ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା : ୪୬ କଲେଜ ପାଇଁ ୨୦ ସାମ୍‌ସ ସେଣ୍ଟର

ନୟାଗଡ଼ ଅଫିସ,୭ା୬ : ଗୁରୁବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ଏଥିପାଇଁ ଛାତ୍ରୀଛାତ୍ର ଜିଲାର ବିଭିନ୍ନ ସାଇବର କାଫେରେ ଷ୍ଟୁଡେଣ୍ଟସ୍‌ ମ୍ୟାନେଜ୍‌ମେଣ୍ଟ ଏକାଡେମିକ ସିଷ୍ଟମ (ସାମ୍‌ସ) ୱେବ୍‌ସାଇଟ୍‌କୁ ଯାଇ କମନ୍‌ ଆପ୍ଲିକେଶନ୍‌ରେ ଫର୍ମ ପୂରଣ କରୁଥିବା ଦେଖିବାକୁ ମିଳିଛି। ଜୁନ୍‌ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଅନ୍‌ଲାଇନ୍‌ରେ ଆବେଦନ କରିସାରିବା ପରେ ଉକ୍ତ ହାର୍ଡକପି ସହ ନିର୍ଦ୍ଧାରିତ ଫି ନିକଟସ୍ଥ ସାମ୍‌ସ ସେଣ୍ଟରରେ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଦାଖଲ କରିବାକୁ ପଡ଼ିବ। ଏହା ପରେ ଜୁନ୍‌ ୨୬ରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଜୁନ୍‌ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରୀଛାତ୍ର ସେମାନଙ୍କ ନାମ ଲେଖାଇପାରିବେ। ନୟାଗଡ଼ ଜିଲାରେ ମୋଟ ୪୬ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ରହିଛି। ଏହିସବୁ କଲେଜରେ ଚଳିତବର୍ଷ ମୋଟ ୧୦ ହଜାର ୩୮ ସିଟ୍‌ ପାଇଁ ନାମଲେଖା ହେବ। କଳାରେ ୬୪୮୬ ସିଟ୍‌ ଥିବା ବେଳେ ବିଜ୍ଞାନରେ ୩୨୬୪ ଓ ବାଣିଜ୍ୟରେ ୨୮୮ ସିଟ୍‌ ପାଇଁ ନାମଲେଖା ହେବ। ସମସ୍ତ ୪୬ କଲେଜରେ ଆବେଦନ ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବା ପାଇଁ ୨୦ଟି ସାମ୍‌ସ ସେଣ୍ଟର ଖୋଲାଯାଇଛି। ଭାପୁର ବ୍ଲକରେ ୨ କଲେଜ ପାଇଁ ଗୋଟିଏ ସାମ୍‌ସ ସେଣ୍ଟର ହୋଇଥିବାବେଳେ ଦଶପଲ୍ଲା ବ୍ଲକରେ ୧୦ କଲେଜ ପାଇଁ ୩ଟି, ଗଣିଆ ବ୍ଲକରେ ୩ କଲେଜ ପାଇଁ ୨ଟି, ଖଣ୍ଡପଡ଼ା ବ୍ଲକରେ ୫ କଲେଜ ପାଇଁ ୩ଟି, ନୟାଗଡ଼ ବ୍ଲକରେ ୭ କଲେଜ ପାଇଁ ୪ଟି, ନୂଆଗାଁ ବ୍ଲକରେ ୨ କଲେଜ ପାଇଁ ୨ଟି, ଓଡ଼ଗାଁ ବ୍ଲକରେ ୮ କଲେଜ ପାଇଁ ୩ଟି, ରଣପୁର ବ୍ଲକରେ ୯ କଲେଜ ପାଇଁ ୨ଟି ସାମ୍‌ସ ସେଣ୍ଟର କରାଯାଇଛି। ନୟାଗଡ଼ ସ୍ବୟଂଶାସିତ (ଜୁନିୟର) ମହାବିଦ୍ୟାଳୟକୁ ଜିଲାର ସାମ୍‌ସ ନୋଡାଲ ସେଣ୍ଟର କରାଯାଇଛି। ଛାତ୍ରୀଛାତ୍ର ନିଜ ପସନ୍ଦ ଅନୁସାରେ ଏକାଧିକ କଲେଜ ବାଛି ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ନିକଟସ୍ଥ ସାମ୍‌ସ ସେଣ୍ଟରରେ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ଜିଲାରେ ୧୩,୭୫୭ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୮୭୭ଜଣ ପାସ୍‌ କରିଛନ୍ତି। ସେଥିରୁ ୨୬୬୩ ଜଣ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ଭଲ ମାର୍କ ରଖିଥିବା ଛାତ୍ରୀଛାତ୍ର ଜିଲାର ଭଲ କଲେଜର କଟ୍‌ଅଫ୍‌ ମାର୍କକୁ ନଜରରେ ରଖିଛନ୍ତି। ଗତବର୍ଷ କେଉଁ କଲେଜରେ କେତେ କଟ୍‌ଅଫ୍‌ ମାର୍କ ରହିଥିଲା ତାହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ତର୍ଜମା କରୁଛନ୍ତି। ପୂର୍ବବର୍ଷ ନୟାଗଡ଼ ଜୁନିୟର ମହାବିଦ୍ୟାଳୟରେ କଳାରେ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ୪୬.୧୭, ବିଜ୍ଞାନରେ ୭୯ ଓ ବାଣିଜ୍ୟରେ ୩୫.୩୩ ପ୍ରତିଶତ କଟ୍‌ଅଫ୍‌ ମାର୍କ ଥିଲା। ସେହିପରି ଇଟାମାଟି ଆଞ୍ଚଳିକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରେ କଳାରେ ୪୮.୫୦ ଓ ବିଜ୍ଞାନରେ ୫୧.୩୩ ପ୍ରତିଶତ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ କଳାରେ ୪୮.୩୩ ଓ ବିଜ୍ଞାନରେ ୬୨.୫୦, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ କଳାରେ ୪୮ ଓ ବିଜ୍ଞାନରେ ୫୭.୩୩ ଓ ଶରଣକୁଳ ଜୁନିୟର ମହାବିଦ୍ୟାଳୟରେ କଳାରେ ୪୨.୩୩ ଓ ବିଜ୍ଞାନରେ ୫୨.୬୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri