ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ ବର୍ଗୀକୃତ କରିଛି। ଉକ୍ତ ଯୋଜନା ଅନୁସାରେ ବିକାଶଶୀଳ ଦେଶଗୁଡ଼ିକୁ ଆମେରିକା ଶୁଳ୍କମୁକ୍ତ ପ୍ରବେଶ (ଆକ୍ସେସ୍‌) ସୁବିଧା ପ୍ରଦାନ କରିଥାଏ। ଏମିତି ଉପରୁ ଦେଖିଲେ ବିକଶିତ ଦେଶର ମାନ୍ୟତା ପ୍ରତ୍ୟେକ ଭାରତୀୟଙ୍କୁ ଉଲ୍ଲସିତ କରିବା ସ୍ବାଭାବିକ। ଯେମିତି ଗୋଟାଏ ବହୁବର୍ଷର ସ୍ବପ୍ନ ସତ ହେଲା! ତେବେ ଏପରି ମାନ୍ୟତା ବା ବିଶେଷଣଟିଏ ପାଇବା ପାଇଁ ଭାରତରେ କେହି କେବେ ଆଶା କରୁ ନ ଥିଲେ, ଅନ୍ତତଃ ଆଜିଠାରୁ ବିଗତ ଦୁଇ ଦଶନ୍ଧି ଭିତରେ। ପୁଣି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଓ ବିକଶିତ ଦେଶ ପକ୍ଷରୁ ଏପରି ମାନ୍ୟତା ମିଳିବା ଦ୍ୱାରା ତା’ର ମୂଲ୍ୟ ଆହୁରି ବଢ଼ିଯାଇଛି। ତେବେ ଏହି ମାନ୍ୟତା ଏପରି ସମୟରେ ମିଳିଛି, ଯେତେବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ରେକର୍ଡ ନିମ୍ନରେ ରହିଛି ଏବଂ ଦେଶ ମୁଖ୍ୟତଃ ନିଯୁକ୍ତିହୀନତା ସମେତ ଅସୁମାରି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ମୁଦ୍ରାସ୍ଫୀତି ଛଅବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶିଳ୍ପ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ତେଣୁ ଏପରି ସମୟରେ ମିଳିଥିବା ସ୍ବୀକୃତି ସ୍ବତଃ ଏକ ବିରୋଧାଭାସ ସୃଷ୍ଟି କରିଛି।
ବର୍ତ୍ତମାନ ପ୍ରକୃତ ସତ୍ୟତା କ’ଣ ଜାଣିବା ଦରକାର। ଭାରତ ଏକ ‘ବିକଶିତ ଅର୍ଥବ୍ୟବସ୍ଥା’ ବୋଲି ଆମେରିକାର ଘୋଷଣା ହେଉଛି ଭାରତକୁ ଜିଏସ୍‌ପି ସୁବିଧାରୁ ବଞ୍ଚିତ କରିବା ଏବଂ ଭାରତ ପରେ ଏଥିପାଇଁ ଦାବି କରିବାର ସମସ୍ତ ରାସ୍ତା ବନ୍ଦ କରିବାର ଏକ ଚାଲ। ଜିଏସ୍‌ପି ହେଉଛି ଆମେରିକାର ସର୍ବପୁରାତନ ଅଗ୍ରାଧିକାରମୂଳକ ବାଣିଜି୍ୟକ ଯୋଜନା, ଯାହାଦ୍ୱାରା ଭାରତର ରପ୍ତାନିକାରୀମାନଙ୍କୁ ଆମେରିକା ବଜାରରେ ଶୁଳ୍କମୁକ୍ତ ପ୍ରବେଶ ଅଧିକାର ପ୍ରଦାନ କରାଯାଇଥିଲା। ୨୦୧୮ରେ ଆମେରିକା ଭାରତର ଏହି ସୁବିଧା ପାଇବାର ଯୋଗ୍ୟତା ବିଷୟରେ ସମୀକ୍ଷା କରିଥିଲା। ଏହି ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଭାରତ କେତେକ ବାଣିଜି୍ୟକ ବାଧା ସୃଷ୍ଟି କରୁଛି, ଯାହାଦ୍ୱାରା ଅନ୍ୟ ଦେଶଗୁଡ଼ିକ ଆମେରିକା ବଜାରରେ ପ୍ରବେଶ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ରାଷ୍ଟ୍ରପତି ଟ୍ରମ୍ପ ଏକ ଆଦେଶନାମାରେ ସ୍ବାକ୍ଷର କଲେ, ଯାହାଦ୍ୱାରା ୫୦ଟି ଉତ୍ପାଦ ଉପରେ ଭାରତର ଶୁଳ୍କମୁକ୍ତ କାରବାର ବନ୍ଦ ହୋଇଗଲା।
ଭାରତ ହେଉଛି ସବୁଠାରୁ ବଡ଼ ଜିଏସ୍‌ପି ହିତାଧିକାରୀ ଦେଶ ଏବଂ ଶୁଳ୍କ ଛାଡ଼ ବାବଦକୁ ଭାରତ ୨୬୦ ନିୟୁତ ଡଲାରର ଲାଭ ପାଉଥିଲା, ଯାହା ଖୁବ୍‌ ଏକ ବଡ଼ ସଂଖ୍ୟା ନୁହେଁ। ତେବେ ଯେଉଁ ମାନକ ବ୍ୟବହାର କରି ୟୁଏସ୍‌ଟିଆର୍‌ ଭାରତକୁ ଏକ ବିକଶିତ ଅର୍ଥବ୍ୟବସ୍ଥା ବୋଲି ଅଭିହିତ କରିଛି, ତାହା ଆତ୍ମବିରୋଧାତ୍ମକ ଏବଂ ହାସ୍ୟକର। ୟୁଏସ୍‌ଟିଆର୍‌ ଗୋଟିଏ ଦେଶର ମୁଣ୍ଡପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ) ଏବଂ ବିଶ୍ୱ ବାଣିଜ୍ୟରେ ଏହାର ଅଂଶକୁ ଅର୍ଥନୈତିକ ବିକାଶର ମାପକାଠି ଭାବେ ନିର୍ଦ୍ଧାରଣ କରିଛି। ବିଶ୍ୱ ବାଣିଜ୍ୟରେ ୦.୫ ପ୍ରତିଶତ ଅଂଶର ମାନଦଣ୍ଡ ହିସାବରେ ଭାରତର ରପ୍ତାନିରେ ୨.୧ ପ୍ରତିଶତ ଓ ଆମଦାନିରେ ୨.୬ ପ୍ରତିଶତ ଅଂଶ ରହିଛି। ପୁଣି ଆମେରିକା ବିଶ୍ୱାସ କରୁଛି ଯେ, ଭାରତ ଆର୍ଜେଣ୍ଟିନା, ବ୍ରାଜିଲ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ପରି ଦେଶ ସମେତ ଜି୨୦ର ଅଂଶ ହୋଇଥିବାରୁ ଏହାକୁ ବିକଶିତ ଦେଶ ଭାବେ ବର୍ଗୀକରଣ କରାଯାଇପାରିବ। ଏହିସବୁ ଦେଶ ହେଉଛନ୍ତି ବିକାଶଶୀଳ ଦେଶ। ଭାରତକୁ ବର୍ଗୀକରଣ କଲାବେଳେ ୟୁଏସ୍‌ଟିଆର୍‌ ମୁଣ୍ଡିପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ)କୁ ମାନଦଣ୍ଡ ଭାବେ ଗ୍ରହଣ କରିଛି। ଆମର ଜିଏନ୍‌ଆଇ ବିଶ୍ୱବ୍ୟାଙ୍କର ମାନଦଣ୍ଡ ୧୨,୩୭୫ ଡଲାରଠାରୁ କମ୍‌। ଭାରତର ଜିଏସ୍‌ପି ସହାୟତା ଦରକାର ନାହିଁ ବୋଲି ଆମର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ କହୁଥିଲେ ମଧ୍ୟ ଆମେରିକାରେ ଶସ୍ତାରେ ଜିନିଷ ବିକୁଥିବା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ କଠିନତାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଭାରତୀୟ ରପ୍ତାନିକାରୀମାନେ ଦାବି କରିଛନ୍ତି। ତେଣୁ ଜିଏସ୍‌ପି ସୁବିଧା ହରାଇବା ମାନେ ବଜାର ଅଂଶ ମଧ୍ୟ ହରାଇବା। ଭାରତରୁ ରପ୍ତାନି କରାଯାଉଥିବା ଗହଣା, ଚମଡ଼ା, ଔଷଧ, ରାସାୟନିକ ଓ କୃଷି ଉତ୍ପାଦ ପ୍ରଭୃତିକୁ ଆମେରିକାରେ ଶସ୍ତାରେ ବିକ୍ରି ହେଉଥିବା ଅନ୍ୟ ଦେଶର ଉତ୍ପାଦଗୁଡ଼ିକ ସହ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜିଏସ୍‌ପି ସୁବିଧା ଏକତରଫା ଏବଂ ଅଣପାରସ୍ପରିକ ବୋଲି ଭାରତର ଦାବି ପ୍ରତି ଆମେରିକା କର୍ଣ୍ଣପାତ କରିନାହିଁ କିମ୍ବା ନିଜ ନିଷ୍ପତ୍ତି ବଦଳାଇ ନାହିଁ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ଏପରି ଘୋଷଣା କୌତୂହଳଜନକ। କେତେକେ ଭାବୁଛନ୍ତି ଯେ ଏହା ମୋଦି ସରକାରଙ୍କର ଏକ ପ୍ରାୟୋଜିତ କାର୍ଯ୍ୟ। ଏହି ସରକାରଙ୍କ ପ୍ରତୀକାତ୍ମକତା ବା ଅବାସ୍ତବ ଚିନ୍ତାଧାରା ଓ ଦେଖାଣିଆ ସ୍ବଭାବକୁ ଦେଖିଲେ ଉକ୍ତ ମତକୁ ଏକବାରେ ଭୁଲ୍‌ ବୋଲି କହିହେବ ନାହିଁ। ଭାରତର ଜିଡିପି ୩ ଟ୍ରିଲିୟନ ଡଲାରୁ କମ୍‌ ହେଉ ପଛେ ବିକଶିତ ଦେଶଗୁଡ଼ିକର ତାଲିକାରେ ସାମିଲ ହେବା ଯୋଗୁ ଦେଶ ଭିତରେ ଏହା ଭଲ ଅନୁଭବର ପ୍ରଭାବ (ଫିଲ୍‌ ଗୁଡ୍‌ ଇଫେକ୍ଟ)କୁ ପ୍ରଚୋଦିତ କରିପାରେ। ୨୦୨୨ ସୁଦ୍ଧା ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବା ଲାଗି ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ କରିବା ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ବିକଶିତ ଅର୍ଥନୀତିର ମାନ୍ୟତା ପାଇବା ଦ୍ୱାରା ସେହି ଗୌରବବୋଧରେ ତାହା ଢାଙ୍କି ହୋଇଯାଇପାରେ। କିନ୍ତୁ ବାସ୍ତବ ଆର୍ଥିକ ବିକାଶ ବିନା ଏପରି ମାନ୍ୟତା ଆତ୍ମପରାଜୟକୁ ପ୍ରମାଣିତ କରିପାରେ ଏବଂ ଏଥିରୁ ଦେଶକୁ କିଛି ବି ସୁଫଳ ମିଳିବ ନାହିଁ। ଏହାଦ୍ୱାରା ଆମ ରପ୍ତାନିକାରୀମାନେ ବାହାର ଦେଶରେ ଯେଉଁ ସୁବିଧା ପାଉଥିଲେ ସେଥିରୁ ବଞ୍ଚିତ ହେବେ। ଆମେ ଆଶା କରୁଛୁ ମୋଦି ଟ୍ରମ୍ପଙ୍କ ଆଗରେ ଏକଥା ଉଠାଇବେ ଏବଂ ଏପରି ଦେଖାଣିଆ ମାନ୍ୟତା ଫେରାଇ ନେବା ପାଇଁ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri