କରୋନା ଆତଙ୍କ: ମାସ୍କ ତିଆରି କରୁଛନ୍ତି ଏସ୍‌ଏଚ୍‌ଜି ମହିଳା

ଜୟପୁର, ୧୯।୩ (ନି.ପ୍ର.): ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହାଠାରୁ ବଞ୍ଚିବାକୁ ହେଲେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ସରକାର ଘୋଷଣା କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏକାଠି ନ ବୁଲିବା, ଲୋକଙ୍କ ସଂସ୍ପର୍ଶରେ ନ ଆସିବାକୁ ସଚେତନ କରାଯାଉଛି। ସେହିଭଳି ମାସ୍କ ବ୍ୟବହାର କରିବାକୁ ସରକାର ଲୋକଙ୍କୁ ସଚେତନ କରିଛନ୍ତି। ବର୍ତ୍ତମାନ ବଜାରରେ ମାସ୍କ ଅଭାବ ଦେଖାଦେଇଛି। ଏହାକୁ ଦୂର କରିବା ପାଇଁ ଜୟପୁର ଚନ୍ଦନବାଡ ସାହିର ଶ୍ରୀ ଲକ୍ଷ୍ମୀ ଗଣପତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଆଗେଇ ଆସିଛନ୍ତି। ସ୍କୁଲ ଡ୍ରେସ ତିଆରି କରୁଥିବା ଏହି ସଂଘର ମହିଳାମାନେ ଏବେ ମାସ୍କ ତିଆରି କରୁଛନ୍ତି। ଏହି ମାସ୍କକୁ ବଜାରରେ ବିକ୍ରି କରାଯାଉଛି।
ସ୍ଥାନୀୟ ଅଞ୍ଚଳର ୧୦ ଜଣ ମହିଳା ମିଶି ଏହି ଗ୍ରୁପ ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ସ୍କୁଲ ଡ୍ରେସ ସିଲେଇ କରୁଥିଲେ। ତେବେ କରୋନା ଭୟାବହତାକୁ ନଜରରେ ରଖି ଲୋକେ ଅଧିକ ସଂଖ୍ୟାରେ ମାସ୍କ ବ୍ୟବହାର କରୁଛନ୍ତି। ଫଳରେ ବଜାରରେ ମାସ୍କର ଅଭାବ ଦେଖାଦେଉଛି। ଏହି ସମୟରେ କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ସଂଘ ମହିଳାମାନେ। ମାସ୍କ ତିଆରି କରିବାକୁ ମନ ବଳେଇ ଥିଲେ। ନିଜ ସହ ୪୦ ଜଣ ମହିଳାଙ୍କୁ ନିୟୋଜିତ କରି ୩ ଦିନ ହେବ ଆରମ୍ଭ କରିଛନ୍ତି ମାସ୍କ ସିଲେଇ। ଗୋଟିଏ ପ୍ୟାକେଟରେ ରହୁଛି ୧୦ ମାସ୍କ। ଗୋଟଏ ମାସ୍କକୁ ୨୦ଟଙ୍କା ହିସାବରେ ପ୍ୟାକେଟକୁ ୨ଶହ ଟଙ୍କାରେ ସ୍କୁଲ, ହଷ୍ଟେଲ, ଔଷଧ ଦୋକାନରେ ବିକ୍ରି କରାଯାଉଛି। ମାସ୍କ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ ଲୁଧିଆନା, କୋଲକାତାରୁ ଆସୁଛି। ମାସ୍କଗୁଡିକୁ କଟନ କପଡ଼ାରେ ତିଆରି କରାଯାଉଛି। ତେଣୁ ଏହାକୁ ଭଲଭଭାବେ ଧୋଇ ଶୁଖେଇ ପୁଣି ଥରେ ବ୍ୟବହାର କରଯାଇ ପାରୁଥିବାରୁ ଏହାର ଚାହିଦା ବଜାରରେ ଭଲ ରହିଛି ବୋଲି ମହିଳାମାନେ କହିଛନ୍ତି। ମାସ୍କ ତିଆରି କରୁଥିବା ମହିଳାଙ୍କୁ ସିଲେଇ ହିସାବରେ ଟଙ୍କା ଦିଆଯାଉଛି ବୋଲି ଗ୍ରୁପ ସଭାପତି ଜି. ଭାରତି, ସମ୍ପାଦିକା ଓ୍ବାଇ. କାନ୍ତା କହିଛନ୍ତି। ନିଜେ ସ୍ବାବଲମ୍ବୀ ହେବା ସହ କରୋନା ମୁକାବିଲା ପାଇଁ ଆଗେଇ ଆସିଥିବା ଏହି ମହିଳାମାନେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri