Posted inଖେଳ

ବିରାଟ କୋହଲିଙ୍କଠାରୁ ଅଧିକ ପାରିଶ୍ରମିକ ପାଆନ୍ତି ଏହି ଦେଶର ଅଧିନାୟକ

ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ। ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଅଧିନାୟକଙ୍କ ପାରିଶ୍ରମିକ  ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଥାଏ। ତେବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଥିବା ଅଧିନାୟକଙ୍କ ପାରିଶ୍ରମିକ ବିଷୟରେ ଜାଣନ୍ତୁ।

ତିମୁଥ କରୁଣାରତ୍ନେ ଏବଂ ଲାସିଥ ମାଲିଙ୍ଗା(ଶ୍ରୀଲଙ୍କା)
ଅନ୍ୟ କ୍ରିକେଟ ବୋର୍ଡ ତୁଳନାରେ ଶ୍ରୀଲଙ୍କା କ୍ରିକେଟରଙ୍କୁ ଅପେକ୍ଷାକୃତ କମ୍‌ ପାରିଶ୍ରମିକ ମିଳିଥାଏ। ଏକଦିବସୀୟ ଏବଂ ଟେଷ୍ଟରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ତିମୁଥ କରୁଣାରତ୍ନେ ୭୧ ଲକ୍ଷ ୩୨ ଟଙ୍କା ବାର୍ଷିକ ପାରିଶ୍ରମିକ ନିଅନ୍ତି। ସେହିପରି ଟି୨୦ରେ ଅଧିନାୟକ ଥିବା ଲାସିଥ ମାଲିଙ୍ଗାଙ୍କୁ ପାରିଶ୍ରମିକ ୫୦ ଲକ୍ଷ ଟଙ୍କା ବାର୍ଷିକ ମିଳିଥାଏ।

ଆରୋନ ଫିଞ୍ଚ ଏବଂ ଟିମ୍‌ ପେନ୍‌(ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆ ପାଇଁ ଏକଦିବସୀୟ ଏବଂ ଟି୨୦ରେ ପ୍ରତିନିଧିତ୍ୱ କରୁଥିବା ଆରୋନ ଫିଞ୍ଚ ବାର୍ଷିକ ୪ କୋଟି ୮୭ ଲକ୍ଷ ଟଙ୍କା ନିଅନ୍ତି। ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ମଧ୍ୟ ୪ କୋଟି ୮୭ ଲକ୍ଷ ଟଙ୍କା ପାରିଶ୍ରମିକ ନିଅନ୍ତି।

ଫାଫ୍‌ ଡୁପ୍ଲେସିସ୍‌ ଏବଂ କ୍ୱିଣ୍ଟନ ଡି କକ୍‌(ଦକ୍ଷିଣ ଆଫ୍ରିକା)
ଦକ୍ଷିଣ ଆଫ୍ରିକାର ଏକଦିବସୀୟ ଏବଂ ଟି୨୦ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା କ୍ୱିଣ୍ଟନ ଡି କକ୍‌ ବାର୍ଷିକ ୩.୨ କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି। ସେହିପରି ଟେଷ୍ଟ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ୨.୫ କୋଟି ଟଙ୍କା ନିଅନ୍ତି।

ବାବର ଆଜମ ଏବଂ ଆଜହର ଅଲ୍ଲୀ(ପାକିସ୍ତାନ)
ପାକିସ୍ତାନ କ୍ରିକେଟ ବୋର୍ଡ ଏକଦିବସୀୟ ଏବଂ ଟି୨୦ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା ବାବର ଆଜମଙ୍କୁ ବାର୍ଷିକ ୧.୪୪ କୋଟି ଟଙ୍କା ଦେଇଥାଏ। ସେହିପରି ଟେଷ୍ଟ ଅଧିନାୟକ ଆଜହର ଅଲ୍ଲୀଙ୍କୁ ୯୬ ଲକ୍ଷ ଟଙ୍କା ମିଳିଥାଏ।

କେନ୍‌ ଓ୍ବିଲିମସନ୍‌(ନ୍ୟୁଜିଲାଣ୍ଡ)
ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିମସନଙ୍କୁ ବାର୍ଷିକ ୩.୧୭ କୋଟି ଟଙ୍କା ପାରିଶ୍ରମିକ ମିଳିଥାଏ।

ବିରାଟ କୋହଲି(ଭାରତ)
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ବାର୍ଷିକ ୭ କୋଟି ଟଙ୍କା ପାରିଶ୍ରମିକ ଦେଇଥାଏ।

ଇୟନ୍‌ ମୋର୍ଗାନ ଏବଂ ଜୋ ରୁଟ୍‌(ଇଲଂଣ୍ଡ)
ଇଂଲଣ୍ଡ ପାଇଁ ଏକଦିବସୀୟ ଏବଂ ଟି-୨୦ରେ ଅଧିନାୟକ ଥିବା ଇୟନ ମୋର୍ଗାନଙ୍କୁ ବାର୍ଷିକ ୨.୫୬ କୋଟି ଟଙ୍କା ମିଳେ। କିନ୍ତୁ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ବାର୍ଷିକ ୮.୧୫ କୋଟି ଟଙ୍କkା ପାରିଶ୍ରମିକ ନିଅନ୍ତି। ଯାହାକି ସବୁ ଦେଶର ଅଧିନାୟକଙ୍କ ପାରିଶ୍ରମିକ ଠାରୁ ଢେର୍‌ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri