Posted inଜାତୀୟ

୧୫ ଦଳକୁ ମିଳିଛି ‘ନୋଟା’ଠୁ କମ୍‌ ଭୋଟ

ନୂଆଦିଲ୍ଲୀ,୭ା୬:ସପ୍ତଦଶ ଲୋକ ସଭାକୁ ୩୬ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇ ଆସିଥିବାବେଳେ ୧୫ଟି ଦଳ ‘ନୋଟା’(ନନ୍‌ ଅଫ୍‌ ଦ ଆବଭ୍‌) ଠାରୁ କମ୍‌ ସଂଖ୍ୟକ ଭୋଟ ପାଇଥିବା ଜଣାପଡ଼ିଛି। ଏହି ଦଳଗୁଡ଼ିକ ମଧ୍ୟରୁ ଅନେକ ନାମକୁ ମାତ୍ର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରକାଶ। ୨୦୧୪ରେ ‘ନୋଟା’ ପ୍ରଚଳନ କରାଯାଇଥିବାବେଳେ ଏହା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଅଣସ୍ବୀକୃତିକୁ ଦର୍ଶାଇଥାଏ। ଚଳିତ ସାଧାରଣ ନିର୍ବାଚନରେ ମୋଟ ୧.୦୬ ପ୍ରତିଶତ ଭୋଟ ‘ନୋଟା’ ସପକ୍ଷରେ ଯାଇଛି। ୨୦୧୪ ନିର୍ବାଚନରେ ଏହା ୧.୦୮ ପ୍ରତିଶତ ଥିଲା।
ରାମବିଳାଶ ପାଶ୍ୱାନ୍‌ଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିହାରର ୬ଟି ଲୋକ ସଭା ଆସନରେ ବିଜୟୀ ହୋଇଥିବାବେଳେ ଦଳକୁ ମିଳିଛି ମାତ୍ର ୦.୫୨ ପ୍ରତିଶତ ଭୋଟ। ସେହିଭଳି କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇଏମ୍‌), ଜମ୍ମୁ-କଶ୍ମୀରର ନ୍ୟାଶନାଲ୍‌ କନ୍‌ଫରେନ୍ସ(ଏନ୍‌ସି) ଓ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌(ଆଇୟୁଏମ୍‌ଏଲ୍‌) ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏ ଆସନ ମିଳିଛି। ଏହି ଦଳଗୁଡ଼ିକର ଭୋଟ ହାର ଯଥାକ୍ରମେ ୦.୦୧ ପ୍ରତିଶତ, ୦.୦୫ ପ୍ରତିଶତ ଓ ୦.୨୬ ପ୍ରତିଶତ ରହିଛ, ଯାହାକି ‘ନୋଟା’ଠାରୁ ଯଥେଷ୍ଟ କମ୍‌। ଶିରୋମଣି ଅକାଳୀ ଦଳ(ଏସ୍‌ଏଡି), ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌ ଇ- ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌(ଏଆଇଏମ୍‌ଆଇଏମ୍‌), କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ) ଓ ଆପ୍‌ନା ଦଳ ପ୍ରତ୍ୟେକ ଦୁଇଟି ଲେଖାଏ ଆସନ ଜିତିଥିବାବେଳେ ଏହି ଦଳଗୁଡ଼ିକୁ ମୋଟ ଭୋଟର ୧ ପ୍ରତିଶତରୁ କମ୍‌ ଭୋଟ ମିଳିଛି। ସର୍ବାଧିକ ୭ଟି ରାଜନୈତିକ ଦଳ ଗୋଟିଏ ଲେଖାଏ ଆସନ ଜିତିଥିବାବେଳେ ପ୍ରତ୍ୟେକ ଦଳ ୧ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ସମର୍ଥ ହୋଇ ନ ଥିବା ଜଣାପଡ଼ିଛି।
ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନକୁ ୦.୧୧ ପ୍ରତିଶତ, ରିଭୋଲୁଶନାରି ସୋସିଆଲିଷ୍ଟ ପାର୍ଟିକୁ ୦.୧୨ ପ୍ରତିଶତ ମିଳିଥିବାବେଳେ ୫ ରାଜନୈତିକ ଦଳକୁ ଏହାଠାରୁ କମ୍‌ ଭୋଟ ମିଳିଥିବା ପ୍ରକାଶ। କେରଳ କଂଗ୍ରେସ(ମଣି)କୁ ମୋଟ ଭୋଟର ୦.୦୦୭ ପ୍ରତିଶତ, ମିଜୋ ନ୍ୟାଶନାଲ ଫ୍ରଣ୍ଟକୁ ୦.୦୦୪ ଭୋଟ ଓ ନାଗା ପିପୁଲ୍ସ୍‌ ଫ୍ରଣ୍ଟକୁ ୦.୦୬ ପ୍ରତିଶତ ଭୋଟ ମିଳିଛି। ଗୋଟିଏ ଆସନ ପାଇଥିବା ନ୍ୟାଶନାଲ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟିକୁ ସମୁଦାୟ ଭୋଟରୁ ୦.୦୮ ପ୍ରତିଶତ ଓ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ୦.୦୩ ପ୍ରତିଶତ ଭୋଟ ମିଳିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri