ବନ୍ୟା ପାଣିରେ ନିଆଁ

ବଲାଙ୍ଗୀର ସହର ନିକଟରେ କୌଣସି ନଦୀ ପ୍ରବାହିତ ହୋଇନାହିଁ। ସହର ମଧ୍ୟଦେଇ ଅଙ୍କାବଙ୍କା ହୋଇ ଲକ୍ଷ୍ମୀଯୋର ପ୍ରବାହିତ ହେଉଛି। ସାଧାରଣତଃ ସହରରେ ବନ୍ୟା ପ୍ରଭାବ ଦେଖାଯାଏ ନାହିଁ। ମାତ୍ର ୨୦୧୯ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ମୂଷଳ ଧାରାରେ ବର୍ଷା ଫଳରେ ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଥିଲା। ଏହି ବନ୍ୟା ଯୋଗୁ ସହର ତଥା ଆଖପାଖ ଗାଁର ଅଧାରୁ ଅଧିକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ଶତାଧିକ ଲୋକଙ୍କ ଘରଦ୍ୱାର, ଧନସମ୍ପତ୍ତି, ଖାଦ୍ୟଦ୍ରବ୍ୟ, ଆସବାବପତ୍ର, ରାସ୍ତାଘାଟ, ଜଳାଶୟ, ଜଳପ୍ରକଳ୍ପ ଓ ପଶୁ ସମ୍ପଦ ବନ୍ୟାପାଣିରେ ନଷ୍ଟ ହୋଇଯାଇଥିଲା। ସହରର ଗରିବ ଲୋକେ ସବୁଠୁ ବେଶି ପ୍ରଭାବିତ ହୋଇଥିଲେ। ଘରକାନ୍ଥ ପଡି କେତେକ ସ୍ଥାନରେ ଲୋକେ ଆହତ ହୋଇଥିବା ବେଳେ ବିଷ୍ଣୁମୁଣ୍ଡାଠାରେ ଜଣେ ବାଳକର ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ଧରି ପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ଓ ରିଲିଫ ବଣ୍ଟନ କରାଯାଇଥିଲା। କହିବାକୁ ଗଲେ ବହୁ ଦିଗରୁ ବନ୍ୟା ସହ ଅପରିଚିତ ଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ୟା ପରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ରାଜସ୍ବ ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ, ଏମ୍‌ପି, ବିଧାୟକ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ବରିଷ୍ଠ ବିଭାଗୀୟ ପ୍ରଶାସକ, ଜିଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ କ୍ଷତିପୂରଣ ଦିଆଯିବା ଉପରେ ଗୁରୁତ୍ୱାରୋପ କରିବା ସହ ଧୋଇ ହୋଇଯାଇଥିବା ରାସ୍ତାଘାଟ, ଜଳାଶୟ ଓ ଜଳପ୍ରକଳ୍ପଗୁଡିକର ଶୀଘ୍ର ମରାମତି ଓ ଉନ୍ନତି ଉପରେ ଜୋର ଦିଆଯାଇଥିଲା। ନଷ୍ଟ ହୋଇଥିବା ସମ୍ପତ୍ତି ସବୁର ଭିଡିଓ ରେକର୍ଡିଂ ମାଧ୍ୟମରେ ସର୍ଭେ କରି କ୍ଷତିଗ୍ରସ୍ତଙ୍କୁ କିପରି ଉଚିତ୍‌ କ୍ଷତିପୂରଣ ଦିଆଯିବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ୬ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ମାତ୍ର ବନ୍ୟା ପାଣି ମାଡରେ କ୍ଷତିଗ୍ରସ୍ତ ଲୋକଙ୍କ ଭିତରେ ଏବେ ଆକ୍ରୋଶର ବହ୍ନି ଜଳିବାକୁ ବସିଲାଣି। ବନ୍ୟା କ୍ଷୟକ୍ଷତି ଆକଳନ ଓ ସହାୟତା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଯେଉଁ ପରିବାର ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ କମ୍‌ କ୍ଷତିପୂରଣ ଓ ଯେଉଁମାନଙ୍କ କମ୍‌ କ୍ଷତି ହୋଇଥିଲା ସେମାନଙ୍କୁ ଅଧିକ ସହାୟତା ମିଳିଥିବା କ୍ଷତିଗ୍ରସ୍ତ ଲୋକେ ଅଭିଯୋଗ କରୁଛନ୍ତି। ମ୍ୟୁନିସିପାଲିଟି, ତହସିଲ ପ୍ରଶାସନର କେତେକ କର୍ମଚାରୀଙ୍କୁ ହାତ କରି କେତେଜଣ ଲୋକ ଲକ୍ଷାଧିକ ଟଙ୍କାର ସରକାରୀ ସହାୟତା ଆତ୍ମସାତ୍‌ କରିଥିବା ଅଭିଯୋଗ ଉଠିଲାଣି। ଏହା ସହିତ କ୍ଷତିଗ୍ରସ୍ତ ହୋଇ ନ ଥିବା ସତ୍ତ୍ୱେ ଜାଲ କାଗଜପତ୍ର ତିଆରି କରି କେତେକ ବ୍ୟକ୍ତି ସରକାରୀ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହେଲାଣି। ବନ୍ୟା ସହାୟତା ଟଙ୍କା ବଣ୍ଟନ ପ୍ରକ୍ରିୟାରେ ଘୋର ଅନିୟମିତତା ହୋଇଥିବା ନେଇ କିଛିଦିନ ତଳେ ଅନୁଷ୍ଠିତ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଏଭଳି କ୍ଷେତ୍ରରେ ବଲାଙ୍ଗୀରରେ ପୁଣିଥରେ ଏକ ବଡଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବା ଜଣାପଡିଲାଣି। କେତେଜଣ ସରକାରୀ କର୍ମଚାରୀ, ମଧ୍ୟସ୍ଥ ଓ ଖଳ ପ୍ରକୃତିର ଲୋକ ବିଭିନ୍ନ ଜାଲିଆତି କରି ସରକାରୀ ବନ୍ୟା ସହାୟତା ଟଙ୍କା ହଡ଼ପ କରିଥିବା ଏବେ ଖୋଲାଖୋଲି ଚର୍ଚ୍ଚାର ବିଷୟ ହୋଇଛି। ଏହି ଅନିୟମିତତା ଓ ଦୁର୍ନୀତିକୁ ନେଇ ବିଭିନ୍ନ ପଡାରେ ପ୍ରଭାବିତ ଓ ବଞ୍ଚିତ ବର୍ଗ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଲାଣି। ଏନେଇ ବିଧିବଦ୍ଧ ତଦନ୍ତ କରାଗଲେ ବନ୍ୟା ପାଣିରେ ଲଗାଯାଇଥିବା ଦୁର୍ନୀତି ନିଆଁ ଖୁବ୍‌ଶୀଘ୍ର ଉଜାଗର ହେବ ବୋଲି ଚର୍ଚ୍ଚା ଜୋର ଧରିଛି।
– ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri