ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ : ସରକାରୀ ସ୍କୁଲରେ ଇଂଲିଶ କହିବା ଶିଖିବେ ପିଲା

କଟକ ଅଫିସ, ୭ା୬:  ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନଙ୍କୁ ଇଂଲିଶରେ କହିବା (ସ୍ପୋକନ ଇଂଲିଶ) ଶିକ୍ଷା ଦିଆଯିବ। ଗତ ମାଟ୍ରିକ ପରୀକ୍ଷାରେ ୮୨ଟି ସ୍କୁଲର ଫଳାଫଳ ଶୂନ ରହିଥିଲା। ଉପରୋକ୍ତ ସ୍କୁଲଗୁଡ଼ିକୁ ଏଭଳି ଖରାପ ଫଳାଫଳ ସମ୍ପର୍କରେ ନୋଟିସ ଦିଆଯିବ। ଗୁରୁବାର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅଫିସ ପରିଦର୍ଶନ କରି ଏହି କଥା କହିଛନ୍ତି। ଜିରୋ ରେଜଲ୍‌ଟ କରିଥିବା ସ୍କୁଲଗୁଡ଼ିକୁ ଆବଶ୍ୟକ ସ୍ଥଳେ ମନ୍ତ୍ରୀ ଗସ୍ତ କରି ସେଠାକାର ଭିତ୍ତିଭୂମି ଓ ଶୈକ୍ଷିକ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଏପରି କି ସେଠାକାର ଲୋକଙ୍କ ମତାମତ ମଧ୍ୟ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଦାଶ ବୋର୍ଡ ଅଫିସରେ ପହଞ୍ଚତ୍ ବୋର୍ଡ ସଭାପତି ଡ. ଜହଁ।ଆରା ବେଗମ୍‌ଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟରେ କ’ଣ କଲେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ହୋଇପାରିବ, ରାଜ୍ୟବାସୀ କିପରି ଘରୋଇ ସ୍କୁଲ ମୋହ ତୁଟାଇ ସରକାରୀ ସ୍କୁଲ ମୁହଁ। ହେବେ ସେ ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପାଠପଢାରେ ସୁଧାର ଆଣିବା ଉପରେ ମଧ୍ୟ ମନ୍ତ୍ରୀ ବୋର୍ଡ ସଭାପତିଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ମୁଖ୍ୟତଃ ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଫେଲ୍‌ ମାରୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଘରୋଇ ସ୍କୁଲ ଉପରେ ନିର୍ଭର କରୁଛନ୍ତି, ଯେଉଁଥିପାଇଁ ଦିନକୁ ଦିନ ସରକାରୀ ସ୍କୁଲରେ ପିଲା ସଂଖ୍ୟା କମି କମି ଯାଉଛି। ପ୍ରତ୍ୟେକଥର ପରୀକ୍ଷା ସମୟରେ ଶିକ୍ଷକଙ୍କ ଧାରଣାଠୁ ଆରମ୍ଭ କରି ଖାତା ଦେଖାରେ ଅବହେଳା ଆଦି ରିପୋର୍ଟ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି, ଯାହାକୁ ନେଇ ଦେଶରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛୁଆ ରାଜ୍ୟ ଭାବେ ପରିଚିତ ହୋଇଛି। ଶିକ୍ଷା ବ୍ୟବସ୍ଥାର ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସରକାରୀ ସ୍କୁଲରେ ଇଂଲିଶ ଶିକ୍ଷା ଦେବା ଫଳରେ ଆଗାମୀ ଦିନରେ ସରକାରୀ ସ୍କୁଲ ଘରୋଇ ସ୍କୁଲ ସହ ସମାନୁପାତିକ ହୋଇ ଶିକ୍ଷା କ୍ଷେତ୍ରରେ ସୁନାମ ଆଣିପାରିବ। ଏହାଛଡ଼ା ନିଜେ ମନ୍ତ୍ରୀ ଅଚାନକ ଭାବେ ରାଜ୍ୟର ସରକାରୀ ସ୍କୁଲ ପରିଦର୍ଶନ କରିବାକୁ ଯିବେ ବୋଲି କହିଛନ୍ତି। ଏ ନେଇ ବୋର୍ଡ ସଭାପତି ବେଗମ୍‌ କହିଛନ୍ତି, ରାଜ୍ୟରେ କ’ଣ କଲେ ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରିବ, ଆଗାମୀ ଦିନରେ ବଢୁଥିବା ଖରାପ ରେଜଲ୍‌ଟ ପ୍ରଦର୍ଶନକୁ ରୋକାଯାଇ ପାରିବ ସେ ଦିଗରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ସେହିପରି ଆଗାମୀ ଦିନରେ ଶିକ୍ଷାବିତ୍‌, ଶିକ୍ଷୟିତ୍ରୀଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ ବୈଠକ କରାଯିବା ପାଇଁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ଫଳରେ ଶିକ୍ଷାର ଉନ୍ନତି ନିମନ୍ତେ କେଉଁଠି ସମସ୍ୟା ରହିଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ। ଯାହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri