ପିଡିଏରେ ସର୍ବକ୍ଷମା ପାଇଁ ୨୦ ଆବେଦନକାରୀ

ପାରାଦୀପ,୧୧ା୨(ସ୍ବ.ପ୍ର.): ରାଜ୍ୟ ସରକାର ବେଆଇନଭାବେ ଗଢ଼ି ଉଠିଥିବା କୋଠାବାଡିକୁ ବୈଧ କରିବା ପାଇଁ ସର୍ବକ୍ଷମା ସୁବିଧା କରିଛନ୍ତି। ଏହାର ଅବଧି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରହିଛି। କିନ୍ତୁ ପରିତାପର ବିଷୟ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ (ପିଡିଏ) ଅଧୀନରେ ଥିବା ୧୨୦ ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ବେଆଇନ ଘର ମଧ୍ୟରୁ ସୋମବାର ସୁଦ୍ଧା ମାତ୍ର ୨୦ଜଣ ଏହି ସୁବିଧା ପାଇଁ ଆବେଦନ କରିଛନ୍ତି। ଏ ନେଇ ପିଡିଏ ପକ୍ଷରୁ ଏକାଧିକଥର ବିଜ୍ଞାପନ ସତ୍ତ୍ୱେ ଘରବାଡ଼ି କରିଥିବା ଲୋକଙ୍କ ମଧ୍ୟରେ କୌଣସି ପ୍ରଭାବ ପଡ଼ୁ ନ ଥିବା ଲକ୍ଷ୍ୟ କରାଯାଇଛି। ସର୍ବକ୍ଷମା ଅବଧି ପରେ ପିଡିଏ କର୍ତ୍ତୃପକ୍ଷ କଠୋରତା ହେବେ କି ନାହିଁ ସେ ନେଇ ସଂଶୟ ରହିଛି। କାରଣ ପିଡିଏ ହେବାଠାରୁ ଏପର୍ଯ୍ୟନ୍ତ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୧୯୯୬ରେ ପାରାଦୀପରେ ନୂତନ ସହରାଞ୍ଚଳ ପାଇଁ ପିଜେଆରଆଇଟି(ପାରାଦୀପ ଜଗତ୍‌ସିଂହପୁର ରେଜିଓନାଲ ଇମ୍ପୃଭମେଣ୍ଟ ଟ୍ରଷ୍ଟ) ଗଠନ ହୋଇଥିଲା। ୨୦୦୫ ନଭେମ୍ବରରେ ତାହା ପିଡିଏ ମାନ୍ୟତା ପାଇଥିଲା। ଉକ୍ତ ସଂସ୍ଥାକୁ ୨୪ ବର୍ଷ ହେଲାଣି। ପିଡିଏର ସୀମା କହିଲେ, ପାରାଦୀପ ସହରଠାରୁ ରାହାମା ପର୍ଯ୍ୟନ୍ତ ୧୨୦ ଗ୍ରାମକୁ ନେଇ ହୋଇଛି। ଏହିସବୁ ଅଞ୍ଚଳରେ ପିଡ଼ିଏ ଶିଳ୍ପ ସ୍ଥାପନ, ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ଟର୍ମିନାଲ, ମେଡିକାଲ, ଏୟାରଷ୍ଟ୍ରିପ, ଯାତ୍ରୀ ବିଶ୍ରାମାଗାର ବଜାର, ପ୍ଲଟ୍‌, ଘରବାଡି ବ୍ୟବସ୍ଥିତ କରିବା କଥା ଏବଂ ୨୦୫୦କୁ ନେଇ ପିଡିଏର ନୂତନ ପ୍ଲାନ୍‌ ଭିଜନ୍‌ ୫୦ ମଧ୍ୟ କରାଯାଇଛି। ଏହାର ଅପରପାର୍ଶ୍ୱକୁ ଦେଖିଲେ ଜଣାଯାଏ ଯେ, ପିଡିଏର ଗୁଡାଏ ଜାଗା ଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ନିଜସ୍ବ ଅଫିସ ଘର ନାହିଁ। ଟାଉନ ପ୍ଲାନର ନାହାନ୍ତି। କଟକର ଜଣେ ଟାଉନ ପ୍ଲାନର ମାସକୁ ମାତ୍ର ୨ ଦିନ ଡ୍ୟୁଟିକୁ ଆସନ୍ତି। ପିଡିଏର ଅଧ୍ୟକ୍ଷ ହେଲେ ଶିଳ୍ପ ସଚିବ, ଉପାଧ୍ୟକ୍ଷ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର, ସଚିବ ହେଲେ ପାରାଦୀପ ଅତିରିକ୍ତ ଜିଲାପାଳ। କିନ୍ତୁ ଅଫିସ ଚାଲିଛି ପୌରପାଳିକା ପ୍ରାଶାସନିକ ଭବନର ଉପର ମହଲାରେ। ଅଫିସର ଏପରି ସ୍ଥିତିକୁ ନେଇ ପ୍ରାୟତଃ କେହି ଘର ପାଇଁ ପ୍ଲାନ୍‌ ଦେବାକୁ ଉଚିତ୍‌ ମନେ କରିନାହାନ୍ତି। ଉଦାହରଣତଃ ପାରାଦୀପ ବିଜୟଚନ୍ଦ୍ରପୁରରେ ଗତ ୧୦ ବର୍ଷ ମଧ୍ୟରେ ତିଆରି ହୋଇଛି ୬୦୦ରୁ ଅଧିକ ସୁଉଚ୍ଚ ଅଟ୍ଟାଳିକା। ଉକ୍ତ ଜାଗାର ପଟ୍ଟା ନ ଥିବାରୁ ୯୯ ପ୍ରତିଶତ ଲୋକ ପିଡିଏ ପ୍ଲାନ୍‌ କରିନାହାନ୍ତି। ଏବେ ସର୍ବକ୍ଷମା ଆବେଦନ କରିବାକୁ ସେମାନଙ୍କ ପାଖରେ ଡକ୍ୟୁମେଣ୍ଟ ମଧ୍ୟ ନ ଥିବା ଜଣାଯାଏ। ସହର ବ୍ୟତୀତ ଗ୍ରାମାଞ୍ଚଳରେ ଥିବା ଘରବାଡିକୁ ଏପର୍ଯ୍ୟନ୍ତ ପିଡିଏ ପକ୍ଷରୁ ସର୍ଭେ କରାଯାଇନାହିଁ। ୧୨୦ ଗ୍ରାମରେ କେତେ କୋଠାଘର ଅଛି ସେ ତାଲିକା ପିଡିଏ ପାଖରେ ନାହିଁ। ଏମିତି ସ୍ଥିତିରେ ସର୍ବକ୍ଷମାକୁ ଲୋକେ କେମିତି ଗ୍ରହଣ କରିବେ ଏବଂ ସରକାର କି ପଦକ୍ଷେପ ନେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ପ୍ରସଙ୍ଗରେ ପିଡିଏ ସଚିବ ତଥା ପାରାଦୀପ ଅତିରକ୍ତ ଜିଲାପାଳ କାହ୍ନଚରଣ ଧୀର କହିଛନ୍ତି, ଆଇନ ଆଗରେ ସମସ୍ତେ ସମାନ। ଯିଏ ଆଇନକୁ ଫାଙ୍କିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା ଆଗକୁ ଏ ଦିଗରେ କି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri