ଲାଟେଷ୍ଟ ଟ୍ରେଣ୍ଡରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌

ଆଜିକାଲି ଯୁବତୀମାନେ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆଉଟ୍‌ଫିଟ୍‌ ସହ ଫୁଟ୍‌ଓ୍ବେର୍‌ ଉପରେ ବି ବିଶେଷ ଧ୍ୟାନ ଦେଉଛନ୍ତି। ଖାସ୍‌ ସେଥିପାଇଁ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ଏବେ ଲାଟେଷ୍ଟ ଟ୍ରେଣ୍ଡରେ ରହିଛି। ଏମ୍ବ୍ରୋଡୋରି ଆଉଟ୍‌ଫିଟ୍‌ ଭଳି ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ ବି ପିନ୍ଧିବାକୁ କମ୍ଫଟେବୁଲ୍‌ ଲାଗିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ, ଯାହାକୁ ପାର୍ଟି, ଫଙ୍କ୍‌ସନରୁ ଆରମ୍ଭକରି ଯେକୌଣସି ଅକେଜନରେ ମଧ୍ୟ ପିନ୍ଧିହୁଏ। ତା’ଛଡ଼ା ଏହି ଫୁଟ୍‌ଓ୍ବେର୍‌ ସବୁ ପ୍ରକାରର ଆଉଟ୍‌ଫିଟ୍‌ ସହ ବି ବେଶ୍‌ ମାନିଥାଏ। ତେବେ ଏହି ଫୁଟ୍‌ଓ୍ବେର୍‌ର କ’ଣ ସବୁ ଲାଟେଷ୍ଟ କଲେକ୍‌ସନ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ …

କ’ଣ ସବୁ ଭେରାଇଟି ରହିଛି: ଆଜିକାଲି ମାର୍କେଟରେ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌ର ଅନେକ ଭେରାଇଟି ମିଳିଲାଣି। ଯେମିତିକି ଏମ୍ବ୍ରୋଡୋରି ସ୍ଲିପର, ଏମ୍ବ୍ରୋଡୋରି ବେଲ୍ଲୀ, ଏମ୍ବ୍ରୋଡୋରି ସାଣ୍ଡାଲ୍ସ, ଏମ୍ବ୍ରୋଡୋରି ବୁଟ୍ସ ଇତ୍ୟାଦି।

ଏମ୍ବ୍ରୋଡୋରି ସ୍ଲିପର୍‌: ଏହାକୁ ଉଭୟ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିହୁଏ।

ଏମ୍ବ୍ରୋଡୋରି ବେଲ୍ଲୀ: ଏହାକୁ ଜିନ୍ସ, କୁର୍ତ୍ତି ହେଉ ଅବା ନି ଲେନ୍ଥ ଫ୍ରକ୍‌ କିମ୍ବା ସାଲ୍‌ଓ୍ବାର୍‌ କମିଜ ସହ ମ୍ୟାଚିଂ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ।

ଏମ୍ବ୍ରୋଡୋରି ସାଣ୍ଡାଲ : ଏହାକୁ ପାର୍ଟି ଓ୍ବେର୍‌ ଶାଢ଼ି , ଲେହେଙ୍ଗା ଅବା ଗର୍ଜିୟସ୍‌ କାମ ହୋଇଥିବା ସାଲ୍‌ଓ୍ବାର୍‌ କମିଜ ସହ ମ୍ୟାଚିଂକରି ପିନ୍ଧି ପାର୍ଟି, ଫଙ୍କ୍‌ସନକୁ ଗଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ଫ୍ଲୋରାଲ ଡିଜାଇନ : ଫ୍ଲୋରାଲ ଡିଜାଇନର ଏମ୍ବ୍ରୋଡୋରି କାମ ହୋଇଥିବା ଫୁଟ୍‌ଓ୍ବେର୍‌ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ, ପିନ୍ଧିଲେ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ଖାସ୍‌କରି ଏ ଧରଣର ଫୁଟ୍‌ଓ୍ବେର୍‌କୁ ମ୍ୟାଚିଂ ଆଉଟ୍‌ଫିଟ୍‌ ସହ ପିନ୍ଧି ପାର୍ଟି, ଫଙ୍କ୍‌ସନକୁ ଗଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ।

ହାଇ ହିଲ୍ସ ଏମ୍ବ୍ରୋଡୋରି ଫୁଟ୍‌ଓ୍ବେର୍‌: ଗ୍ଲାମର୍ସ ଲୁକ୍‌ ଦେବା ସହ ଆତ୍ମବିଶ୍ୱାସ ବଢ଼ାଇବାରେ ବି ସାହାଯ୍ୟ କରିଥାଏ ହାଇ ହିଲ୍‌। ଖାସ୍‌କରି ଏହାକୁ ପାର୍ଟିି, ଫଙ୍କ୍‌ସନ ହେଉ ଅବା ଅଫିସ୍‌ ମିଟିଂ କିମ୍ବା ସାଙ୍ଗସାଥୀଙ୍କ ସହ ଆଉଟିଂରେ ଗଲାବେଳେ ପିନ୍ଧିଲେ କମ୍ଫଟେବଲ୍‌ ଲାଗିଥାଏ। ହେଲେ ଏମ୍ବ୍ରୋଡୋରି କାମ ହୋଇଥିବା ହାଇ ହିଲ୍ସକୁ ବିଶେଷକରି ଗର୍ଜିୟସ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପାର୍ଟି, ଫଙ୍କ୍‌ସନକୁ ପିନ୍ଧି ଗଲେ ଲୁକ୍‌ ଆହୁରି ଆକର୍ଷଣୀୟ ଦେଖାଯାଇଥାଏ।

ଫ୍ଲୋରାଲ ଏମ୍ବ୍ରୋଡୋରି ସୁ’ : ଜିନ୍ସ ଓ ଟି-ଶାର୍ଟ ସହ ସୁ’ ପିନ୍ଧିଲେ ସୋବର ଲୁକ୍‌ ମିଳେ। ଯଦି ଆପଣଙ୍କୁ କାଜୁଆଲ୍‌ ଲୁକ୍‌ ପସନ୍ଦ ତା’ହେଲେ ଆପଣ ସେ ସ୍ଥାନରେ ଫ୍ଲୋରାଲ ଡିଜାଇନର ଏମ୍ବ୍ରୋଡୋରି କାମ ହୋଇଥିବା ଯେକୌଣସି ସୁ’ ବି ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri