ଚାଷ ଆଗରେ ଚାକିରି ତୁଚ୍ଛ

ଅନୁଗୋଳ ସହର,୨୦ା୨ – ଉଚ୍ଚ ପଦବୀର ଅଧିକାରୀ ଥିଲେ। ମୋଟା ଅଙ୍କର ବେତନ ବି ପାଉଥିଲେ। ଅତୀତରେ ଅନୁଗୋଳ କଲେଜର ଛାତ୍ର ସଂସଦ ସଭାପତି ଥିବାରୁ ସହରରେ ଭଲ ପରିଚୟ ମଧ୍ୟ ଥିଲା। ତଥାପି ଆତ୍ମସନ୍ତୋଷ ପାଇଁ ସେ ଚାକିରିକୁ ତୁଚ୍ଛ କରି ଚାଷକୁ ଆପଣାଇ ନେଲେ।ଜୈବିକ ଚାଷପଦ୍ଧତିକୁ ଗୁରୁତ୍ୱ ଦେଇ ଅନୁଗୋଳ ଜିଲାରେ ଆଧୁନିକ କୃଷିକ୍ଷେତ୍ରରେ ନଁ। କରିଥିବା ଏହି ଉଚ୍ଚଶିକ୍ଷିତ ଚାଷୀ ଜଣକ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଭୁ ପ୍ରଧାନ।


ଅନୁଗୋଳ ମହାବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟ ପଢ଼ୁଥିବା ବେଳେ ୨୦୦୦-୨୦୦୧ରେ ସେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପାଠ ସରିବା ପରେ ସେ ପ୍ରଥମେ ଏକ ବିଜ୍ଞାପନ ଏଜେନ୍ସି ଖୋଲି ୬ ବର୍ଷ ଚଳାଇଥିଲେ। ପରେ ଆଇସିଆଇସିଆଇ ବ୍ୟାଙ୍କର ଅନୁଗୋଳ ଶାଖାରେ ବୀମା ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ସେଠାରେ ୫ ବର୍ଷ ଧରି କାମ କରିଥିଲେ ମଧ୍ୟ ଚାକିରିର ମୋହ ତାଙ୍କୁ ରୋକିପାରି ନ ଥିଲା। କୃଷିକ୍ଷେତ୍ର ପ୍ରତି ମନରେ ଆଗ୍ରହ ଦେଖାଦେବାରୁ ସେ ଚାକିରି ଛାଡ଼ି ପ୍ରଥମେ ଭୁବନପୁରରେ ଥିବା ନିଜର ୧୧ ଏକର ଜମିରେ ଅମୃତ ଭଣ୍ଡା, ପୋଟଳ, କଦଳୀ, ଆମ୍ବ, ସଜନା ଆଦି ଚାଷ କରିଥିଲେ। କିନ୍ତୁ ବନ୍ୟଜନ୍ତୁ ବ୍ୟାପକ କ୍ଷୟକ୍ଷତି ଘଟାଇବାରୁ ସେଠାରୁ ମୁହଁ ଫେରାଇ ଅନୁଗୋଳ ସହର ନିକଟ ଶରଧାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ୬ ଏକର ଜମି ଲିଜ୍‌ ନେଇ ଚାଷ କଲେ। ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖାଲ ଢିପକୁ ସମତଳ କରିବା ପରେ ମାଟି ବିଶୁଦ୍ଧ ପାଇଁ ୫୦ ହଜାର ଟଙ୍କାର ଗୋବର କିଣି ଜମିରେ ପକାଇଲେ। ଏଥିସହିତ ବୁନ୍ଦା ଜଳ ସେଚନ, ବୋରଓ୍ବେଲ ଓ ୬ ହଜାର ମିଟର ପାଇପ୍‌ କିଣିବା ବାବଦକୁ ୩ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ୨୦୧୭ ମସିହାରେ କଦଳୀ, ଲେମନ ଗ୍ରାସ, ପାମା ରୋଜା ଏକ ଏକର ଲେଖାଏ, ଦେଶୀ ମକା ଅଧା ଏକର, ବେବିକର୍ନ ଅଧା ଏକର, ସୁଇଟ କର୍ନ ପାଞ୍ଚ ଗୁଣ୍ଠ, କଲରା, ପୋଟଳ, କଖାରୁ ଅଧା ଏକର ଲେଖାଏ, ମଶା ଘଉଡାଇବା ତେଲ ଅଧ ଏକର, ରୋହିତ ଏକ ଏକର, ଭାଗ୍ୟ ସଜନା ଅଧା ଏକର, ସପୁରୀ (କୁଇନ ଭେରାଇଟ) ଦୁଇଶହ ଗଛ, କଦଳୀ ଜି୯ ଭିତରେ ଅଦା ଏକ ଏକର, ବନ୍ତଳ ଓ ପାଟକୁରା କଦଳୀ ଚାଷ ସହ ନିଜେ ଖାଇବା ପାଇଁ କିଚେନ ଗାର୍ଡେନ ଆରମ୍ଭ କଲେ। ଏହିପାଇଁ ସେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଚାଷରେ ସହାୟତା ପାଇଁ ଦୈନିକ ୫ ଜଣ ଶ୍ରମିକଙ୍କୁ ସେ ନିଯୁକ୍ତ କରିଛନ୍ତି। ଏହି ଚାଷରୁ ସେ ପ୍ରଥମ ବର୍ଷ ୩ ଲକ୍ଷ, ୨ୟ ବର୍ଷ ୪ ଲକ୍ଷ ଓ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଟଙ୍କା ରୋଜଗାର କରିସାରିଛନ୍ତି। ଏହି ଅଢେଇ ବର୍ଷ ମଧ୍ୟରେ ସେ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ ପାଇଛନ୍ତି। ସରକାରୀ ସହାୟତା ପାଇ ନ ଥିଲେ ବି ନିଜେ ଜୈବିକ ପଦ୍ଧତିରେ ଓ ବିନା କୀଟ ନାଶକରେ ଏସବୁ ଚାଷ କରି ଲାଭବାନ ହେବା ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଥିବା ବିଭୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅନୁଗୋଳ ଜିଲାରେ ବେବିକର୍ନର ଭଲ ଚାହିଦା ଥିବାରୁ ଭୁବନେଶ୍ୱରର ଜଣେ ଚାଷୀଙ୍କଠାରୁ ଦୁଇ କେଜି ମଞ୍ଜି ଆଣିବା ସହ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ନେଇ ଅନୁଗୋଳରେ ତାହାକୁ ସଫଳ କରିପାରିଛନ୍ତି। ଏପରି କି ବେବିକର୍ନ ଉତ୍ପାଦନରେ ସେ ଜିଲାର ପ୍ରଥମ ଚାଷୀ ବୋଲି ଦାବି କରିଛନ୍ତି। ସେହିପରି ଉନ୍ନତମାନର କଳାଧାନ ଚାରି କୁଇଣ୍ଟାଲ ଓ ତିନି ଗୁଣ୍ଠ ଜମିରୁ ସାରିଆ ଧାନ ଅମଳ କରିସାରିଛନ୍ତି। ଜୈବିକ ପଦ୍ଧତିରେ ସେ କରିଥିବା ଚାଷ କାର୍ଯ୍ୟ ଦେଖିବାକୁ ଜିଲାର ବିଭିନ୍ନ ଅଞ୍ଚଳରୁ ତାଙ୍କ ବଗିଚାକୁ ଆସୁଥିବା ଚାଷୀଙ୍କୁ ସେ ଏ ଦିଗରେ ସଚେତନ କରୁଥିବା ବିଭୁ ପ୍ରକାଶ କରିଛନ୍ତି। କୃଷିକୁ ନିଶା ଓ ପେସା କରିଥିବା ବିଭୁ ଚାଷରୁ ଗଭୀର ଆତ୍ମସନ୍ତୋଷ ଲାଭ କରୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri