ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଆକ୍ରମଣ ବଢୁଛି: ଉଦ୍‌ବେଗ ପ୍ରକାଶ କଲା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଦୁର୍ନୀତିର ପର୍ଦ୍ଦାଫାଶ ସହ ଏହା ବିରୋଧରେ ସ୍ବର ଉଠାଉଥିବା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଓ ମରଣାନ୍ତକ ଆକ୍ରମଣ ବଢ଼ିଚାଲିଛି। ଗତ ଦୁଇମାସ ଭିତରେ ଦୁଇଜଣ ସୂଚନାଧିକାର କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଡିସେମ୍ବର ୧୦ରେ କନ୍ଧମାଳ ଜିଲାର ସୂଚନାଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ଓ ଜାନୁୟାରୀ ୩୧ରେ କେନ୍ଦ୍ରାପଡ଼ା ଜିଲାର ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯାଇଛି। ଅଭିମନ୍ୟୁ ହତ୍ୟାକାଣ୍ଡରେ ସଂପୃକ୍ତ ସୁପାରିକିଲରଙ୍କ ସହ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡ ଥିବା ରାଜନେତା, ଠିକାଦାର, ମଦ ମାଫିଆଙ୍କୁ ପୋଲିସ ଗିରଫ କରିପାରିନାହିଁ। ସେହିଭଳି ରଞ୍ଜନ ହତ୍ୟାକାଣ୍ଡକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିପାରିନି। ପୋଲିସ ସହ ହତ୍ୟାକାରୀଙ୍କ ସୁସମ୍ପର୍କ ରହୁଛି। ତେଣୁ ତଦନ୍ତକୁ ପୋଲିସ ବାଟବଣା କରୁଥିବା ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି।

ପୁଣି ୩ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଧମକ
ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଶନିବାର ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ପୋଲିସର ନିଷ୍କ୍ରିୟତା ପାଇଁ ୩ଜଣ ସୂଚନାଧିକାର କର୍ମୀଙ୍କୁ ହତ୍ୟା ଧମକ ଆସୁଛି। ସେମାନେ ହେଲେ ଗଞ୍ଜାମ ଜିଲାର ସୀମାଞ୍ଚଳ ଜେନା, ମୟୂରଭଞ୍ଜ ଜିଲାର ରାଜକିଶୋର ନାୟକ ଓ ଅନ୍ୟ ଜଣେ ଶ୍ରୀକାନ୍ତ ପାକଳ। ବିଜୁ ପକ୍କାଘର ଯୋଜନା, ଭତ୍ତା ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତଙ୍କ ନିକଟରେ ସେମାନେ ଅଭିଯୋଗ କରିଥିବାରୁ ଏବେ ଦୁର୍ନୀତିଗ୍ରସ୍ତମାନେ ଟାର୍ଗେଟ କରିଛନ୍ତି। ସେମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ। ଏ ନେଇ ଏସ୍‌ପି ଓ ପୋଲିସ ଡିଜିଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ପ୍ରଦୀପ କହିଛନ୍ତି।

ରଞ୍ଜନ ହତ୍ୟା ମାମଲା: ଡିଜିପି, କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଲୋକାୟୁକ୍ତଙ୍କ ନୋଟିସ
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଲୋକାୟୁକ୍ତ। ରଞ୍ଜନ ନିଜ ଗ୍ରାମ ମାଣିକପୁରରେ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଦୁର୍ନୀତି, ଖେଳପଡିଆ ନିର୍ମାଣରେ ଦୁର୍ନୀତି, ଭିତରକନିକା ଅଭୟାରଣ୍ୟରେ ଓଟିଡିସିର ବେଆଇନ କୋଠା ନିର୍ମାଣ, ବେଆଇନ ଚିଙ୍ଗୁଡ଼ିଘେରି ସଂକ୍ରାନ୍ତରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ପାଟକୁରା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଦୁର୍ବୃତ୍ତମାନେ ରଞ୍ଜନଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲେ। ଏହି ମାମଲାରେ ଲୋକାୟୁକ୍ତ ରାଜ୍ୟ ପୋଲିସ ଡିଜି, କେନ୍ଦ୍ରାପଡା ଏସ୍‌ପି, ଗୃହ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ରଞ୍ଜନଙ୍କୁ କିଭଳି ହତ୍ୟା କରାଗଲା ଓ ଏହା ପଛରେ କେଉଁମାନେ ସଂପୃକ୍ତ, ତାହା ତଦନ୍ତ କରି ଜଣାଇବାକୁ କୁହାଯାଇଛି।

ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ ନିବେଦନ
ରଞ୍ଜନ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା, ସୂଚନାଧିକାର କର୍ମୀଙ୍କ ସୁରକ୍ଷା ପାଇଁ ଆଇନ ଆଣିବା, ଦୁର୍ନୀତି ସଂକ୍ରାନ୍ତରେ ସୂଚନାଧିକାର କର୍ମୀମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହାର ତୁରନ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଦାବି କରିଛି। ଏପରି କି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ସୂଚନା ଅଧିକାର କର୍ମୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri