Posted inଫୁରସତ

ସ୍ବପ୍ନରୁ ମିଳିଲା ରୋମାଣ୍ଟିକ୍‌ ପ୍ଲଟ୍‌

ଲେଖକ ଏ. ମିଗୁଏଲ୍‌ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍‌ ପ୍ଲଟ୍‌ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ ଲେଖିବେ। ମାତ୍ର କୌଣସି ପ୍ରକାର ଆଇଡିଆ ତାଙ୍କ ମୁଣ୍ଡକୁ ପଶୁ ନ ଥିଲା। ସେ ଭାବୁଥିଲେ ବୋଧହୁଏ ନଭେଲ ଲେଖିବା ସମ୍ଭବ ହେବନି। ହେଲେ ଦିନେ ସେ ଶୋଇଥିବା ବେଳେ ଏକ ରୋମାଣ୍ଟିକ୍‌ ସ୍ବପ୍ନ ଦେଖିଲେ। ଦୁଇଜଣ ଉଚ୍ଚାଭିଳାସୀ ଯୁବକ ଯୁବତୀ। ସେମାନେ ଏକ ଅଚିହ୍ନା ଜାଗାରେ ପରସ୍ପରକୁ ଭେଟୁଛନ୍ତି। ଆଉ ତାଙ୍କ ଭିତରେ ପ୍ରେମ ହେଉଛି। ଏହି ସ୍ବପ୍ନ ତାଙ୍କୁ ଏକ ରୋମାଣ୍ଟିକ୍‌ ପ୍ଲଟ୍‌ ଆଣିଦେଲା। ଆଉ ସେ ତାହାକୁ ଭିତ୍ତିକରି ଆରମ୍ଭ କରିଥିଲେ ଉପନ୍ୟାସ ‘ଇନ୍‌ ଏ ଡ୍ରିମ୍‌ : ଏ ପର୍ସନାଲ ଫାଣ୍ଟାସୀ’। ଏହି ପୁସ୍ତକର ଅନାବରଣ ଉତ୍ସବରେ ମିଗୁଏଲ୍‌ କହିଥିଲେ ଯେ, ପୂର୍ବରୁ ସ୍ବପ୍ନକୁ ନେଇ ସେ ଯାହା ଶୁଣିଥିଲେ ସେସବୁ ମିଛ। ଲୋକମାନେ ବିଶ୍ୱାସ କରୁଥିଲେ ଯେ, ଦେବତାମାନେ ହିଁ ରାତିରେ ସ୍ବପ୍ନ ଦେଖାନ୍ତି। ଭଲମନ୍ଦ ଭବିଷ୍ୟବାଣୀ କରନ୍ତି। ମାତ୍ର ବସ୍ତବକଥା ହେଉଛି ଏଇଆ ଯେ, କେବଳ ଗଭୀର ଚିନ୍ତା ହିଁ ହେଉଛି ସ୍ବପ୍ନର ସୃଷ୍ଟିକର୍ତ୍ତା। ତାହା ସୁଚିନ୍ତା ହେଉ କି ଦୁଶ୍ଚିନ୍ତା। ମୋ ଭିତରେ ଏକ ରୋମାଣ୍ଟିକ୍‌ ଚିନ୍ତା ରହିଥିଲା; ଯାହା ସ୍ବପ୍ନ ଆକାରରେ ପ୍ରକଟିତ ହେଲା। ସ୍ବପ୍ନର ସର୍ବପ୍ରଥମ ଆଧୁନିକ ବ୍ୟାଖ୍ୟାକାର ସିଗ୍‌ମଣ୍ଡ ଫ୍ରଏଡ୍‌ ମଧ୍ୟ ଠିକ୍‌ ଏଇକଥା କହିଛନ୍ତି। ଜଣେ ବ୍ୟକ୍ତି ସୁଚିନ୍ତା ଦ୍ୱାରା ଭଲ ସ୍ବପ୍ନ ଏବଂ ଦୁଶ୍ଚିନ୍ତା ଦ୍ୱାରା ଖରାପ ସ୍ବପ୍ନ ଦେଖିଥାଏ। ଗବେଷକମାନଙ୍କ ମତରେ, ଜଣେ ସୁସ୍ଥ ମଣିଷ ଯିଏ ଶୋଇବା ବେଳେ କୌଣସି ଚିନ୍ତା କରେନାହିଁ ସେ କେବେହେଲେ ସ୍ବପ୍ନ ଦେଖେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri