କିଡ଼ନୀ ରୋଗାକ୍ରାନ୍ତ ସୁଦାମଙ୍କ ଚିକିତ୍ସା ଲାଗି ଅର୍ଥନାହିଁ

ଟିକ୍ରାପଡା, ୨ା୩(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବାନ୍ଦୁପଲା ପଞ୍ଚାୟତ ଅଧିନ ସନ୍ଧିବାହାଲି ଗ୍ରାମର ସୁଦାମ ମାଝି (୨୦) ା ପାଞ୍ଚ ବର୍ଷ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ା ଟିଟିଲାଗଡ, ବଲାଙ୍ଗୀର, ବୁର୍ଲା ସରକାରୀ ଡାକ୍ତରଖାନା ଓ ଗ୍ରହ୍ମପୁର, ଚେନ୍ନାଇ, ବିଶାଖାପାଟଣାର ଏକ ବେସରକାରୀ ଡାକ୍ତରଖାନାରେ ଚିକିସତ୍ିତ ହୋଇ ଏଯାବତ୍‌ ତିନିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଗରିବ, ଆଦିବାସୀ ସମ୍ପଦାୟର ଦନାର ମାଝିଙ୍କ ଦୁଇପୁଅଙ୍କ ମଧ୍ୟରେ ସୁଦାମ ବଡ। ୨୦୧୫ରେ ମାଟ୍ରିକ ପରୀକ୍ଷା ପାସ୍‌ କଲା ପରେ କିଡ୍‌ନି ରୋଗରେ ସେ ରୋଗାକ୍ରାନ୍ତ ହୋଇଥିବା ଜଣା ପଡିଥିଲା ା ଯୁକ୍ତଦୁଇରେ ନାମ ଲେଖାଇବା ସହ ପୁଅ ରୋଜଗାରକ୍ଷମ ହୋଇ ପରିବାରକୁ ସାହାଯ୍ୟ କରିବ ବୋଲି ମା’ବାପାଙ୍କର ଆଶାରେ ପୂର୍ଣ୍ଣଛେଦ ପଡିଥିଲା ା ସମ୍ପର୍କୀୟଙ୍କଠାରୁ ଧାରକରଜ କରି ସେ ସୁଦାମଙ୍କୁ ଗୋଟିଏ ଡାକ୍ତରଖାନାରୁ ଅନ୍ୟାନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଚାଲିଲେ ା ହେଲେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲା ନାହିଁ ା ସୁନା ଗହଣା, ଜମି ବନ୍ଧା ପକାଇ ସୁଦାମଙ୍କ ଚିକିତ୍ସା କଲେ। ଏଯାବତ୍‌ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି, ଆରୋଗ୍ୟ ହେବାର ସମ୍ଭାବନା ଦେଖା ଯାଉନି। ଏପଟେ ଉଧାର ଟଙ୍କା କିଭଳି ଶୁଝିବେ ଓ ଚାରି ପ୍ରାଣୀଙ୍କ ମୁହଁରେ ଦାନା ଦେବେ ସେହି ଚନ୍ତାରେ ଏବେ ସୁଦାମଙ୍କ ବାପା ଦିନ ରାତି ଘାରି ହେଉଛନ୍ତି। ସାନ ପୁଅ ସୁବଳ ନବମ ଯାଏ ପଢିବା ପରେ ଘରର ଅବସ୍ଥା ଦେଖି ପାଠ ପଢାରେ ଡୋରି ବାନ୍ଧିଲେ। ଏବେ ସେ ମୂଲ ମଜୁରି କରୁଛନ୍ତି। ବିପିଏଲ କାର୍ଡରେ ମିଳୁଥିବା ୨୦କିଗ୍ରା ଚାଉଳ ହିଁ ଘରର ସାହା ଭରସା ପାଲଟିଛି ା ଏପରିକି ବାହା ହୋଇ ସାରିଥିବା ଝିଅର ସୁନା ଗହଣାକୁ ମଧ୍ୟ ବନ୍ଧା ପକାଇ ଦେଇଛୁ ବୋଲି କୋହଭରା କଣ୍ଡରେ କହିଛନ୍ତି ସୁଦାମଙ୍କ ମା’ ବିଶାଖା । ଘରେ ଖାଇବାକୁ ଦାନା ନାହିଁ, ସେଥିରେ ପୁଣି ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କିଭଳି କରିବୁ ା ଗତ ୧୭ତାରିଖରେ ବିଶାଖାପାଟଣାସ୍ଥିତ ସେଭେନହିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଟଙ୍କା ପଇସା ଅଭାବରୁ ଅଧିକ ଦିନ ଚିକିତ୍ସା କରାଇ ନ ପାରି ସାତଦିନ ପରେ ଫେରି ଆସିବାକୁ ବାଧ୍ୟ ହେଲୁ ବୋଲି ବିଶାଖା କହିଛନ୍ତି ା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଚିକିତ୍ସା ବ୍ୟବସ୍ଥା କରିବା ସହ ଆର୍ଥତ୍କ ସହଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri