ୍ପାଦକ ଗୋଷ୍ଠୀ, ଖଇରା ବ୍ଲକ ପଳସା ଗ୍ରାମର ତ୍ରିଶକ୍ତି ଉତ୍ପାଦକ ଗୋଷ୍ଠୀର ୨୦୮ ଜଣ ମହିଳା ସାମିଲ ହୋଇଥିଲେ। ପ୍ରଶିକ୍ଷକ ଭାବେ କସିପଦା ଉତ୍ପାଦକ ଗୋଷ୍ଠୀର ମୁଖ୍ୟ ପ୍ରମିଳା ମୁଣ୍ଡା ଯୋଗଦେଇ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାମଚନ୍ଦ୍ର ଜେନା, ଓରମାକ୍ସର ଅତିରିକ୍ତ ମୁଖ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ବିଶ୍ୱାଳ ଯୋଗଦେଇ ତଦାରଖ କରିଥିଲେ। ସମସ୍ତ ଗୋଷ୍ଠୀକୁ ଓରମାକ୍ସ ପକ୍ଷରୁ ମାସ୍କ ପ୍ରସ୍ତୁତି ପାଇଁ ଆବଶ୍ୟକ ଯନ୍ତ୍ରାଂଶ ଓ କଞ୍ଚାମାଲ୍‌ କିଣିବା ପାଇଁ ୩ଲକ୍ଷ ୪ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ କେବଳ ୧ଲକ୍ଷ ଟଙ୍କା ଚଳନ୍ତି ପୁଞ୍ଜି ହିସାବରେ ବ୍ୟବହାର କରାଯିବାର ବ୍ୟବସ୍ଥା ରହିଛି। ଉକ୍ତ ୮ଟି ଉପତ୍ାଦକ ଗ୍ରୁପ୍‌କୁ ବାଲେଶ୍ୱର ଜିଲାର ୫ହଜାର ଓ ଭଦ୍ରକ ଜିଲାର ୫ହଜାର ମାସ୍କ ପ୍ରସ୍ତୁତ କରି ଯୋଗାଇଦେବା ସକାଶେ ଆଦେଶ ମିଳିଛି ବୋଲି ଓରମାକ୍ସର ଅତିରିକ୍ତ ମୁଖ୍ୟ ନିର୍ଦ୍ଦେଶକ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri