Posted inଖେଳ

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)-କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଓଡ଼ିଶା-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ପ୍ରଥମ ସେସନରେ ୧୬.୨ ଓଭର ମଧ୍ୟରେ ମାତ୍ର ୪୬ ରନ ବିନିମୟରେ ୫ ଉଇକେଟ ହାସଲ କରିଥିବା ଓଡ଼ିଶା ସୁଯୋଗ ହାତଛଡ଼ା କରିଛି। ଅନୁସ୍ତୂପ ମଜୁମଦାରଙ୍କ ଶତକ ଏବଂ ଶାହବାଜ ଅହମ୍ମଦଙ୍କ କ୍ୟାରିୟର ଶ୍ରେଷ୍ଠ ଇନିଂସ ବଳରେ ବେଙ୍ଗଲ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ବେଙ୍ଗଲ ୮୬ ଓଭରରେ ୬ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ମଜୁମଦାର ୧୩୬ ଓ ଶାହବାଜ ୮୨ ରନରେ ଅପରାଜିତ ଅଛନ୍ତି।
ଘାତକ ବୋଲିଂ ପରେ ଦିଗହରା
ଟସ୍‌ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦ୍ରୁତ ବୋଲରମାନେ ଘାତକ ବୋଲିଂ କରି ବେଙ୍ଗଲକୁ ଘାଇଲା କରିଦେଇଥିଲେ। କୌଶିକ ଘୋଷ ୯, ଅଧିନାୟକ ଅଭିମନ୍ୟୁ ଈଶ୍ୱରନ ୭, ଅଭିଷେକ ରମଣ ୧, ଅର୍ନବ ନନ୍ଦି ୨୪ ଓ ମନୋଜ ତିଓ୍ବାରୀ ୪ ରନରେ ଆଉଟ ହେବାରୁ ବେଙ୍ଗଲକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା ଓଡ଼ିଶା। ଏହାପରେ ହାଲ୍‌କା ମନୋଭାବ ହେଉ କିମ୍ବା ଦିଗହରା ବୋଲିଂ ଯୋଗୁ ଓଡ଼ିଶା ବୋଲରମାନେ ଆଉ ସଫଳତା ପାଇଲେ ନାହିଁ। ବଲ୍‌ ପୁରୁଣା ହେବା ସହିତ ପିଚ୍‌ରୁ ଆର୍ଦ୍ରତା କମିବାପରେ ବେଙ୍ଗଲ ବ୍ୟାଟ୍ସମ୍ୟାନମାନେ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ସଫଳ ପ୍ରତ୍ୟାବର୍ତ୍ତନ କଲେ।
ମଜୁମ୍‌ଦାରଙ୍କ ଶତକ
ବେଙ୍ଗଲକୁ ବିପଦରୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନୁସ୍ତୂପ ମଜୁମଦାର। ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୮ମ ପ୍ରଥମଶ୍ରେଣୀ ଶତକ ହାସଲ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ୧୨୮ ବଲ୍‌ରୁ ଶତକ ପୂରଣ କରିଥିବା ମଜୁମଦାର ମୋଟ ୧୯୪ ବଲ୍‌ ଖେଳି ୨୦ ଚୌକା ସହାୟତାରେ ୧୩୬ ରନରେ ଅପରାଜିତ ରହିଛନ୍ତି। ଶତକୀୟ ଇନିଂସ ଅବସରରେ ସେ ୨ଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ବେଙ୍ଗଲକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଛନ୍ତି। ୧୬ ରନରେ ଜୀବନଦାନ ପାଇଥିବା ଶ୍ରୀବତ୍ସ ଗୋସ୍ବାମୀ ୩୪ ରନ କରି ଆଉଟ ହୋଇଥିଲେ। ଫଳରେ ମଜୁମଦାର-ଶ୍ରୀବତ୍ସ ୬ଷ୍ଠ ଉଇକେଟ ଯୋଡ଼ିରେ ମୂଲ୍ୟବାନ ୯୫ ରନ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଶ୍ରୀବତ୍ସ ଆଉଟ ହେବାପରେ ବେଙ୍ଗଲର ଜାଡେଜା କୁହାଯାଉଥିବା ଶାହବାଜ ଅହମ୍ମଦ କ୍ରିଜକୁ ଆସିଥିଲେ। ମଜୁମଦାର ଓ ଶାହବାଜଙ୍କ ଆତ୍ମବିଶ୍ୱାସପୂର୍ଣ୍ଣ ବ୍ୟାଟିଂ ଆଗରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ଫିକା ପଡ଼ି ଯାଇଥିଲା। ଏହି ଅବସରରେ ଶାହବାଜ କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ୮୨ ରନରେ ଅପରାଜିତ ରହିଥିଲେ। ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ଥିଲା ୬୧* ରନ। ଚଳିତ ସିଜନରେ ଜୟପୁରଠାରେ ଅନୁଷ୍ଠିତ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଶାହବାଜ ୬୧ ରନ କରି ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୭ମ ଉଇକେଟ ଯୋଡ଼ିରେ ୧୬୭ ରନ ଯୋଗକରି ଓଡ଼ିଶା ଶିବିରରେ ନୈରାଶ୍ୟ ଖେଳାଇ ଦେଇଛନ୍ତି।
ସତର୍କ ଘଣ୍ଟି
ପ୍ରଥମେ ମଜୁମଦାର-ଶ୍ରୀବତ୍ସ ଏବଂ ପରେ ମଜୁମଦାର-ଶାହବାଜଙ୍କ ପାର୍ଟନରଶିପ୍‌ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ୪୬ ରନରେ ୫ ଉଇକେଟ ହରାଇଥିଲେ ହେଁ ଲଞ୍ଚ୍‌ ବ୍ରେକ୍‌ ବେଳକୁ ୧୧୧/୫, ଚା’ ବିରତି ସୁଦ୍ଧା ୨୦୯/୬ ଓ ପ୍ରଥମ ଦିନ ଶେଷସୁଦ୍ଧା ୩୦୮/୬ ରନ ସଂଗ୍ରହ କରି ବେଙ୍ଗଲ ନିଜ ଦକ୍ଷତା ଦେଖାଇଛି। ସୁଯୋଗ ହାତପାଆନ୍ତାରେ ଥାଇ ମଧ୍ୟ ତାହାର ସଦ୍‌ବ୍ୟବହାର କରି ନ ପାରିବା ତୃତୀୟ ସେସନରେ ଓଡ଼ିଶା ଖେଳାଳିଙ୍କ ବଡି ଲାଙ୍ଗୁଏଜରୁ ସ୍ପଷ୍ଟ ବାରି ହେଉଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ପ୍ରୀତ୍‌ କନଓ୍ବର ସିଂ ଚୌହାନ ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଭେଟେରାନ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଶୁକ୍ରବାର ଦ୍ୱିତୀୟ ଦିବସର ପ୍ରଥମ ସେସନ ଓଡ଼ିଶା ପାଇଁ ଅନେକ ମହତ୍ତ୍ୱ ରଖୁଛି। ବେଙ୍ଗଲ ୩୫୦ ସ୍କୋର ଅତିକ୍ରମ କଲେ ଓଡ଼ିଶା ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରୁଛନ୍ତି। ୨ ବର୍ଷ ପରେ ଓଡ଼ିଶା କ୍ୱାର୍ଟର ଫାଇନାଲ ଖେଳୁଥିବାରୁ ଏବେ ଆଶା ଯେତିକି ଆଶଙ୍କା ମଧ୍ୟ ସେତିକି ରହିଛି।
ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ: ୩୦୮/୬ (ଅନୁସ୍ତୂପ ମଜୁମଦାର-୧୩୬*, ଶାହାବାଜ ଅମମ୍ମଦ-୮୨*, ଶ୍ରୀବତ୍ସ ଗୋସ୍ବାମୀ-୩୪, ଅର୍ନବ ନନ୍ଦି-୨୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୬, ପ୍ରୀତ୍‌ କନଓ୍ବର ସିଂ ଚୌହାନ-୨/୫୨, ବସନ୍ତ ମହାନ୍ତି-୧/୪୮, ଦେବବ୍ରତ ପ୍ରଧାନ-୧/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri