କଳା, କଳାକାରଙ୍କ ଭୂମି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨(ବ୍ୟୁରୋ): ଯୁଗ ଯୁଗ ଧରି ଓଡ଼ିଶା ନିଜର ଉତ୍କୃଷ୍ଟ କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିଆସିଛି। ବୌଦ୍ଧ ଯୁଗର କଳା ଐତିହ୍ୟ ଏବେ ବି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୋଭାପାଉଛି। ଐତିହାସିକ, ରାଜନୈତିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନ ମାଧ୍ୟମରେ ରାଜ୍ୟର ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟକଳା, ସଙ୍ଗୀତ ଓ ନୃତ୍ୟ ଏକ ନୂତନ ପରିଚୟ ପାଇଛି। ବିଶ୍ୱ ଦରବାରରେ ଓଡ଼ିଶାର ମନ୍ଦିର କଳାକୃତି ଏବଂ ସଂସ୍କୃତି ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। କଳାର ଏହି ଜୀବନ୍ତ ପରମ୍ପରାକୁ ନେଇ ଓଡ଼ିଶା କଳା ଓ କଳାକାରର ଭୂମିଭାବେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯତୀନ ଦାସ ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ) ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ଠାରେ ତ୍ରୟୋଦଶ ଅନ୍ତର୍ଜାତୀୟ କଳା ଓ କଳାକାର ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ।
କଳାକାରମାନେ ହେଉଛନ୍ତି ସୃଜନଶୀଳତାର ପୂଜକ। ମାଟି କଣ୍ଢେଇ ବିକ୍ରି କରୁଥିବା ଜଣେ ସାମାନ୍ୟ ଶିଳ୍ପୀ ବି କଳାକୁ ଜୀବନ୍ତ ରୂପ ଦେଇଥାଏ। କଳାକୁ ସୃଷ୍ଟିକରେ ଓ ତାହାକୁ ଭଲପାଏ। ଚିତ୍ରକଳା, ସ୍ଥାପତ୍ୟକଳା, ତାରକସି, ପିତଳ ଓ ଟେରାକୋଟା କାମ, ମାଟି କଣ୍ଢେଇ ଭଳି କଳାକୃତିରେ ଆମ କାରିଗରି ଓ ହସ୍ତକଳା ପ୍ରତିଫଳିତ ହୋଇଥାଏ। ଏଥିରେ ଆମ କାରିଗରଙ୍କ ପରିକଳ୍ପନା ଓ ସୃଜନଶୀଳତାର ଝଲକ ଦେଖିବାକୁ ମିଳିଥାଏ। ଜେଡିସିଏ ଓଡ଼ିଶାର ପ୍ରାଚୀନ କଳାକୃତିକୁ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୁପ୍ତପ୍ରାୟ କଳାର ପୁନରୁଦ୍ଧାର ପାଇଁ ଏହି ସେଣ୍ଟର ବିଭିନ୍ନ ପଦକ୍ଷେପ ନେଇଛି। ୧୩ବର୍ଷ ଧରି ଏହି ଫିଲ୍ମ ଉତ୍ସବ ରାଜ୍ୟ ଏବଂ ଦେଶର କଳାକୁ ସଂରକ୍ଷଣ କରି ରଖିବା ନିମନ୍ତେ ପ୍ରୟାସ ଜାରିରଖିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସିଏମ୍‌ଓର ମୁଖ୍ୟ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ୍‌ ଯୋଗଦେଇ କହିଥିଲେ, ବିଶ୍ୱକୁ ପରିବର୍ତ୍ତନ କରିବାର ସାମର୍ଥ୍ୟ କଳା ନିକଟରେ ରହିଛି। ଓଡ଼ିଶା ଏକ କଳାର ରାଜ୍ୟ। ରାଜ୍ୟର ଜନଜାତି ଚିତ୍ରକଳାରୁ ଆରମ୍ଭକରି ପାରମ୍ପରିକ ପରିବେଷଣ କଳା ପର୍ଯ୍ୟନ୍ତ, ଏହାର ଖ୍ୟାତି ଦେଶ ଏବଂ ଦେଶ ବାହାରେ ରହିଛି। ଜେଡିସିଏ ସେହି କଳା ଏବଂ ସଂସ୍କୃତିର ପରମ୍ପରାକୁ ଆଉପାଦେ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ। ଅନ୍ୟତମ ଅତିଥିଭାବେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କଳା ଓ କଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରାଚୀନ କଳାକୁ ବର୍ତ୍ତମାନର ପିଢ଼ିଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଥିବା ସେ କହିଥିଲେ। ସେହିଭଳି ଚଳିତବର୍ଷ ଏହି ଚଳଚ୍ଚିତ୍ର ଉତ୍ସବରେ ଏକାଧିକ ଓଡ଼ିଆ ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେବା ଗୌରବର ବିଷୟ ବୋଲି ସେ କହିଥିଲେ।
ଉତ୍ସବ ପ୍ରାରମ୍ଭରେ ଜେଡିସିଏ ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଜେଡିସିଏ ଟ୍ରଷ୍ଟି ତଥା ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ନନ୍ଦିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜେଡିସିଏ ଉପାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ପୂର୍ବତନ ବୈଦେଶିକ ସଚିବ ତଥା ରାଷ୍ଟ୍ରଦୂତ ଲଳିତ ମାନସିଂ, ଉତ୍ସବ ନିର୍ଦ୍ଦେଶକ ଅରୁଣା ବାସୁଦେବ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସ୍ଥପତି ଅଦ୍ୱୈତ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଇଆଇଏମ୍‌ସିର ପୂର୍ବତନ ଡିଜି ତଥା ବିଶିଷ୍ଟ ଖବର ଉପସ୍ଥାପକ ସୁନୀତ ଟଣ୍ଡନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ କଳା, ସ୍ଥାପତ୍ୟ ଓ ଡିଜାଇନ୍‌ ଉପରେ ଆଧାରିତ ୧୭ ଦେଶର ୪୮ ଫିଲ୍ମ ପ୍ରଦର୍ଶିତ ହେବ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଉତ୍ସବର ମିଡିଆ ପାର୍ଟନର୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri