ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ଅନ୍ୟ ସମସ୍ତ ବିଭାଗ ଭଳି ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। କରୋନା ଭୂତାଣୁ ସଂକ୍ରମଣରେ ଚାଇନା ପରେ ଏବେ ଇଟାଲୀ ସର୍ବାଧିକ ପ୍ରଭାବିତ ହୋଇଛି। ଏପରିସ୍ଥଳେ ଓଡ଼ିଶାରେ ଏବେ ଏକାଧିକ ଇଟାଲୀୟ ପର୍ଯ୍ୟଟକ ଚିନ୍ତା ବଢ଼ାଇଛି। ସେମାନେ ନିଜ ତଥ୍ୟ ଯେପରି ସହଜରେ ଓ ସୁବିଧାରେ ଦେଇପାରିବେ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ ସମସ୍ତ ଜିଲାପାଳ, ପର୍ଯ୍ୟଟନ ଅଧିକାରୀ, ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ କଡ଼ା ଚେତାବନୀ ଦିଆଯାଇଛି। ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ସେହିଭଳି ରାଜ୍ୟରେ ରହିଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କ ଏକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ କରୋନା ଭୟାବହତା ଲାଗି ମାର୍ଚ୍ଚ ମାସରେ ପର୍ଯ୍ୟଟକଙ୍କ ଆଗମନରେ ବ୍ୟାପକ ହ୍ରାସ ଘଟିଛି। ତେଣୁ ଚଳିତ ବର୍ଷ ପର୍ଯ୍ୟଟନ ଶିଳ୍ପ ଗୁରୁତର କ୍ଷତିର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ, ଫେବୃୟାରୀ ୧ରୁ ମାର୍ଚ୍ଚ ୧୨ ମଧ୍ୟରେ ରାଜ୍ୟକୁ ପ୍ରାୟ ୫,୦୭୮ ଜଣ ପର୍ଯ୍ୟଟକ ଆସିଛନ୍ତି। ଫେବୃୟାରୀ ମାସରେ କେବଳ ପୁରୀକୁ ୧,୨୦୪ ଜଣ ପର୍ଯ୍ୟଟକ ଆସିଥିବାବେଳେ ମାର୍ଚ୍ଚରେ ମାତ୍ର ୨୩୧ ଜଣ ଆସିଛନ୍ତି। ସେହିଭଳି ଫେବୃୟାରୀରେ ଖୋର୍ଦ୍ଧା ଜିଲାକୁ ୨,୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ମାର୍ଚ୍ଚରେ ମାତ୍ର ୨୫୬ ଜଣ ଆସିଛନ୍ତି। କୋଣାର୍କକୁ ୬୩୦ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ କୋରାପୁଟ ଓ କନ୍ଧମାଳ ଜିଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ୨୦୦ ବିଦେଶୀ ପର୍ଯ୍ୟଟକ ବୁଲିଛନ୍ତି। ତେବେ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଇଂଲଣ୍ଡ, ଆମେରିକା, ଜର୍ମାନୀ ସମେତ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରରୁ ଆସିଥିବାବେଳେ ପ୍ରାୟ ୨୦୦ ପର୍ଯ୍ୟଟକ ଇଟାଲୀରୁ ଆସିଛନ୍ତି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ପୁରୀ, କୋଣାର୍କ, ଚିଲିକା ଓ ସାତପଡ଼ା ଭଳି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଯିବା ଆସିବା ଉପରେ ଅଙ୍କୁଶ ଲଗାଯାଇଛି। ପର୍ଯ୍ୟଟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଚିକତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri