ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ କରାଯାଇଛି। ତେବେ ମାର୍ଚ୍ଚ ସୁଦ୍ଧା ଲାଇନ୍‌ ବିଭାଗଗୁଡିକ ପ୍ରସ୍ତାବିତ ରାଜପଥ ଜମିରୁ ଗଛ, ବିଦ୍ୟୁତ୍‌ ଖୁଣ୍ଟ, ତାର, ବିଏସ୍‌ଏନ୍‌ଏଲ୍‌ ଖୁଣ୍ଟ, ତାର, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପାଇପ୍‌ଲାଇନ୍‌ ଉଚ୍ଛେଦ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରି ରିପୋର୍ଟ ଦାଖଲ କରିବେ। ତା’ପରେ ଅର୍ଥାତ୍‌ ଏପ୍ରିଲରୁ ଉଚ୍ଛେଦ ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ପ୍ରସ୍ତାବିତ ୫୫ ଜାତୀୟ ରାଜପଥ ସମ୍ପର୍କିତ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ଏଥିରେ ଜିଲାପାଳ ଏକଥା ମଧ୍ୟ କହିଥିଲେ ଯେ, ଏନ୍‌ଏଚ୍‌-୫୫ ରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ରାସ୍ତା ରହିଛି। ରାଜପଥ ନିର୍ମାଣ ନେଇ ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିସାରିଲେଣି। ଏହି ରାସ୍ତା ନିର୍ମାଣ ହେଲେ ଜିଲାର କୁଜଙ୍ଗ ବ୍ୟତୀତ ଜଗତ୍‌ସିଂହପୁର, ନାଉଗାଁ, ବାଲିକୁଦା, ଏରସମା, ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ତହସିଲର ଜମି ଅଧିଗ୍ରହଣ ହେବ। ତେଣୁ ଏହିସବୁ ତହସିଲର ତହସିଲଦାରମାନଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଆର୍ବିଟ୍ରେଟର୍‌ ରହିବେ ଜିଲାପାଳ। ଏହାଦ୍ୱାରା ଲୋକେ କୋର୍ଟ ନ ଯାଇ ଜିଲାପାଳଙ୍କ ନିକଟରେ ସେମାନଙ୍କ ଆପତ୍ତି, ଅଭିଯୋଗ ପ୍ରଦାନ କରିପାରିବେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତାର ଓସାର ୨୦ ମିଟର ରହିବ। ନୂଆ ରାସ୍ତା ପାଖାପାଖି ୪୦ କିଲୋମିଟର ତିଆରି ହେବ। ବାଇପାସ୍‌ କିନ୍ତୁ ୯ଟି ରହିବ। ଜାତୀୟ ରାଜପଥ ଉପରେ ଅର୍ଥାତ୍‌ ଛପଡ଼ା ଓ କନ୍ଦରପୁରଠାରେ ରେଲୱେ ଓଭରବ୍ରିଜ ନିର୍ମାଣ ହେବାର ଯୋଜନା ରହିଛି। ଛପଡ଼ା ଓଭରବ୍ରିଜ୍‌ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ହେବାର ଥିବାବେଳେ କନ୍ଦରପୁର ପାଇଁ ସମୟ ଲାଗିବ। କାରଣ ଏହି ଜମି କଟକ ଜିଲା ଅଧୀନରେ ଥିବାରୁ କଟକ ଜିଲାପାଳଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ରାଜପଥ ନିର୍ମାଣ ପୂର୍ବରୁ ସବୁଠାରୁ କମ୍‌ ଜମିରୁ ଉଚ୍ଛେଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ୨୦୦ରୁ ଅଧିକ ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର୍‌ ଉଚ୍ଛେଦ ହେବ। ପାଖାପାଖି ୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଘର ଥିବାରୁ ସେଗୁଡିକୁ ଉଚ୍ଛେଦ କରାଯିବ। ଏଥିସହ କ୍ୟାବିନ୍‌ ଆଦି ଉଚ୍ଛେଦ ହେବ। ଜମି ମାଲିକଙ୍କୁ ମାର୍କେଟ୍‌ ଦରଠାରୁ ଅଧିକ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ନିର୍ମାଣ ହେଲେ ତା’ପାର୍ଶ୍ୱରେ ଗଛ ନ ଲଗାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଯେହେତୁ ରାସ୍ତା ସମ୍ପ୍ରସାରଣ ହେଉଛି ତେଣୁ ଲଗାଯାଇଥିବା ଗଛ କଟାଯାଉଛି। ତେଣୁ ରାସ୍ତା ପାର୍ଶ୍ୱ ଅପେକ୍ଷା ମଝିରେ ଦୀର୍ଘ ମିଆଦି ଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦଳେଇ ଘାଇ, ଜଗତ୍‌ସିଂହପୁର, ବାଲିକୁଦା, ବୋରିକିନା, ବାଲିତୁଠ ଓ ଚଟୁଆ ଆଦି ମୁଖ୍ୟ ବଜାରଠାରେ ବାଇପାସ୍‌ ନିର୍ମାଣ ହେବ। ଏହାଦ୍ୱାରା ମୁଖ୍ୟତଃ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଇଛି। ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ଏହା ଅତିବେଶିରେ ଅଢେଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଜିଲାର ଅର୍ଥନୈତିକ ଗୁରୁତ୍ୱ ବଢିବ। ପ୍ରସ୍ତାବିତ ଜାତୀୟ ରାଜପଥ ଅଗ୍ରଗତି ସମ୍ପର୍କରେ ଜିଲାପାଳ ପ୍ରତି ସପ୍ତାହରେ ସମୀକ୍ଷା କରିବେ। ବୈଠକରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, କର୍ମକର୍ତ୍ତା, ତହସିଲଦାର, ଡିଏଫ୍‌ଓ, ସେସୁ, ଡ୍ରେନେଜ୍‌, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଓ ବିଏସ୍‌ଏନ୍‌ଏଲ୍‌ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri