ନୂଆ ରୂପ ନେବ ଶିଳ୍ପୀଗ୍ରାମ ରଘୁରାଜପୁର

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପରେ ରଘୁରାଜପୁରର ବିକାଶ ଲାଗି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଶିଳ୍ପୀଗ୍ରାମ ଭାବେ ପରିଚିତ ପୁରୀ ଜିଲାର ରଘୁରାଜପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବାକୁ ଯୋଜନା କରାଯାଇଛି। ଗ୍ରାମର ଭିତ୍ତିଭୂମି ବିକାଶ ସହ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେବେ। ଏହାସହ ପଟଚିତ୍ର ଶିଳ୍ପକୁ ଅଧିକ ଲୋକପ୍ରିୟ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯିବ। ଆଗାମୀ ଦିନରେ ଗୋଲ୍ଡେନ୍‌ ଟ୍ରାଏଙ୍ଗେଲ୍‌ ସହ ରଘୁରାଜପୁରକୁ ସାମିଲ କରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
ପଟଚିତ୍ର ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ରଘୁରାଜପୁରର ଚିତ୍ରରୂପ ସମ୍ପୂର୍ଣ୍ଣ ବଦଳିବ। ଲିଙ୍ଗରାଜ ଏବଂ ଜଗନ୍ନାଥ ମନ୍ଦିର ଭଳି ଆକର୍ଷଣୀୟ ହେବ ଏହି ଐତିହ୍ୟ ଗ୍ରାମ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରାମର ଭିତ୍ତିଭୂମି ବିକାଶ କରାଯିବ। ସଡ଼କ, ପାନୀୟଜଳ ଯୋଗାଣ, ସ୍ବେରେଜ ଏବଂ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାର ବିକାଶ କରାଯିବ। ରଘୁରାଜପୁରର ପଟଚିତ୍ର ଗ୍ରାମ ଦେଖିବା ଏବଂ ଏହି କଳା ଶିଖିବା ଲାଗି ଆମେରିକା, ଇଂଲଣ୍ଡ, ଇଟାଲୀ ଓ ଜାପାନ ଭଳି ଏକାଧିକ ରାଷ୍ଟ୍ରରୁ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ ଗ୍ରାମରେ ସେମାନଙ୍କ ରହଣି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରଖି ଏକ ଗେଷ୍ଟ ହାଉସ୍‌ ନିର୍ମାଣ କରିବାକୁ ଯୋଜନା ରହିଥିବାବେଳେ କଳା ପ୍ରଶିକ୍ଷଣ ଲାଗି ଏକ ସ୍ବତନ୍ତ୍ର ତାଲିମ୍‌ କେନ୍ଦ୍ର ଏବଂ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରିବାକୁ ସ୍ଥିର ହୋଇଛି। ଗ୍ରାମକୁ ପର୍ଯ୍ୟଟନ ସହ ଯୋଡ଼ି ଏଠାର କଳାକାରଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରିବା ସହ ସେମାନଙ୍କ ମୁଣ୍ଡପିଛା ଆୟ ବୃଦ୍ଧି କରାଯିବ। ଓଡ଼ିଶାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଏବଂ ପଟଚିତ୍ର କ୍ଷେତ୍ରରେ ଏହି ଗ୍ରାମର ବଳିଷ୍ଠ ଅବଦାନ ରହିଥିବାବେଳେ ବହୁ ବରିଷ୍ଠ କଳାକାର ଏବଂ ଶିଳ୍ପୀଙ୍କ ଜନ୍ମ ଏହି ଗ୍ରାମରେ ହୋଇଛି। ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସେମାନଙ୍କ ସମ୍ପର୍କରେ ଅବଗତ ହୋଇପାରିବେ ସେନେଇ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ କରାଯିବ। ପଟଚିତ୍ରକୁ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବା ସହ ବର୍ତ୍ତମାନର ପିଢ଼ିଙ୍କୁ ଏହି କଳା ଶିଖିବାକୁ ପ୍ରୋତ୍ସାହନ ଦିଆଯିବ। ଗ୍ରାମବାସୀଙ୍କ ସହାୟତାରେ ସରକାର ଏହି ଅଞ୍ଚଳର ବିକାଶ କାର୍ଯ୍ୟ ହାତକୁ ନେବେ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ ରଘୁରାଜପୁର ଗସ୍ତ କରିବା ସହ ସେଠାରେ ସ୍ଥିତି ଅନୁଧ୍ୟାନ କରିଛି, ଯାହା ଆଧାରରେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆଗାମୀ ଦିନରେ ଏହାକୁ ଅନ୍ତର୍ଜାତୀୟମାନର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯୋଡ଼ାହେବ ୯ ସର୍କିଟ
ପୁରୀ-କୋଣାର୍କ-ଭୁବନେଶ୍ୱରର ଚିରାଚରିତ ୨ରାତି ୩ଦିନିଆ ପ୍ୟାକେଜ୍‌ରୁ ବାହାରି ଓଡ଼ିଶାକୁ ଏକ ‘ଟ୍ବେଣ୍ଟିଓ୍ବାନ୍‌(୨୧) ନାଇଟ୍‌ ଡେଷ୍ଟିନେଶନ’ରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏକାଠି କରି ରାଜ୍ୟ ସରକାର ୯ଟି ଗୁରୁତ୍ୱପୂର୍ଣ୍ଣ ଟୁରିଜମ୍‌ ସର୍କିଟ୍‌ ପ୍ରସ୍ତୁତ କରିଥିବାବେଳେ ଏହି ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯିବ। ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ପରିବେଶ ପର୍ଯ୍ୟଟନସ୍ଥଳୀ, ପାରମ୍ପରିକ ପର୍ଯ୍ୟଟନସ୍ଥଳୀ, ସ୍ବର୍ଣ୍ଣ ତ୍ରିଭୁଜ, ବନ୍ୟଜନ୍ତୁ ଓ ଅଭୟାରଣ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଆଦିକୁ ଗୋଟିଏ ଗୋଟିଏ ସର୍କିଟରେ ପରିଣତ କରି ସେଠାରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସମ୍ପୃକ୍ତ ସ୍ଥାନରେ ରୋଡ୍‌ସାଇଡ୍‌ ଆମେନିଟିଜ୍‌ ସହ ଶୌଚାଳୟ, ତାରକା ହୋଟେଲ, ଆମ୍ୟୁଜମେଣ୍ଟ ପାର୍କ ଆଦି ପ୍ରତିଷ୍ଠା କରିବା ଲାଗି ପଦକ୍ଷେପ ନିଆଯିବ। ଏହାସହ ବିଶ୍ୱ ବଜାରରେ ଏହି ସର୍କିଟକୁ ପ୍ରମୋଟ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri