ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଟଙ୍କା ଠକେଇ

ଭୁବନେଶ୍ୱର,୯।୩ (ବ୍ୟୁରୋ): କୌଣସି ନେଣଦେଣ ପାଇଁ ବ୍ୟାଙ୍କ ଚେକ୍‌ ବ୍ୟବହାର କରିବାବେଳେ ନିଜ ପେନ୍‌ରେ ଦସ୍ତଖତ, ଟଙ୍କାର ପରିମାଣ, ‘କ୍ୟାନସଲଡ୍‌’ ଓ ଅନ୍ୟ ତଥ୍ୟ ଲେଖନ୍ତୁ। କାହା ଦ୍ୱାରା କିମ୍ବା କାହା ପେନ୍‌ରେ ଚେକ୍‌ରେ ଲେଖନ୍ତୁନାହିଁ। ଏଥିପ୍ରତି ସତର୍କ ନ ହେଲେ ଆକାଉଣ୍ଟରେ ଥିବା ଟଙ୍କା ହରାଇବାକୁ ପଡ଼ିପାରେ। କାରଣ ଏବେ ମାତିଛନ୍ତି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଟଙ୍କା ଠକେଇ କରୁଥିବା ଗ୍ୟାଙ୍ଗ। ଉକ୍ତ ପେନ୍‌ରେ ଲେଖାଯାଇଥିବା ଅକ୍ଷର ଲିଭିଯାଉଥିବାରୁ ସେମାନେ ତାହାର ଫାଇଦା ଉଠାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି। ବିଶେଷକରି ଠକମାନେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଲୋନ୍‌ ଦେବା ବାହାନାରେ ଏପରି ଉପାୟରେ ଟଙ୍କା ହଡପ କରୁଛନ୍ତି। ଏଭଳି ଠକାମିର ଶିକାର ହୋଇଛନ୍ତି ଖଣ୍ଡଗିରି ଅଞ୍ଚଳର ବ୍ୟବସାୟୀ ସୋମନାଥ ସାହୁ ଓ ପାହାଳର ଏକ ଟାୟାର ଶୋରୁମ୍‌ ମାଲିକ କୃଷ୍ଣ ପାଢ଼ୀ। ସୋମନାଥ ୨୩ ହଜାର ଟଙ୍କା ଏବଂ କୃଷ୍ଣ ୭୬ ହଜାର ଟଙ୍କା ହରାଇଛନ୍ତି। ଠକେଇ ସମ୍ପର୍କରେ ସୋମନାଥ ଶନିବାର ଅଭିଯୋଗ କରିଥିଲେ। ରବିବାର ପାହାଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି କୃଷ୍ଣ। ପୋଲିସ ଘଟଣାର ଖୋଳତାଡ଼ କରିଥିଲେ ମଧ୍ୟ କାହାରିକୁ ଗିରଫ କରିପାରିନାହିଁ।
ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଠକେଇ କରୁଥିବା ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି ବ୍ୟାଙ୍କକୁ ଲୋନ୍‌ ପାଇଁ ଯାଉଥିବା ଲୋକ। ସେହି ବ୍ୟକ୍ତିମାନଙ୍କ ସମ୍ପର୍କରେ ଯଥେଷ୍ଟ ତଥ୍ୟ ଠକମାନେ ହାସଲ କରିନେଉଛନ୍ତି। ଯେପରି କି ସେହି ବ୍ୟକ୍ତିମାନଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି, ସେମାନଙ୍କ ଠିକଣା, ବୃତ୍ତି ଇତ୍ୟାଦି। ବ୍ୟାଙ୍କ ଯଦି ଲୋନ ଦେବାକୁ ମନାକରେ ତାହାହେଲେ ଠକମାନେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଫୋନ କରିବା ସହ ଘରେ ପହଞ୍ଚତ୍ୟାଆନ୍ତି। ସେହିପରି ଯଦି ବ୍ୟାଙ୍କ ଲୋନ୍‌ ଦେବାକୁ ରାଜି ହୋଇଥାଏ, ତାହାହେଲେ କମ୍‌ ସୁଧହାର ଏବଂ ପ୍ରୋସେସିଂ ଫି ବାହାନାରେ ଘରେ ପହଞ୍ଚତ୍ୟାଉଛନ୍ତି। ଏହାପରେ ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଡକ୍ୟୁମେଣ୍ଟ ସଂଗ୍ରହ କରିବା ସହ କମ୍‌ ଟଙ୍କାର ପ୍ରୋସେସିଂ ଫି ବାବଦରେ ଚେକ୍‌ କିମ୍ବା ‘କ୍ୟାନସଲଡ୍‌ ଚେକ୍‌’ ନେଇଥାନ୍ତି, ଯେଉଁଥିରେ ସେମାନେ ଚାଲାକି କରି ମ୍ୟାଜିକ୍‌ ପେନ୍‌ ମାଧ୍ୟମରେ ଦସ୍ତଖତ, ଟଙ୍କା ପରିମାଣ ଏବଂ ଅନ୍ୟାନ୍ୟ ତଥ୍ୟ ଲେଖିନିଅନ୍ତି। ପରବର୍ତ୍ତୀ ସମୟରେ ଲେଖାକୁ ପରିବର୍ତ୍ତନ କରି ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥାନ୍ତି।
ଶୋରୁମ୍‌ ମାଲିକ କୃଷ୍ଣଙ୍କୁ ମଧ୍ୟ ଏଭଳି ଉପାୟରେ ଠକିଛନ୍ତି ଜଣେ ଯୁବକ। ସେ ଫୋନ୍‌କଲ୍‌ ମାଧ୍ୟମରେ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଲୋଭନୀୟ ସ୍କିମ୍‌ ବିଷୟରେ କହିଥିଲେ। କୃଷ୍ଣ ରାଜି ହେବା ପରେ ତା’ ପରଦିନ ଯୁବକ ଜଣକ ଡକ୍ୟୁମେଣ୍ଟ ଭେରିଫିକେଶନ୍‌ କରିବାକୁ ଆସିଥିଲେ। ୧୦ ଲକ୍ଷ ଟଙ୍କାର ଲୋନ୍‌ କରାଇ ଦେବାକୁ କହି ସବୁ କାଗଜପତ୍ର ନେଇଥିଲେ। ଏହାପରେ ଠକ ଜଣକ ଆରମ୍ଭ କରିଥିଲେ ତାଙ୍କ ଅପରେଶନ। ବ୍ୟାଙ୍କ୍‌ର ପ୍ରୋସେସିଂ ଫି’ ବାବଦକୁ ୧୪୯ ଟଙ୍କାର ଚେକ୍‌ ଦେବାକୁ କହିବା ସହ ସାଙ୍ଗରେ ଆଣିଥିବା ପେନ୍‌ରେ ଲେଖାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚେକ୍‌ରେ ଉଲ୍ଲେଖ ଥିବା ଟଙ୍କାର ପରିମାଣକୁ ବଦଳାଇ ୭୬ ହଜାର ଟଙ୍କା ଉଠାଇ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତନାଘନା ଚଳାଇଛି। କେତେକ ଘଟଣାରେ ‘କ୍ୟାନସଲଡ୍‌ ଚେକ୍‌’ ମଧ୍ୟ ମ୍ୟାଜିକ୍‌ ପେନ୍‌ରେ ଲେଖାଯାଉଛି। ପରବର୍ତ୍ତୀ ସମୟରେ ‘କ୍ୟାନସଲଡ୍‌’କୁ ଲିଭାଇ ଟଙ୍କା ହଡପ କରାଯାଉଥିବା ଜଣାପଡ଼ୁଛି। ଏଭଳି ଠକେଇକୁ ଅନୁଧ୍ୟାନ କଲେ ର଼୍ୟାକେଟ୍‌ ସହ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଥମୁନି ଶିମିଳିପାଳ ବନାଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri