ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ଥବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି। ପ୍ରତ୍ୟେକ ରବିବାର ସକାଳ ସାଢେ ୬ଟାରୁ ସାଢେ ୮ଟା ସଙ୍ଗଠନର ସଦସ୍ୟମାନେ ୨ଘଣ୍ଟା ସଫେଇ କାର୍ଯ୍ୟରେ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଜନ୍ମ ହୋଇଥିବା ଏହି ସଙ୍ଗଠନ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ୧୦ କୁଇଣ୍ଟାଲ ପ୍ଲାଷ୍ଟିକ ସଂଗ୍ରହ କରିଛନ୍ତି। ଏହି ସଙ୍ଗଠନରେ ୧୦୦ ଜଣ ମହିଳା ପୁରୁଷ ଅଛନ୍ତି। ସେମାନେ ବଜାର, ରାସ୍ତାଘାଟ, ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଶୈବପୀଠ, ଜିଲା ଓ ଜିଲା ବାହାର ପର୍ଯ୍ୟଟନସ୍ଥଳୀଗୁଡିକରେ ସଫେଇ କରି ବେଶ୍‌ ପ୍ରଂଶସା ସାଉଣ୍ଟିଛନ୍ତି। ସୁସ୍ଥ ସମାଜ ଗଠନ କରିବା ତଥା ପ୍ଲାଷ୍ଟିକମୁକ୍ତ ଭାରତ ଗଠନ କରିବା ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଧରିତ୍ରୀ ଦ୍ୱାରା ପ୍ଲାଷ୍ଟିକମୁକ୍ତ ଓଡିଶା ଗଠନ ପାଇଁ ଚଳାଇଥିବା ପେପର ବ୍ୟାଗ ସଚେତନତା ପ୍ରୟାସରେ ସଙ୍ଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଧରିତ୍ରୀ ପେପର ବ୍ୟାଗ କରି ପ୍ରଦର୍ଶିତ କରି ଲୋକମାନଙ୍କୁ ପଲିଥିନ୍‌ ବ୍ୟବହାର ବନ୍ଦ କରି ପେପରବ୍ୟାଗ ମାଧ୍ୟମରେ ନିଜର ଆବଶ୍ୟକ ପୂରଣ କରିବା ପାଇଁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମ ଲାଗି ୨୦୧୭ରେ ରାଜ୍ୟ ସରକାର ସଙ୍ଗଠନକୁ ଭୁବନେଶ୍ୱରଠାରେ ପୁରସ୍କୃତ କରିବା ସହିତ ସମ୍ମାନିତ ମଧ୍ୟ କରିଥିଲେ। ସେହିପରି ୨୦୧୮ରେ ବାଲେଶ୍ୱର ଜିଲାପାଳ, ୨୦୧୯ରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ସଙ୍ଗଠନକୁ ସମ୍ମାନିତ କରିଥିଲେ। ପୂର୍ବରୁ ସଫେଇ ସମୟରେ ଅଳିଆ ଆବର୍ଜନାଗୁଡିକୁ ଗୋଟାଇ ପୋଡି ଦିଆଯାଉଥିବା ବେଳେ ତାହା ବାୟୁ ପ୍ରଦୂଷଣ ହେଉଥିବାରୁ ସରକାର ପ୍ଲାଷ୍ଟିକଗୁଡିକୁ ନ ପୋଡି ସରକାରଙ୍କୁ ବିକ୍ରି କରିବା ପାଇଁ ଘୋଷଣା କରିବାଠାରୁ ସେମାନେ ବସ୍ତାରେ ଗଚ୍ଛିତ କରି ରଖିଛନ୍ତି। ଗଚ୍ଛିତ ପ୍ଲାଷ୍ଟିକ ଏବେ ୧୦କୁଇଣ୍ଟାଲରୁ ଅଧିକ ହେଲାଣି ା ସେଗୁଡିକୁ ପିଡବ୍ଲ୍ୟୁଡି ବିଭାଗ ଦ୍ୱାରା ସରକାରକୁ ହସ୍ତାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ା ସଙ୍ଗଠନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ସ୍ବଚ୍ଛତା ନିମନ୍ତେ ଏହା ଆମର ସାମାନ୍ୟ ଅବଦାନ। ଧରିତ୍ରୀ ଖବରକାଗଜ ଯେପରି ପ୍ଲାଷ୍ଟିକମୁକ୍ତ ନିମନ୍ତେ ପେପର ବ୍ୟାଗ ତିଆରି ପ୍ରତିଯୋଗିତା କରି ଲୋକମାନଙ୍କୁ ସଚେତନ କରିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ଆମ କର୍ମକର୍ତ୍ତାମାନେ ପଲିଥିନ ବ୍ୟବହାର ନ କରି ଧରିତ୍ରୀର ଆହ୍ବାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସଚେତନ କରାଉଛନ୍ତି।

ରିପୋର୍ଟ-ଅରୂପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri