Posted inଫୁରସତ

ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ଜାଣନ୍ତୁ

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍‌ ଦେଇ ପ୍ରେମୀଯୁଗଳ ମୁହଁ ମିଠା କରିସାରିଥିବା ବେଳେ ୪ର୍ଥ ଦିନଟି ସବୁଠୁ କ୍ୟୁଟ୍‌ ଦିନ। ଏହି ଦିନଟିକୁ ଖାସ୍‌ କରିବା ପାଇଁ ପ୍ରେମୀଯୁଗଳ ଟେଡି ଡେ’ ପାଳନ କରିଥାନ୍ତି। ଟେଡି ଜରିଆରେ ମନର ଭାବନା ପରିପ୍ରକାଶ କରିବା ସତେ ଯେମିତି ଏକ ମାଧ୍ୟମ ହୋଇଥାଏ। ପରସ୍ପରକୁ ଟେଡି ଉପହାର ଦେଇ ପ୍ରେମସମ୍ପର୍କକୁ ଆହୁରି ସୁଦୃଢ଼ କରିଥାନ୍ତି। ଦିନଟିକୁ ସ୍ମରଣୀୟ ତଥା ଆହୁରି ରୋମାଞ୍ଚକର କରିବା ପାଇଁ ଟେଡି ଉପହାର ଦିଆଯାଇଥାଏ।

କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।


ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ’ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ। ଲାଲ୍‌ ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଲାଲ୍‌ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ। ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri