କୃଷ୍ଣପ୍ରସାଦରେ ପାନୀୟଜଳ ସଙ୍କଟ: ପମ୍ପ୍‌ହାଉସରେ ତାଲା ପକାଇ ଧାରଣା

କୃଷ୍ଣପ୍ରସାଦ,୨୩ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତରେ ଜଳ ସଙ୍କଟ ଦେଖାଦେଇଛି। ଏହାର ପ୍ରତିକାର ପାଇଁ ଶନିବାର ଲୋକେ ପମ୍ପ୍‌ହାଉସରେ ତାଲା ପକାଇ ଧାରଣା ଦେଇଥିଲେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ କୃଷ୍ଣପ୍ରସାଦରେ ଏକ ୩ଲକ୍ଷ ଲିଟର ବିଶିଷ୍ଟ ପାଣିଟାଙ୍କି ନିର୍ମାଣ କରାଯାଇଛି । ଉକ୍ତ ଟାଙ୍କିରୁ ସମସ୍ତ ଗ୍ରାମକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପିଇବା ପାଣି ଯୋଗାଇ ଦିଆଯାଇଥାଏ। ଏହାଛଡା କିଛି ଲୋକ ସରକାରୀ ଧାର୍ଯ୍ୟ ଅର୍ଥ ଦାଖଲ କରି ନିଜ ଘର ମଧ୍ୟକୁ ସଂଯୋଗ ନେଇଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ ମୋଟର ଲଗାଇ ନିଜ ଟାଙ୍କିକୁ ବେଆଇନ ଭାବେ ପାଣି ଉଠାଇଥିଲେ। ଏହାଦ୍ୱାରା ବିଭିନ୍ନ ଗ୍ରାମକୁ ଜଳଯୋଗାଣ ବ୍ୟାହତ ହୋଇଥିଲା। କେତେକ ପାଣିଟ୍ୟାପରେ ଅତି ଧିର ଓ କେତେକ ସ୍ଥାନରେ ଆଦୌ ପାଣି ଆସୁ ନ ଥିବା ଦେଖାଯାଇଥିଲା। ବେଆଇନ ମୋଟର ଲଗାଇବା ଦ୍ୱାରା ସମସ୍ୟା ଉପୁଜୁଥିବା ଜଣାପଡିବା ପରେ ଲୋକେ ଏହାର ସମାଧାନ ପାଇଁ ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ସରପଞ୍ଚ ଓ ବିଭାଗୀୟ କର୍ମଚାରୀ ମନା କରିବା ସତ୍ତ୍ୱେ ସେମାନେ ପୂର୍ବଭଳି ମୋଟର ଲଗାଇଥିଲେ। ଏହାର ସମାଧାନ ପାଇଁ କୃଷ୍ଣପ୍ରସାଦ ପଞ୍ଚାୟତ ସାନଅଁଳ ଗ୍ରାମର ଶତାଧିକ ମହିଳାପୁରୁଷ ଶନିବାର ପମ୍ପ୍‌ହାଉସରେ ତାଲା ପକାଇବା ସହ ପାଣିଟ୍ୟାପ ସମ୍ମୁଖରେ ଗରା, ବାଲ୍‌ଟି ରଖି ଧାରଣାରେ ବସିଥିଲେ। ଖବର ପାଇ କୃଷ୍ଣପ୍ରସାଦ ସରପଞ୍ଚ ରମେଶ ଚନ୍ଦ୍ର ସିଂହସାମନ୍ତ, ସମିତିସଭ୍ୟ ଜିତେନ୍ଦ୍ର କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କ ସହିତ ଆଲୋଚନା କରିଥିଲେ। ସମାଧାନ ନ ହେବାରୁ ସରପଞ୍ଚ ସିଂହସାମନ୍ତ ପୋଲିସର ସହାୟତା ଲୋଡିଥିଲେ। କୃଷ୍ଣପ୍ରସାଦ ପୋଲିସ ରବିବାର ଲୋକମାନଙ୍କୁ ଡାକି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସରପଞ୍ଚ କହିଛନ୍ତି। ଅନ୍ୟପକ୍ଷେ ସମସ୍ୟା ସମାଧାନ ନ ହେବା ଯାଏ ପାଣିଟାଙ୍କିରୁ ତାଲା ଫିଟିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ବିପିନ ବିହାରୀ ମଙ୍ଗରାଜ କହନ୍ତି, ଏହା ସେମାନଙ୍କ ଗାଁର ସମସ୍ୟା। ଗାଁ ଲୋକେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ)-ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳରେ ଚୋରି ଓ ଲୁଟପାଟ ବଢ଼ିବାରେ ଲାଗିଛି। ଆମ୍ୱପୁଆସ୍ଥିତ ପୋଲିସ କଲୋନୀ ଗଜାନନ ବିହାର...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri