ଖାରବେଳନଗର ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ଆଗରେ ଧ୍ୱଂସ ହୋଇଥିଲା ପୋଲିସ ଗାଡ଼ି

ପୋଲିସର କାର୍ଯ୍ୟ ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ। ଅନେକ ସମୟରେ ମାଓବାଦୀ ଏବଂ ଅପରାଧୀଙ୍କ ସହ ବଣଜଙ୍ଗଲରେ ସଂଘର୍ଷ କରିବାକୁ ପଢ଼େ। ଏଥିରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ଅତି ନିକଟରୁ ମୃତ୍ୟୁକୁ ଦେଖନ୍ତି। କେତେଜଣଙ୍କୁ ପ୍ରାଣ ହରାଇବାକୁ ପଡ଼େ ତ କେତେଜଣଙ୍କୁ ଗଭୀର ଆଘାତ ଲାଗେ। ଚାକିରି କାଳ ଭିତରେ ଏଭଳି କିଛି ଅନୁଭୂତି ଅପାସୋରା। ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତିଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କିଛି ଘଟିଛି, ଯାହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି।

ଥାନାଧିକାରୀ ସେନାପତିଙ୍କ କହିବାନୁଯାୟୀ, ସେ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କୋରାପୁଟ ଜିଲା ନାରାୟଣପାଟଣା ଥାନାରେ ଏସ୍‌ଆଇ ଭାବେ ନିୟୋଜିତ ଥିଲେ। ସେତେବେଳେ ସେହି ଥାନା ଅଞ୍ଚଳରେ ମାଓବାଦୀ ଓ ଚାଷୀ ମୂଲିଆ ଆଦିବାସୀ ସଂଘ ବେଶ୍‌ ସକ୍ରିୟ ଥିଲା। ପୋଲିସ ଇନ୍‌ଫର୍ମର ସନ୍ଦେହରେ ନିରୀହ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରୁଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘକୁ ମାଓବାଦୀମାନେ ସହଯୋଗ କରୁଥିବାରୁ ସେମାନେ ପୋଲିସକୁ ଖାତିରି କରୁ ନ ଥିଲେ। ସେମାନେ ଲୋକଙ୍କୁ ଧମକାଇ ସେମାନଙ୍କ ଚାଷଜମିକୁ କବ୍‌ଜା କରି ଚାଷ କରନ୍ତି। ଯଦି କେହି ଏହାର ପ୍ରତିବାଦ କରୁଥିଲେ ସଂଘ ସଦସ୍ୟମାନେ ଘରେ ପଶି ଗାଈ, ଗୋରୁ ଏବଂ ଖାଦ୍ୟଶସ୍ୟ ଲୁଟି ନେଉଥିଲେ। ମାଓବାଦୀଙ୍କ ସମର୍ଥନ ରହୁଥିବାରୁ ଏହି ସଂଘ ବିରୋଧରେ କେହି ଭୟରେ ପୋଲିସ ନିକଟରେ ଅଭିଯୋଗ କରୁ ନ ଥିଲେ। ତଥାପି ସଂଘକୁ ଦମନ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। କୋବ୍ରା ବାହିନୀ ଡକାଯାଇ ଜଙ୍ଗଲ ଏବଂ ଅନ୍ୟ ଅଞ୍ଚଳରେ ପାଟ୍ରୋଲିଂ କରାଗଲା, ଯାହାକୁ ନେଇ ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇ କୋବ୍ରା ବାହିନୀକୁ କାଢ଼ିନେବାକୁ ପୋଲିସକୁ କୁହାଯାଇଥିଲା। ମନା କରାଯିବାରୁ ସେମାନେ ପୋଲିସକୁ ଟାର୍ଗେଟ କରିଥିଲେ। ଏଥିପାଇଁ ସେମାନେ ବିଧିବଦ୍ଧ ଯୋଜନା କରିଥିଲେ। ସଂଘ ସଭାପତି ନାଚିକା ଲିଙ୍ଗା ୨୦୦୯ ଜୁନରେ ଥାନାକୁ ଆସି କୋବ୍ରା ବାହିନୀ ଉଠାଇ ନେବା ପାଇଁ ସେନାପତିଙ୍କ ସହିତ ଆଲୋଚନା କରିଥିଲେ। ସେନାପତି ବୁଝାଇବା ସମୟରେ ତାଙ୍କ ସାଥିରେ ଆସିଥିବା ସହଯୋଗୀମାନେ ଥାନା ଉପରକୁ ଗୁଳିମାଡ଼ କରିଥିଲେ। ଏହାସହ ଥାନା ଭିତରେ ପଶି ବନ୍ଧୁକ ଲୁଟି ନେଇ ଗୁଳିମାଡ଼ କରିଥିଲେ। ପୋଲିସ ଏବଂ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ନାଚିକା ଲିଙ୍ଗାଙ୍କ ସହଯୋଗୀ କେଣ୍ଡ୍ରୁକା ସିଙ୍ଗାନା ଏବଂ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା। ନାଚିକା ଲିଙ୍ଗା ସମେତ ଅନ୍ୟମାନଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସର ଏଭଳି ପଦକ୍ଷେପ ଦେଖି ମାଓବାଦୀମାନେ ମଧ୍ୟ ଉଗ୍ର ହୋଇଯାଇଥିଲେ। ସେମାନେ ପୋଲିସ କର୍ମଚାରୀ ଓ ଯବାନଙ୍କୁ ମାରିବା ପାଇଁ ସୁଯୋଗ ଖୋଜୁଥିଲେ। ସେହି ସମୟରେ ପାଟ୍ରୋଲିଂ ପାଇଁ ଲକ୍ଷ୍ମୀପୁରରୁ ଏସ୍‌ଓଜି ଯବାନମାନେ ଚାଲି ଚାଲି ନାରାୟଣପାଟଣାକୁ ଆସୁଥିଲେ। ସେମାନଙ୍କ୍‌ୁ ଆଣିବା ଓ ଛାଡ଼ିବା କାମ ପୋଲିସର ଦାୟିତ୍ୱ ଥିଲା। ହେଲେ ରାସ୍ତାରେ ଗଲେ ଲ୍ୟାଣ୍ଡ୍‌ମାଇନ୍‌ ଭୟ ରହିଥିବାରୁ ଜଙ୍ଗଲରାସ୍ତା ଦେଇ ଚାଲିଚାଲି ଯିବାକୁ ପଡ଼େ। ଦିନେ ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଗଛ ପକାଇ ଅବରୋଧ କରିଥିଲେ। ତାହାକୁ ହଟାଇବା ପାଇଁ ଏନଡିଆରଏଫ୍‌ ଟିମ୍‌ ପହଞ୍ଚତ୍ୟାଇଥିଲା। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଜରୁରିକାଳୀନ ସ୍ଥିତିରେ ନାରାୟଣପାଟଣାରୁ ପୋଲିସ ଫୋର୍ସ ଗାଡ଼ିରେ ଯାଇଥିଲା। ପଛରେ ଆଉ ଏକ ଗାଡ଼ିରେ ସେନାପତି ଓ ଅନ୍ୟ ଅଧିକାରୀମାନେ ଥିଲେ। ଘଟଣାସ୍ଥଳ ନିକଟବର୍ତ୍ତୀ ଏକ ବୁଲାଣିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଫଳରେ ପୋଲିସ ଫୋର୍ସ ନେଇ ଯାଉଥିବା ଗାଡ଼ି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଛିନ୍‌ଛତ୍ର ହୋଇଯାଇଥିଲା। ଏଥିରେ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ପଛରେ ଆସୁଥିବା ଗାଡ଼ି ଅଳ୍ପକେ ବର୍ତ୍ତି ଯାଇଥିଲା। ଫଳରେ ନୂଆ ଜୀବନ ପାଇଥିଲି ବୋଲି ସେନାପତି କହିଛନ୍ତି।
– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri