ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏବେ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କାଳୀଚରଣ ସାହୁ ସପରିବାର ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବୁଧବାର ରାତିରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ତାଙ୍କ ତାଲା ବନ୍ଦ ଘରେ କଳାକନା ବୁଲାଇ ଦେଇଛନ୍ତି। ତଳ ମହଲା ଓ ଉପର ମହଲା ବିଶିଷ୍ଟ ଘର ଭିତରେ ଥିବା ୨ଟି ଆଲମିରାରୁ ଚୋର ଦଳ ପ୍ରାୟ ୧୫ ଭରି ଓଜନର ସୁନା ଗହଣା ଓ ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଏନେଇ ସଦର ଥାନାରେ ସେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୪୬/୨୦ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁରୁବାର ସକାଳେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ଚୋର ଗ୍ୟାଙ୍ଗ ଠାବ ପାଇଁ ଯାଞ୍ଚ କରୁଛି ବୋଲି ତଦନ୍ତକାରୀ ଅଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ସେହି ଅଞ୍ଚଳରେ ଲାଗିଥିବା ସିସି ଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଉକ୍ତ ଥାନା ଅନ୍ତର୍ଗତ ନିମଖଣ୍ଡି ଗଣେଶ ନଗରରେ ରହୁଥିବା ଔଷଧ ବ୍ୟବସାୟୀ ଏଲ.ଭେଙ୍କେଟେଶଙ୍କ ଘରୁ ଚୋରି ହୋଇଥିଲା। ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ଗ୍ରୀଲ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କ ବେଡ୍ ରୁମ ଆଲମିରାରେ ଥିବା ସୁନା ଗହଣା, ରୁପା ସାମଗ୍ରୀ ଓ ନଗଦ ୧୨ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୪୨/୨୦ରେ ଏକ ମାମଲା ରୁଜୁୁ କରିଥିଲା। ଉକ୍ତ ଚୋରି ଘଟଣାରେ ମଧ୍ୟ ପୋଲିସକୁ ଏବେ ସୁଦ୍ଧା କୌଣସି ସୁରାକ ମିଳି ପାରିନାହିଁ। ତଦନ୍ତ ଆରମ୍ଭ କରିଛି। ଗୁରୁବାର ସକାଳେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ଚୋର ଗ୍ୟାଙ୍ଗ ଠାବ ପାଇଁ ଯାଞ୍ଚ କରୁଛି ବୋଲି ତଦନ୍ତକାରୀ ଅଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ସେହି ଅଞ୍ଚଳରେ ଲାଗିଥିବା ସିସି ଟିଭି ଫୁଟେଜ ମଧ୍ୟ ସଂଗ୍ରହ କରାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଉକ୍ତ ଥାନା ଅନ୍ତର୍ଗତ ନିମଖଣ୍ଡି ଗଣେଶ ନଗରରେ ରହୁଥିବା ଔଷଧ ବ୍ୟବସାୟୀ ଏଲ.ଭେଙ୍କେଟେଶଙ୍କ ଘରୁ ଚୋରି ହୋଇଥିଲା। ଗୃହକର୍ତ୍ତାଙ୍କ ଅନୁପସ୍ଥିତିରେ ଗ୍ରୀଲ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କ ବେଡ୍ ରୁମ ଆଲମିରାରେ ଥିବା ସୁନା ଗହଣା, ରୁପା ସାମଗ୍ରୀ ଓ ନଗଦ ୧୨ ହଜାର ଟଙ୍କା ଚୋରି କରି ନେଇଯାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୪୨/୨୦ରେ ଏକ ମାମଲା ରୁଜୁୁ କରିଥିଲା। ଉକ୍ତ ଚୋରି ଘଟଣାରେ ମଧ୍ୟ ପୋଲିସକୁ ଏବେ ସୁଦ୍ଧା କୌଣସି ସୁରାକ ମିଳି ପାରିନାହିଁ।
Posted inଆମ ଜିଲା ଖବର, ଗଞ୍ଜାମ View All
ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି
ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ): ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...
ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ
ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...
ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ
ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...
ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା
ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...
ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ
ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...
ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ
ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...
କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ
ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...
ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…
କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...
Archives


